ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାଲୁ ଆକ୍ରମଣରେ ଜଣେ ଗୁରୁତର ଭବାନୀପାଟଣା ମୂଖ୍ଯ ଡାକ୍ତରଖାନାରେ ଚିକିତ୍ସାଧିନ

ଥୁଆମୂଳରାମପୁର:୨୪/୦୯-(ମନିସ):- କଳାହାଣ୍ଡି ଜିଲ୍ଲା ଥୁଆମୂଲରାମପୁର ବ୍ଳକ ଅଧିନରେ ଥିବା କର୍ଲାପାଟ ପଞ୍ଚାୟତ ସେମେଲପଦର ଗ୍ରାମର ଜଣେ ଯୁବକକୁ ଅତର୍କିତ ଭାବରେ ଦୁଇଗୋଟି ଭାଲୁ ଆକ୍ରମଣ କରିଥିଲା। ଉକ୍ତ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭବାନୀପାଟଣା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଜଣାପଡିଛି ଯେ ସିମିଲପଦର ଗ୍ରାମର ଅମର ମାଝୀ ଓ ଗୌତମ ମାଝୀ ଙ୍କର ବଳଦ ସଂନ୍ଧ୍ୟା ସମୟରେ ଘରକୁ ନଫେରିବାରୁ ଅମର ଓ ଗୌତମ ଦୁଇ ଭାଇ ନିକଟ ଜଙ୍ଗଲକୁ ଖୋଜିବା ପାଇଁ ବାହାରି ଯାଇଥିଲେ। ଜଙ୍ଗଲରେ ଦୁଇ ଭାଇ ବଳଦକୁ ଖୋଜା ଖୋଜି କରି ନପାଇବାରୁ ଘରକୁ ଫେରିବା ବାଟରେ ହିଁ ଅନ୍ଧାର ହୋଇଯାଇଥିଲା ସେମାନେ ଜଙ୍ଗଲ ଭିତରେ ଆସୁଥିବା ବେଲେ ହଠାତ ଦୁଇଟି ଭାଲୁ ଅତର୍କିତ ଭାବରେ ଗୌତମ ମାଝୀ କୁ ଆକ୍ରମଣ କରିଥିବା ବେଳେ ଅମର ମାଝୀ ଭାଲୁ ଆକ୍ରମଣ ରୁ ଅଳ୍ପକେ ବର୍ତ୍ତି ଯାଇଥିଲା। ପରେ ବହୁ କଷ୍ଟ ରେ ଭାଲୁ ମୁହଁ ରୁ ନିଜ ଭାଇ ଗୌତମ କୁ ରକ୍ତାକ୍ତ ଅବସ୍ତାରେ ଉଦ୍ଧାର କରି ଘରକୁ ନେଇଆସିଥିଲେ। ପରେ ପରିବାର ଲୋକେ ଗୌତମ କୁ ଏକ ଗାଡ଼ିରେ ଭବାନୀପାଟଣା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଦୁଇଟି ଭାଲୁ ଆକ୍ରମଣ ରେ ଗୌତମ ର ମୁଣ୍ଡ ,ହାତ ,ଗୋଡ ଓ ଦେହ ର ବିଭିନ୍ନ ସ୍ଥାନରେ ଗଭୀର ଭାବରେ କ୍ଷତ କରିଦେଇଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ବ୍ୟବସାୟୀଙ୍କ ଘରୁ ଲୁଟ୍ 

Sunil Chandra Nayak

ଜାତୀୟ ବିଜ୍ଞାନ ଦିବସ ପାଳିତ

Sunil Chandra Nayak

ଯୁବଶକ୍ତି ସମର୍ପିତ ଓଡ଼ିଶା ପକ୍ଷରୁ ବୃକ୍ଷ ରୋପଣ ଓ ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!