ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅରାଜକତା ଆଡ଼କୁ ମୁହାଁଉ ଅଛି କି ଭାରତ !

ଦେଶରେ ଗତ କିଛିବର୍ଷ ହେଲା ରାଜନୈତିକ, ଅର୍ଥନୈତିକ, ସାମାଜିକ, ସାମ୍ପ୍ରଦାୟିକ, ତଥା ଅନେକ ଆଭ୍ୟନ୍ତରୀଣ ସମସ୍ୟା ସବୁ ଦିନକୁ ଦିନ ଅସ୍ଥିରତା ସୃଷ୍ଟି କରି ଚାଲିଛି। ସାଧାରଣ ଲୋକଙ୍କ ମଧ୍ୟରେ ସଦ୍ଭାବନାର ଅଭାବ କାରଣରୁ ଅନେକ ଘଟଣା ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟି ଯାଉଛି। ସରକାରଙ୍କ ମନୋମୁଖୀ ନିଷ୍ପତ୍ତି ସବୁ ନେଉଥିବାରୁ ଦେଶର ଜନସାଧାରଣଙ୍କ ମନରେ ଅସନ୍ତୋଷ ଦେଖାଦେବାରେ ଲାଗିଛି। ସରକାର ଅନେକ ଅଦୂରଦୃଷ୍ଟି ଯୋଜନା ଘୋଷଣା କରି ଲୋକଙ୍କ ମନରେ ଅଯଥାରେ ଦ୍ଵନ୍ଦ ସୃଷ୍ଟି କରିବା ଫଳରେ ବେଳେ ବେଳେ ନିଜ ନିଷ୍ପତ୍ତି ଗୁଡିକୁ ପରିବର୍ତ୍ତନ ସହିତ ପ୍ରତ୍ୟାହାର ମଧ୍ୟ କରି ନେଉଥିବା ଦେଖିବାକୁ ମିଳେ।ଏହା କେବଳ ସରକାରଙ୍କୁ ନୁହେଁ ସାଧାରଣ ଲୋକଙ୍କୁ ମଧ୍ୟ ଅଡ଼ୁଆରେ ପକାଉଛି। ବର୍ତମାନ ସରକାରରେ ଥିବା ବିଜେପି ଦଳ ଗତ ୨୦୧୪ ସାଧାରଣ ନିର୍ବାଚନ ଅବ୍ୟବହିତ ପୂର୍ବରୁ ତତ୍କାଳୀନ କଂଗ୍ରେସ ନେତୃତ୍ଵାଧୀନ ଉପା ସରକାରଙ୍କୁ ଦରଦାମ ବୃଦ୍ଧି,ବେରୋଜଗାରୀ, ବୈଦେଶିକ ନୀତି,ମୁଦ୍ରାସ୍ଫୀତି, ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ କଠୋର ସମାଲୋଚନା କରିଥିଲେ। ଏପରିକି କୃଷକଙ୍କ ଆୟ ଦୁଇଗୁଣା କରିବା, ବେକାରୀ ଯୁବକ ଯୁବତୀଙ୍କୁ ବର୍ଷକୁ ୨କୋଟି ନିଯୁକ୍ତି,କଳାଧନ ଫେରାଇ ଆଣିବା, ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ସୁଲଭ ମୂଲ୍ୟରେ ଯୋଗାଇ ଦେବା ସହ ମହିଳାଙ୍କ ସୁରକ୍ଷା, ଆତଙ୍କବାଦୀଙ୍କ ମୂଳୋତ୍ପାଟନ, ଚୀନ ଓ ପାକିସ୍ତାନକୁ କଡା ଜବାବ୍ ଦେବାପାଇଁ ପ୍ରତିଶୃତି ଦେଇଥିଲେ। ଫଳରେ ନୀରିହ ଜନତା ମିଠା ମିଠା ଲୋଭନୀୟ ଘୋଷଣାରେ ଭାସି ଯାଇ କ୍ଷମତା ପ୍ରଦାନ କରିଥିଲେ। କିନ୍ତୁ କ୍ଷମତାକୁ ଆସିବାର କିଛି ଦିନ ପରେ ନିଜର ପୂର୍ବ ପ୍ରତିଶୃତି ପୂରଣ କରିବା ପରିବର୍ତ୍ତେ ବିଜେପି ଓ ଆର୍ ଏସ୍ ଏସ୍ ନିଜର ଅସଲ ମୂଖା ଖୋଲିବା ଆରମ୍ଭ କରି ଦେଲେ। ଆତଙ୍କବାଦୀଙ୍କ ମୂଖ୍ୟ ଉତ୍ସ ପାଲଟି ଥିବା ଭାରତୀୟ ମୂଦ୍ରାର ନକଲି ନୋଟ ପ୍ରଚଳନ କୁ ରୋକିବା ଆଳରେ ନୋଟବନ୍ଦୀ, ଜିଏସଟି ପ୍ରଚଳନ କରି ଭାରତୀୟ ଅର୍ଥନୀତିକୁ ଛିନ୍ନ ଛତ୍ର କରି ଦେବାକୁ ପଛାଇଲେ ନାହିଁ। ଦେଶରେ ଥିବା ସରକାରୀ ଉଦ୍ୟୋଗ ଗୁଡିକୁ ଘରୋଇକରଣ, ଶିକ୍ଷାକୁ ଗୈରିକ କରଣ କରିବା, ପେଟ୍ରୋଲ ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି, ବିମାନ, ରେଳପଥ, ବ୍ୟାଙ୍କ, ଏଲ ଆଇ ସି, ଓ ଏନ୍ ଜି ସି, ଜମି ଅଧିଗ୍ରହଣ ଅଧ୍ୟାଦେଶ, ନାଗରିକ ସଂଶୋଧନ ବିଲ୍ ଇତ୍ୟାଦି ଉପରେ ଅଧିକ ଗୁରୁତ୍ବ ଦେଲେ। ସେହିପରି ଦେଶର ମେରୁଦଣ୍ଡ କୁହାଯାଉଥିବା ଯୁବଗୋଷ୍ଠୀଙ୍କୁ ନିଯୁକ୍ତି ତ ଦୂରର କଥା ଓଲଟା ଛଟେଇ କରିବା ଆରମ୍ଭ କରି ଦେଲେ। ଗୋଟିଏ ପଟେ ଦେଶର ଅର୍ଥନୀତିକୁ ବରବାଦ କରିଚାଲି ଥିବା ବେଳେ ଆରପଟେ ଦେଶବାସୀଙ୍କ ମଧ୍ୟରେ ଥିବା ସ୍ନେହ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ, ଏକତା ଅଖଣ୍ଡତା ଭାଇଚାରାରେ ସାମ୍ପ୍ରଦାୟିକ ବିଭେଦ ସୃଷ୍ଟି କରିବାରେ ପ୍ରମୂଖ ଭୂମିକା ନିର୍ବାହ କରି ଚାଲିଲେ। ହିନ୍ଦୁ- ମୁସଲିମ,ଗୋ- ହତ୍ୟା, ଦଳିତ ଆଦିବାସୀ ପଛୁଆ ବର୍ଗ ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କ ଉପରେ ଅତ୍ୟାଚାର ବଢି ଚାଲିଲା। ଯାହାକି ୨୦୧୪ ପୂର୍ବରୁ ସେପରି ଆଭ୍ୟନ୍ତରୀଣ ହିଂସା ଦେଖିବାକୁ ସେତେଟା ନ ଥିଲା। ଠିକ୍ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସୁପ୍ରିମକୋର୍ଟ ଦ୍ଵାରା ଏସ୍ ସି ଏସ୍ ଟି