ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦ୍ଵିତୀୟ ଦିନରେ ଆଡ଼ପ ମଣ୍ଡପରେ ଜଗନ୍ନାଥଙ୍କ କଚ୍ଛପ ଅବତାର ବେଶ

 ଭବାନୀପାଟଣା -: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ମୁଖ୍ୟ ଜଗନ୍ନାଥଙ୍କ ମାଉସୀ ମନ୍ଦିର ଗୁଣ୍ଡିଚା ମନ୍ଦିର ର ଆଡ଼ପ ମଣ୍ଡପରେ ଶନିବାର ସନ୍ଧ୍ୟାରେ ଚତୁର୍ଦ୍ଧା ମୂର୍ତ୍ତି ବଡ଼ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା, ଜଗନ୍ନାଥ ଓ ସୁଦର୍ଶନ ମହାପ୍ରଭୁ ବିରାଜମାନ ହୋଇଛନ୍ତି। ଆଡ଼ପ ମଣ୍ଡପରେ ପ୍ରଥମ ଦିନ ଜଗନ୍ନାଥ ମହାପ୍ରଭୁଙ୍କ ମତ୍ସ୍ୟ ଅବତାର ବେଶ କରାଯାଇଥିବା ବେଳେ ରବିବାର ଦ୍ଵିତୀୟ ଦିବସରେ ଜଗନ୍ନାଥଙ୍କ କଚ୍ଛପ ଅବତାର ବେଶ କରାଯାଇଛି। ମହାପ୍ରଭୁଙ୍କୁ ଆଡ଼ପ ମଣ୍ଡପରେ ବିଷ୍ଣୁଙ୍କ ବିଭିନ୍ନ ଅଵତାର ବେଶରେ ଦର୍ଶନ କରିବା ନିମନ୍ତେ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଭିଡ଼ ଲାଗିରହିଛି। ସେହିପରି ଗୁଣ୍ଡିଚା ମନ୍ଦିରରେ ଆଜିଠାରୁ ଅନ୍ନ ପ୍ରସାଦ ମିଳୁଥିବାରୁ ଶ୍ରଦ୍ଧାଳୁ ମାନେ ଅନ୍ନ ପ୍ରସାଦ ନିମନ୍ତେ ଅଗ୍ରୀମ ଟୋକନ ସଂଗ୍ରହ କରୁଥିବା ଦେଖିବାକୁ ମିଳୁଛି।

ସତ୍ୟ ନାରାୟଣ ମହାପାତ୍ର ଙ୍କ ରିପୋର୍ଟ

Related posts

ତୀର୍ଯ୍ୟକ

Sunil Chandra Nayak

ଓଡ଼ିଶାରେ ପ୍ରତିଷ୍ଠା ହେବ ୫ଟି ମାଇନିଂ ଆଦର୍ଶ ବିଦ୍ୟାଳୟ ଓ ଗୋଟିଏ ସ୍କିଲ ଏକାଡେମୀ: ମୁଖ୍ୟମନ୍ତ୍ରୀ

ଥୁଆମୂଳ ରାମପୁର ବ୍ଳକ ଠାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

Leave a Comment

error: Content is protected !!