କାଚେଲେଖା , କୁଟ୍ରୃମାଳି, ପୋଡାପାଇ,ମେଲରଫା , ସର୍ଗିପଦର୍ ଗ୍ରାମଗୁଡିକ ଗ୍ରାମପଞ୍ଚାୟତ ରୁ ବିର୍ଚ୍ଛିନ୍ନ
ଥୁଆମୂଳ ରାମପୁର:୩/୭- ମ.ନୀ.ସ:– କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ମିଳିତ ସହଯୋଗରେ ଯୋଗାଯୋଗ କ୍ଷେତ୍ରରେ ଉନ୍ନତି ଆଣିବା ନେଇ କୋଟିକୋଟି ଟଙ୍କା ରାଜକୋଷରୁ ବ୍ଯୟ କରୁଛନ୍ତି। ତଥାପି ଯୋଗାଯୋଗ ବ୍ୟବସ୍ଥା ଆଜିବି ସୁଧୁରିବା ବଦଳରେ ସାଂଘାତିକ ପରିସ୍ଥିତି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଗରିବ ଲୋକଙ୍କ ଜୀବନ ଶୈଳୀ ଦୁର୍ବିପାକ ହୋଇପଡୁଛି। ସରକାରଙ୍କ ତରଫରୁ ତାଙ୍କ ବିଭାଗୀୟ ପଦାଧିକାରୀ ଓ ରାଜନୈତିକ ଦଳର କର୍ମକର୍ତ୍ତା ବାହାସ୍ପଟ ମାରି କହୁଛନ୍ତି ଯେ, ପ୍ରଗତି ପଥେ ଓଡିଶା ଲୋକଙ୍କ ପାଖରେ ଆମର ବିଶ୍ୱାସ ଓ ବିକାଶ ପହଞ୍ଚିବାରେ ଅବହେଳା ହୋଇନାହିଁ। କିନ୍ତୁ ଆଜିବି ଅନେକ ସ୍ଥାନ ଅବହେଳିତ ଭାବରେ ଲୋକେ ରହିଛନ୍ତି। ଗ୍ରାମକୁ ଯିବା ପାଇଁ ଭଲ ରାସ୍ତା ଖଣ୍ତେ କିମ୍ବା ପୋଲର ବ୍ଯବସ୍ଥା ଆଜିଯାଏଁ ହୋଇପାରିଲା ନାହିଁ। ଯାହାଫଳରେ ଦୁର୍ଗମ ଅଞ୍ଚଳରେ ବର୍ଷା ଋତୁରେ ପରିସ୍ଥିତି ଭୟାଭୟ ରୂପ ଧାରଣ କରୁଅଛି ଏହାରି ଫଳରେ ଯୋଗଯୋଗ ସମ୍ପୂର୍ଣ୍ଣ ଭାବରେ ଠଫ୍ ହୋଇଯାଉଛି। ଏପରି ଏକ ଦୃଶ୍ୟ ସାମ୍ମାକୁ ଆସିଛି।
ତାହାହେଲା କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅଧିନରେ ଥିବା କେରପାଇ ଗ୍ରାମପଞ୍ଚାୟତ ଓ କାଚେଲେଖା ମଧ୍ୟ ଭାଗରେ ଏକ ନଦୀ ରହିଅଛି ଗତ ଶନିବାର ଦିନ ହୋଇଥିବା ପ୍ରଥମ ବର୍ଷାରେ ବନ୍ଯା ପରିସ୍ଥିତି ଉପୁଜିଥିବା ବେଳେ ଏହି ନଦୀରେ ଏକ ଅସ୍ଥାୟୀ ପୋଲଟିକୁ ଧୋଇ ନେଇଯାଇଛି ଯାହାଫଳରେ ଗ୍ରାମପଞ୍ଚାୟତ ଠାରୁ ମାତ୍ର ଅଳ୍ପ ଦୂରରେ ରହିଥିବା କାଚେଲେଖା ଏବେ ଗ୍ରାମପଞ୍ଚାୟତ ଠାରୁ ଯୋଗାଯୋଗ ରୁ ବଞ୍ଚିତ ହୋଇଛନ୍ତି। ଏପରିକି କୁଟ୍ରୃମାଳି, ପୋଡାପାଇ,ମେଲରଫା ଗ୍ରାମଗୁଡିକ ମଧ୍ୟ ବାଦ ପଡିନାହିଁ। କେରପାଇ ନିକଟରେ ଏହି ନଦୀ ପ୍ରଭାହିତ ହେଉଅଛି। ଦୀର୍ଘ ଦିନର ସମୟ ଅତିବାହିତ ହେଲାଣି ଏଠାରେ ସ୍ଥାୟୀ ପୋଲଟିଏ ନିର୍ମାଣ କରାଯାଇନାହିଁ। ନଦୀର ଅନ୍ଯପଟରେ ସ୍କୁଲ ରହିଥିବାବେଳେ ଛାତ୍ରଛାତ୍ରୀଙ୍କୁ ବର୍ଷା ସମୟ ଆସିଗଲେ ସ୍କୁଲ ଯିବାପାଇଁ ପ୍ରତିବନ୍ଧକ ସାଜୁଛି ଏହି ନଦୀ।