ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗାନ୍ଧୀବାଦୀ ନାରାୟଣ ଦାସଙ୍କ ବ୍ୟକ୍ତିତ୍ବ ଅମ୍ଳାନ ଓ ଚିରସ୍ମରଣୀୟ

ଗାନ୍ଧୀବାଦୀ ନେତା ନାରାୟଣ ଦାସଙ୍କ ସ୍ମୃତି ଚାରଣ ସଭା

ରାଉରକେଲା/ ଗାନ୍ଧୀବାଦୀ ନେତା ନାରାୟଣ ଦାସଙ୍କ ବ୍ୟକ୍ତିତ୍ବ ଅମ୍ଳାନ ଓ ଚିରସ୍ମରଣୀୟ । ଗାନ୍ଧୀ ବିଚାରର ଅନନ୍ୟ ସିପାହୀ ଓ ରାଉରକେଲା ର ଶେଷ ଗାନ୍ଧୀ ବାଦୀ ନେତା ବୋଲି ବକ୍ତାମାନେ ତାଙ୍କ ସ୍ମୃତିଚାରଣ ସଭା ଓ ସ୍ଥିତପ୍ରଜ୍ଞ ଉନ୍ମୋଚନ ଅବସରରେ ମତବ୍ଯକ୍ତ କରିଛନ୍ତି। ଗାନ୍ଧୀ ବାଦୀ ନାରାୟଣ ଦାସ ୧୩/୧୧/୧୯୨୮ ରେ ଜନ୍ମଗ୍ରହଣ କରି ଗତମାସ ୨୦/୦୬/୨୦୨୨ରେ ୯୪ ବର୍ଷ ବୟସରେ ଭୁବନେଶ୍ବର ଠାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ପଛରେ ଛାଡି ଯାଇଛନ୍ତି ପରସ୍ତ ପରସ୍ତ ସ୍ମୃତି ଓ ଗାନ୍ଧୀ ଦର୍ଶନର ଆଦର୍ଶ। ତାଙ୍କ ପରିବାର ଦ୍ବାରା ଆହୁତ ସ୍ମୃତି ଚାରଣ ସଭାରେ ରାଉରକେଲାର ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ତାଙ୍କ ଗୁଣ ତଥା ତାଙ୍କ କାର୍ଯ୍ୟବଳୀର ସ୍ମୃତି ଚାରଣ କରି କହିଲେ ଯେ ସେ କେବଳ ତାଙ୍କ ପରିବାର ପାଇଁ କାହିଁକି ସମଗ୍ର ରାଉରକେଲା ତଥା ରାଜ୍ୟର ଅପୂରଣୀୟ କ୍ଷତି। ସର୍ବୋଦୟ କର୍ମୀ ବିଜୟ କୁମାର ଓ କବି କୁଞ୍ଜବିହାରୀ ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି ସ୍ମୃତି ଚାରଣ ସଭାରେ ରବିନ୍ଦ୍ର ମହାନ୍ତି ଭାରତୀ ନାୟକ,ରମାକାନ୍ତ ମଣ୍ଡଳ,ବାସନ୍ତୀ ପଣ୍ଡା, ଆର୍ତ୍ତବଂଧୁ ମହାରଣା,ମାନସ ଜେନା, ପ୍ରଭାତ ମହାପାତ୍ର,ରଞ୍ଜିତ ପଟ୍ଟନାୟକ, ସ୍ମିତାରାଣୀ ଜେନା,ରାମପ୍ରସାଦ ସାହୁ, ମନୋରଞ୍ଜନ ଦାଶ,ମିହିର ରାୟ,ପ୍ରସନ୍ନ ତ୍ରିପାଠୀ,ଶ୍ରଦ୍ଧା ଷଡଙ୍ଗୀ, ବିରେନ ସେନାପତି,ରଶ୍ମି ପାଢୀ,ସୁରେନ୍ଦ୍ର ଦାଶ, ମୀନକେତନ ରାଉତ ପ୍ରମୁଖ ବକ୍ତବ୍ଯ ରଖି କହିଲେ ଯେ ନାରାୟଣ ଦାସ କେବଳ ଜଣେ ବ୍ୟକ୍ତି ନଥିଲେ,ଥିଲେ ଏକ ଅନୁଷ୍ଠାନ। ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ତଥା ଆଚରଣ ଓ ଉଚ୍ଚାରଣ ର ଅପୂର୍ବ ସମନ୍ବୟ ଥିବା ବ୍ୟକ୍ତିତ୍ବ। ସେ ଥିଲେ ନାରାୟଣ ସେବାରେ ଉତ୍ସର୍ଗୀକୃତ, ସ୍ବାଧୀନତା ସଂଗ୍ରାମୀ,ବିପ୍ଳବୀ,ବହୁମୁଖୀ ପ୍ରତିଭାର ଅଧିକାରୀ,ଗାନ୍ଧୀ ମଣିଷ ଓ ବ୍ୟକ୍ତି ଚେତନାର ମୂର୍ତ୍ତିମନ୍ତ ପ୍ରତୀକ। ତେବେ ତାଙ୍କୁ ରାଉରକେଲା ଯେତିକି ସମ୍ମାନ ଦେବାକଥା ସେତିକି ଦେଇପାରି ନାହିଁ। କିଛି ବକ୍ତା ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ମତ ରଖିଥିଲେ। ତେବେ ସର୍ବୋପରି ରାଉରକେଲାର ଗାନ୍ଧୀ ଆଦର୍ଶର ଶେଷ ସ୍ବାକ୍ଷର ଥିଲେ ନାରାୟଣ ଦାସ। ଏହି ଅବସରରେ କବି କୁଞ୍ଜବିହାରୀ ରାଉତ ତାଙ୍କ ଉଦ୍ଦେଶ୍ୟରେ ‘ ଗାନ୍ଧୀ ଚେତନାର ଆଉ ଏକ ସୂର୍ଯ୍ୟ ‘ କବିତା ପାଠ କରିଥିଲେ। ଏହିକାର୍ଯ୍ୟକ୍ରମ ରେ ସ୍ବର୍ଗତ ଦାସଙ୍କ ପରିବାରର ପୁତ୍ର ଅଜୟ,ସଂଜୟ, ଅରବିନ୍ଦ, କନ୍ୟା ଉଷା,ସାଧନାଙ୍କ ସହ ପୁତ୍ରବଧୁ, ଜ୍ବାଇଁ, ନାତି, ନାତୁଣୀ ଓ ସଂପର୍କୀୟ ମାନେ ଉପସ୍ଥିତ ଥିଲେ। ଏହି ଅବସରରେ ସ୍ବର୍ଗତ ଦାସଙ୍କ ସ୍ମୃତିରେ ଏକ ସ୍ମରଣିକା ‘ସ୍ଥିତପ୍ରଜ୍ଞ’ ଉନ୍ମୋଚିତ ହୋଇଥିଲା । ଏହା ସହ ରାଉରକେଲାର ବହୁ ସମାଜସେବୀ, ସାମାଜିକ କର୍ମୀ,ସର୍ବୋଦୟ କର୍ମୀ, ସାମ୍ବାଦିକ, ସାହିତ୍ୟିକ, ପ୍ରଶାସକ, ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

କୋକସରା ଠାରେ ଷୋହଳ ପ୍ରହର ନାମଯଜ୍ଞ ପାଇଁ କଳସ ଯାତ୍ରା

Sunil Chandra Nayak

ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ

Sunil Chandra Nayak

ପ୍ରଧାନମନ୍ତ୍ରୀ ଆବାସ ଘର କୁ ଭାଙ୍ଗି ତହସିଲଦାର ଅଡୁଆରେ !

Sunil Chandra Nayak

Leave a Comment

error: Content is protected !!