ଆଇନରେ ପରିବର୍ତ୍ତନକୁ ନେଇ ଏହି ବର୍ଗର ଲୋକଙ୍କ ଆକ୍ରୋଶ ବୃଦ୍ଧି ପାଇଥିଲେ ହେଁ ରାମ ମନ୍ଦିର – ବାବ୍ରୀ ମସଜିଦର ରାୟ ଆସିବା ପରେ ସରକାର ଙ୍କୁ ନିର୍ବାଚନ ଜିତିବା ପାଇଁ ଏକପ୍ରକାର ସହଯୋଗ କରିଥିଲା। କିନ୍ତୁ ୨୦୧୯ ନିର୍ବାଚନ ଜିଣିବା ପରେ ନୂତନ କୃଷି ଆଇନ ଅଧ୍ୟାଦେଶ ଆଣିବା ସରକାରଙ୍କୁ ମହଙ୍ଗା ପଡିଲା। କୃଷକ ମାନେ ଦୀର୍ଘ ଦେଢବର୍ଷ ରୁ ଊର୍ଦ୍ଧ୍ଵ ସମୟ ଆନ୍ଦୋଳନ କରି ନୂତନ କୃଷି ଆଇନକୁ ବିରୋଧ କରିଥିଲେ। ପ୍ରାୟ ୭୦୦ କୃଷକ ଆନ୍ଦୋଳନରେ ଶହୀଦ ହେବାପରେ ସରକାରଙ୍କୁ ଚେତା ପଶିବା ପରେ ଆଇନକୁ ପ୍ରତ୍ୟାହାର କରି ନେଇଥିଲେ। କୃଷି ଆଇନ ପୂର୍ବରୁ ସମଗ୍ର ବିଶ୍ଵରେ ଦେଖା ଦେଇଥିବା କୋବିଡ-19 ମହାମାରୀ ଯେତେବେଳେ ଭାରତରେ ପ୍ରବେଶ କଲା ସେତିକିବେଳେ ଦେଶର ପରିସ୍ଥିତି ଆହୁରି ଭୟାନକ ହୋଇ ଉଠିଲା। ଗୋଟିଏ ପଟେ କୋରୋନା ମହାମାରୀ ବିଶ୍ଵରେ ତାଣ୍ଡବ ରଚୁଥିଲା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପାଇଁ ବ୍ୟସ୍ତ ଥିଲେ। ବିରୋଧୀଙ୍କ ସତର୍କ ସୂଚନାକୁ ହସରେ ଉଡାଇ ଦେଇଥିଲେ। ଦୀର୍ଘ ୨ବର୍ଷ କାଳ କୋବିଡ ଯୋଗୁଁ ଦେଶରେ ବେକାରୀ ସମସ୍ୟା ଆହୁରି ଉତ୍କଟ ହେଲା। ଏହି ସମୟରେ ସରକାରଙ୍କ ଭୁଲ୍ ନୀତି ଓ ପରିଚାଳନା ଗତ ତୃଟି ଯୋଗୁଁ ଲକ୍ଷାଧିକ ଲୋକେ ନିଜର ଆତ୍ମୀୟ ସ୍ଵଜନଙ୍କୁ ହରାଇବାକୁ ପଡ଼ିଥିଲା। ଦେଶର ବିଭିନ୍ନ ରାଜ୍ୟରୁ ପେଟ ପୋଷିବା ପାଇଁ କାମ କରି ଯାଇଥିବା ଦିନ ମଜୁରିଆ ଖଟିଖିଆ ପରିବାରର ଲୋକେ ଲକ୍ ଡାଉନ୍ ଯୋଗୁଁ ଯାନବାହାନ ଠପ୍ ହୋଇ ଯିବାରୁ ରାସ୍ତା ଘାଟରେ ଜୀବନ ହାରିବାକୁ ବାଧ୍ୟ ହେଲେ। କେବଳ ସେତିକି ନୁହେଁ ଲୋକେ ଶ୍ମଶାନରେ ମୃତଦେହକୁ ଜାଳିବା ପାଇଁ କାଠର ଅଭାବରୁ ନଦୀ ନାଳରେ ଶବକୁ ଫୋପାଡି ଦେବାକୁ ବାଧ୍ୟ ହୋଇଥିଲେ। ସମଗ୍ର ଦେଶରେ ଲୋକେ ସରକାରଙ୍କୁ ଘୋର ସମାଲୋଚନା କଲେ।