କେରପାଇ, ପୋଡାପାଇ,ମେଲରଫା,ଚିମିରାଙ୍ଗପଦର,ପିଣ୍ତାପଦର,ସର୍ଗିପଦର ଭଳି ଅନେକ ଗ୍ରାମର ଛାତ୍ରଛାତ୍ରୀ କାଚେଲେଖା ସ୍ଥିତ ଉଚ୍ଚ ବିଦ୍ୟାଳୟରେ ପାଠ ପଢିବା ପାଇଁ ନିର୍ଭର କରନ୍ତି। ଏପରି ସ୍ଥିତିରେ ଏହି ନଦୀରେ ସ୍ଥାୟୀ ପୋଲ ବ୍ଯବସ୍ଥା ଆଜି ଯାଏଁ କରାଯାଇନାହିଁ। ବର୍ଷା ଦିନରେ ନଦୀର ଅନ୍ଯପଟରେ ଥିବା ଦୁର୍ଗମ ଅଞ୍ଚଳ ଲୋକେ କେରପାଇ ଗ୍ରାମପଞ୍ଚାୟତକୁ ନିଜର ଆବଶ୍ୟକ ଖାଦ୍ୟ ସାମଗ୍ରୀ ସଂଗ୍ରହ ଓ ପଞ୍ଚାୟତ କାର୍ଯ୍ଯାଳୟ ଠାରେ ନିଜ ନିଜର କିଛି ଗୁରୁତ୍ୱପୂର୍ଣ୍ଣ କାମ ପଡିଥାଏ ତାହା କରିବାପାଇଁ ବାଧା ସୃଷ୍ଟି ହୋଇଥାଏ। ଏହି ଅଞ୍ଚଳ ପାଇଁ ପ୍ରଧାନମନ୍ତ୍ରୀ ସଡକ କାଶୀପୁର ବ୍ଳକ ସ୍ଥିତ କଣ୍ଟାମାଲ ଗ୍ରାମ ସୀମାରୁ ଆରମ୍ଭ ହୋଇ କେରପାଇ ଗ୍ରାମଯାଏଁ ଯାଇଛି।କିନ୍ତୁ କେରପାଇ ଓ କାଚେଲେଖା ଗ୍ରାମର ମଧ୍ୟରେ ଭାଗରେ ଏକ ନଦୀ ରହିଛି ନଦୀ ଉପରେ ସ୍ଥାୟୀ ପୋଲ ଟିଏ ନିର୍ମାଣ ହୋଇପାରିଲା ନାହିଁ। ବନ୍ୟା ସମୟରେ ବେହାଲ ପରିସ୍ଥିତି ଉପୁଜିଥିବା ଏହାଠାରୁ ବୋଲି ଦୁଃଖଦ ବିଷୟ କିଛି ନାହିଁ। ଶାସକ ଦଳର କର୍ମୀ ଓ ଦଳୀୟ ନେତା କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି। ଏମାନଙ୍କ ନିଦ୍ରା ଭଙ୍ଗ କେବେ ହେବ ଏମାନେ ଏହି ନଦୀରେ କେବେ ସ୍ଥାୟୀ ପୋଲ ଟିଏ ନିର୍ମାଣ କରାଇବେ। ସେ ବିଷୟରେ ଅନେକ କ୍ଷେତ୍ରରେ ପ୍ରଶ୍ନବାଚୀ ସୃଷ୍ଟି କରୁଅଛି। ପ୍ରଧାନମନ୍ତ୍ରୀ ସଡ଼କ ଯେଉଁ ଦିନଠାରୁ ଆରମ୍ଭ ହେଲା ସେହି ଦିନରୁ ଲୋକେ କେତେ ଆଶା ଓ ଭରସା କରିଥିଲେ ଯେ, ନଦୀ ଉପରେ ସ୍ଥାୟୀ ପୋଲଟିଏ ନିର୍ମାଣ ହେବ ଆମ୍ଭେମାନେ ସୁରୁଖୁରୁରେ ବର୍ଷା ଦିନରେ ଯାତାୟତ କରି ସୁବିଧା ସୁଯୋଗ ପାଇପାରିବୁ। କିନ୍ତୁ ଲୋକଙ୍କ ସ୍ବପ୍ନ ଏକ ମରୁଚିକା ପାଲଟିଯାଇଛି। ଏହି ସମସ୍ୟା କୁ ନେଇ ପ୍ରଶାସନ ଠୁ ଆରମ୍ଭ କରି ରାଜନୈତିକ ଦଳଙ୍କ ଦ୍ବାରସ୍ଥ ହୋଇଛନ୍ତି, ହେଲେ କିଛି ସୁଫଳ ପାଇପାରିଲେ ନାହିଁ। ସେମାନଙ୍କ ସ୍ବପ୍ନ ଆଉ ପୂରଣ ହୋଇପାରିଲା ନାହିଁ। ତେବେ ପ୍ରଗତିଶୀଳ ରାଜ୍ଯରେ ଏପରିଚିତ୍ର ଅତିବ ଦୁଃଖଦାୟକ ଘଟଣା ନୁହେଁ ତୋ ଆଉ କଣ ହୋଇ ଥାଇପାରେ। ଲୋକେ ସେହି ପୂରାତନ ଯୁଗର ମନୁଷ୍ୟ ଭଳି ହିଁ ଜୀବନ ଯାପନ କରୁଛନ୍ତି। କେବେ ଏମାନଙ୍କୁ ମିଳିବ ଏହି ନଦୀ ଉପରେ ସ୍ଥାୟୀ ପୋଲଟିଏ। ସେ ଆଶାନେଇ ଅଞ୍ଚଳ ବାସୀ ଆକାଶକୁ ଚାହିଁ ବସିଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜନୈତିକ ଓ ପ୍ରଶାସନ ପକ୍ଷରୁ ନଦୀ ଉପରେ ଏକ ସ୍ଥାୟୀ ପୋଲଟିଏ ନିର୍ମାଣ କରି ଲୋକଙ୍କୁ ଯୋଗଯୋଗ କ୍ଷେତ୍ରରେ ସୁଗମ କରନ୍ତୁ ବୋଲି ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି।
ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ
