ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଧାନସଭା ମୌସୁମୀ ଅଧିବେଶନ: ୨୦୨୨-୨୩ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ

ଆଜିଠୁ ଆରମ୍ଭ ହୋଇଛି ରାଜ୍ୟ ବିଧାନସଭା ମୌସୁମୀ ଅଧିବେଶନ। ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଏହି ବଜେଟ୍‌ରେ ମୋଟ୍‌ ୨ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।

ପ୍ରଥମେ ଅର୍ଥମନ୍ତ୍ରୀ କୃଷି ବଜେଟ୍‌ ଉପସ୍ଥାପନ କରିଥିଲେ। କୃଷି ବଜେଟ୍‌ରେ ଜଳସେଚନ ଉପରେ ଅଧିକ ଗୁରୁତ୍ବ ପ୍ରଦାନ କରାଯାଇଛି । ବଜେଟ୍‌ରେ ଉଦ୍ୟାନ କୃଷି ପାଇଁ ୩୧୨ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଚଳିତ ବର୍ଷ ୧୨,୫୦୦ ନଳକୂପ ଖନନ କରାଯିବ। ଏଥିପାଇଁ ୪୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। କାଳିଆ ଯୋଜନା ପାଇଁ ବଜେଟ୍‌ରେ ୧୮୭୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ରାଜ୍ୟରେ ବନ୍ୟା ନିୟନ୍ତ୍ରଣ ପାଇଁ ୯୬୮ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

ସେହିପରି କୃଷି ଗବେଷଣା ଓ ଶିକ୍ଷା ପାଇଁ ୧୬୧ କୋଟି,
ଉଦ୍ୟାନ କୃଷି ବିକାଶ ପାଇଁ ୩୧୨ କୋଟି, କୃଷକ ପରିବାରକୁ ଆୟ ସହାୟତା ପାଇଁ ୧୧୨ କୋଟି,
ପାର୍ବତୀ ଗିରି ଯୋଜନା ପାଇଁ ୫ ବର୍ଷରେ ୧୦, ୭୫୯ କୋଟି ଖର୍ଚ୍ଚ ହେବ,
ଚାଷୀମାନଙ୍କୁ କୃଷି ଋଣ ସୁଧ ସହାୟତା ପାଇଁ ୮୯୩ କୋଟି,
ମତ୍ସ୍ୟଚାଷ ଓ ପଶୁପାଳନ ପାଇଁ ୧୬୫୮ କୋଟି,
ମାଛ ଚାଷ ପାଇଁ ନୂଆ ପୋଖରୀ ଯୋଜନାରେ ୯୮ କୋଟି,
ପ୍ରଶାସନିକ ରାଜସ୍ବ ବ୍ୟୟ ବାବଦକୁ ୭୪, ୨୬୧ କୋଟି
ଦରମା ପାଇଁ ୨୯, ୨୪୮ କୋଟି; ପେନସନ ପାଇଁ ୧୮, ୨୨୧ କୋଟି,
ସୁଧ ଦେୟ ପାଇଁ ୮୪୬୭ କୋଟି, ସମ୍ପତ୍ତି ରକ୍ଷଣାବେକ୍ଷଣ ପାଇଁ ୫୮୫୬ କୋଟି,
ବିପର୍ଯ୍ୟୟ ପରିଚାଳନା ପାଣ୍ଠି ପାଇଁ ୩୨୧୦ କୋଟି
ବ୍ୟୟ ଅଟକଳ ପାଇଁ ରାଜସ୍ବ ପ୍ରାପ୍ତିରୁ ଖର୍ଚ୍ଚ ହେବ ୧, ୬୩, ୯୬୭ କୋଟି,
ଋଣ ଓ ଅନ୍ୟାନ୍ୟ ବାବଦରୁ ପ୍ରାପ୍ତ ୩୬ ହଜାର ୩୩ କୋଟି,
ପଞ୍ଚାୟତ ପୋଖରୀରେ ମାଛ ଚାଷ ପାଇଁ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ୩୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।
ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ମହର୍ଷୀ’ର ଟ୍ରେଲର ରିଲିଜ୍

Sunil Chandra Nayak

ଆମ୍ ଆଦମୀ ପାର୍ଟି ବେରୋଜଗାର ଯୁବକ ଯୁବତୀ ଙ୍କୁ ଭତ୍ତା ର ସୁନେଲୀ ସପ୍ନ ଦେଖାଇଲା ?

Sunil Chandra Nayak

ଟ୍ରକ ବାଇକ ଧକ୍କା ଦୁଇ ଗୁରୁତର ଆହତ

Sunil Chandra Nayak

Leave a Comment

error: Content is protected !!