ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ହଜିଲା ଦରବ:-୫

   ହଜିଲା ଦରବ:—–୫

  ଦିଲ୍ଲୀପ କୁମାର ନନ୍ଦୀ

 

ଜିନିସ୍ ଟପ୍ ତ ଘର ଠୁ ମନ୍ଦିର

ଶାଢ଼ୀ ଓଢ଼ଣୀ ଉଠିଲାଣି

ସ୍ତନ୍ୟପାନ କାଳେ ସୌନ୍ଦର୍ଯ୍ୟ ତ ହାନୀ

ଡବା କ୍ଷୀର ଜମି ଗଲାଣି।୧।

 

ପ୍ରଣାମ କରିଲେ ଅଣ୍ଟା ବ୍ୟଥା ହୁଏ

ନମସ୍କାର ଠିଆ ଠିଆରେ

ଯୋଡ଼ା ବେଣିକୁ ତ ରିବନ ସାଜୁନି

ଚ଼ିବୁକେ ସୁନେଲି ଆହାଃରେ।୨।

 

କଜ୍ଜଳ ନାସିକା ଗାର ତ ଚଳୁନି

ଆଏବ୍ରୋ ସଜ୍ଜା ପାର୍ଲରରେ

କୁଙ୍କୁମ ଅଧରୁ ଲିଭି ତ ଗଲାଣି

ଅଧର ସାଜେ ଲିପିଷ୍ଟିକରେ।୩।

 

ତାଗା ତାଇତ ତ ସମାଧି ନେଲାଣି

ବାଙ୍କିଆଟା ବଙ୍କି ପଡ଼ିଛି

ପାହୁଞ୍ଜି ପାହୁଡ଼ ସାଜୁନି ତ ଆଉ

ପାଦ ସାଜେ କଳାସୁତାରେ।୪।

କାଏମା, ଧର୍ମଶାଳା, ଯାଜପୁର

 

Related posts

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା କବିର ପ୍ରଶ୍ନ 

Sunil Chandra Nayak

ମିଠା ଦୋକାନ ରେ ନିଆଁ ,ମୁଖ୍ୟ ମିସ୍ତ୍ରୀ ମୃତ ସହ ୨ ସହଯୋଗୀ ଗୁରୁତର

Sunil Chandra Nayak

ନେହୁରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ନବରଙ୍ଗପୁର ମହାବିଦ୍ୟାଳୟରେ ଜିଲ୍ଳା ସ୍ତରୀୟ ଯୁବ ମହୋତ୍ସବ ପାଳିତ 

Sunil Chandra Nayak

Leave a Comment

error: Content is protected !!