ବର୍ତ୍ତମାନ ଦେଶର ସେନାବାହିନୀରେ ନିଯୁକ୍ତି ପାଇଁ “ଅଗ୍ନିପଥ” ଯୋଜନାରେ ଓ “ଅଗ୍ନିବୀର” ନିଯୁକ୍ତି କୁ ନେଇ ଏବେ ସାରା ଦେଶରେ ଯୁବଗୋଷ୍ଠୀଙ୍କ ମଧ୍ୟରେ ପ୍ରବଳ ଆକ୍ରୋଶ ଦେଖା ଦେଇଛି। ଏହି ଯୋଜନାରେ ସାଢେ଼ ୧୭ ବର୍ଷରୁ ୨୩ ବର୍ଷ ଯୁବକ ଯୁବତୀ ୪ବର୍ଷ ପାଇଁ ସେନାବାହିନୀରେ କାମ କରିବା ପରେ ବାଧ୍ୟତାମୂଳକ ଭାବେ ଅବସର ଦେବାକୁ ନିୟମ କରିଥିବାରୁ ଦେଶବାସୀଙ୍କ ମନରେ ଯୁବକଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଦେଶର ରାଜନୈତିକ ପରିସ୍ଥିତିକୁ ଅନୁଧ୍ୟାନ କଲେ ଜଣାପଡେ ଯେ ବିଜେପି ସରକାର ଯେଉଁଠାରେ ନିଜର ସରକାର ନାହିଁ ସେଠାରେ କରେ,ବଳେ, କୌଶଳ,ସାମ,ଦାମ, ଦଣ୍ଡ,ଭେଦ ନୀତିରେ କ୍ଷମତାକୁ ନିଜର ଅକ୍ତିଆରକୁ ଆଣିବାକୁ ଶ୍ରେୟସ୍କର ମନେ କରୁଛି। ଦେଶର ସାମ୍ବିଧାନିକ ବ୍ୟବସ୍ଥାକୁ ନିଜ ନିୟନ୍ତ୍ରଣରେ ରଖି ବିରୋଧୀଙ୍କ ଉପରେ ପ୍ରୟୋଗ କରିବାରେ ପ୍ରାଥମିକତା ଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ବର୍ତ୍ତମାନ ହିନ୍ଦୁ ମୁସଲମାନ, ମନ୍ଦିର ମସଜିଦ ପ୍ରସଙ୍ଗ ଦେଶରେ ଜୋର ଧରିଛି। ଭାରତର ହିନ୍ଦୁ ବିପଦରେ କହି ଲୋକଙ୍କ ମନରେ ମୁସଲମାନ ଓ ଅନ୍ୟ ଜାତି ଓ ସମ୍ପ୍ରଦାୟ ବିରୁଦ୍ଧରେ ଦମନ ଲୀଳା ଚଳାଇବା ମୂଖ୍ୟ ଅସ୍ତ୍ର ପାଲଟିଛି। ଯଦ୍ୱାରା ଦେଶରେ ଅରାଜକତା ଦେଖା ଦେଇଥିବା ଲୋକେ ଅନୁଭବ କରୁଥିବା ମନେହୁଏ। ବିଜେପିର କିଛି ପ୍ରବକ୍ତା ଅନ୍ୟ ଧର୍ମ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇ ଅସ୍ଥିରତା ସୃଷ୍ଟି କରୁଥିବା ବେଳେ ସରକାର ସେମାନଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରୁଥିବା ଯୋଗୁଁ ସରକାରଙ୍କ ଉପରେ ଲୋକଙ୍କ ସନ୍ଦେହ ବଢ଼ି ଚାଲିଛି। ଯଦି ଏପରି ଅବସ୍ଥା ଆଗାମୀ କିଛି ବର୍ଷ ପାଇଁ ଲାଗି ରହେ ତେବେ ଦେଶର ଏକତା ଅଖଣ୍ଡତା ଓ ସମ୍ବିଧାନର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ଵାଭାବିକ ଏଥିରେ ଦ୍ଵିମତ ହେବାର ନାହିଁ।

 ରଜନୀ କାନ୍ତ ସମର୍ଲିଆ , ଚାରବାହାଲ

Related posts

ଲତା ବେହେରା  ଙ୍କ କବିତା ସ୍ୱାଭିମାନ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ବିଳାସର ସାଥି, ବିନାଶକୁ ଗତି

Sunil Chandra Nayak

ଓବିସି-ଏସଟି-ଏସସି ମିଳିତ ମହାସଂଘ ର ସମ୍ବିଧାନ ଅଧିକାର ଯାତ୍ରା

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort