ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତ୍ରିପତି ପ୍ରଧାନ ଙ୍କ କବିତା ଆଡପ ମଣ୍ଡପ ଶିକ୍ଷା 

ଆଡପ ମଣ୍ଡପ ଶିକ୍ଷା 

ଆଡପ ମଣ୍ଡପେ କାଳିଆ

      ଘେନି ଭଉଣୀ ଭାଇ

ଗୁଣ୍ଡିଚା ମା ହାତ ପରଷା

             ଭୁଞ୍ଜ ଆନନ୍ଦ ହୋଇ (1)

ଜନମ ବେଦୀରେ ବସିଣ

               ତୁମ ଜନ୍ମ ବୃତାନ୍ତ

ପିତା,ମାତା ତ୍ୟାଗ କଥାକୁ

               ହେଜ ଜଗତନାଥ (2)

ମାଆ ସିନା ଜାଣେ ସତତ

               ପୁତ୍ର, ସନ୍ତତୀ ଚିତ୍ତ

ବଡ଼ ହୋଇ ଭୁଲି ଯାଆନି

               ଶିକ୍ଷା ଦିଅ ସାଆନ୍ତ (3)

ନାନା (ବାପା ), ବୋଉ ଚାହୁଁ ନାହାଁନ୍ତି

               ପୁତ୍ର ଧନ ଦରବ

ପାଖେ ବସି ଟିକେ ଗପିଲେ

               ତାଙ୍କୁ ଲଗାଇ ସ୍ୱର୍ଗ (4)

ଦେବ ହୋଇ ନର ଚଳଣି

                ଗୃହ କର୍ତ୍ତବ୍ୟ କର୍ମ

କରି ତୁ ବତାଉ ଜନଙ୍କୁ

               କର ଶ୍ରେଷ୍ଠ କରମ (5)

ଜନ୍ମଦାତା, ଦାତ୍ରୀ, ଭୂମିତ

              ବର ବୈକୁଣ୍ଠପୁର

ପୁତ୍ର ଧର୍ମ ପାଳି ସଭିଏଁ

               ସେବ ସେହି ପୟର (6)

କି ଲୀଳା ରଚିଛୁ ଗୋସାଇଁ

              ଦେବେଟି ଅଗୋଚର

ମୁଁ ପାମର କାହୁଁ ଜାଣିବି

            ବୁଦ୍ଧ କାହିଁ ମୋହର (7)

ଶୁଣିଛି ସାଧୁଙ୍କ ମୁଖରୁ

               ତୁମ ନାମକୁ ଜପି

ଦସ୍ୟୁ, ନର, ଦୈତ, ବାନର

             ଲଭି ଅଛନ୍ତି ତପୀ (8)

ଦେବଙ୍କୁ ଦୁର୍ଲଭ ତୋ ରୂପ

          ନେତ୍ରେ ଯିଏ ଦେଖିଛି

ତରିଛି ଜନମ ଚକ୍ରରୁ

        ଶାସ୍ତ୍ରେ ରଚି ରହିଛି (9)

ପଶୁଛି ଶରଣ କୃପାଳୁ

          କୃପା ବାରି ବରଷି

ଇହଧାମ ତ୍ୟାଗ କାଳରେ

         ତୁଣ୍ଡେ ଥିବଟି ବସି (10)

      ତ୍ରିପତି ପ୍ରଧାନ

ସଂସ୍କୃତ ଶିକ୍ଷକ, ଚିକିଟି, ଗଞ୍ଜାମ

 

Related posts

ଉତ୍କେଲାରେ ସରପଞ୍ଚ ନରେନ୍ଧ୍ର ମାଝି ସମିତିସଭ୍ୟ ତ୍ରିନାଥ ମାଝି ବିଜୟ

Sunil Chandra Nayak

ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ୧୩ ଦଫା ଦାବୀ ଦାବୀପତ୍ର ପ୍ରଦାନ 

Sunil Chandra Nayak

ନିକୁଞ୍ଜ କୁମାର ଘୋଷ ଙ୍କ କବିତା ଶେଷ ଚିଠି

Sunil Chandra Nayak

Leave a Comment

error: Content is protected !!