ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡିଲର ଫେଡେରେସନର ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ

ବାଲେଶ୍ଵର,୦୪/୭/୨୨- ସର୍ବ ଭାରତୀୟ ଡିଲର ଫେଡେରେସନ ଶାନ୍ତିପୂର୍ଣ୍ଣ ଭାବେ କରିଛି ବିକ୍ଷୋଭ ପ୍ରଦର୍ଶନ । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ପରିସରରେ । ଦାବି ଗୁଡିକ ମଧ୍ୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ଯାଣ ଅନ୍ନ ଯୋଜନାର ବକେୟା ପାରିଶ୍ରମିକ, ଇ-ପିଓଏସ ମେସିନର ବ୍ଯବହାରିକ ଖର୍ଚ୍ଚ ଓ ଇ-ପିଓଏସ ମେସିନର ଆବଶ୍ୟକୀୟ ଯନ୍ତ୍ରାଂଶ ଯୋଗାଣ, ମଧ୍ୟାହ୍ନ ଭୋଜନ ବଣ୍ଟନ ବାବଦୀୟ ପାରିଶ୍ରମିକ ଏବଂ ଏକକାଳୀନ ହିତାଧିକାରୀଙ୍କୁ ଖାଉଟି ସାମଗ୍ରୀ ଖୁଚୁରା ବିକ୍ରୟ କେନ୍ଦ୍ରକୁ ପ୍ରେରଣ କରିବା, ମୃତ୍ୟୁବରଣ କରିଥିବା ଖୁଚୁରା ବିକ୍ରେତାଙ୍କ ପରିବାରକୁ ପୁନଃ ନିଯୁକ୍ତି, ପଶ୍ଚିମବଙ୍ଗ ରାଜ୍ୟ ପରି ପ୍ରତ୍ୟେକ ୩ ବର୍ଷରେ ସନନ୍ଦ ନବୀକରଣ ଆଦେଶ ପ୍ରଦାନ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲା । ଏଥିପାଇଁ ସର୍ବ ଭାରତୀୟ ଡିଲର ଫେଡେରେସନର ନିଷ୍ପତ୍ତି କ୍ରମେ ତା ୦୪/୭/୨୨ ରିଖ ସୋମବାର ଦିନ ସମଗ୍ର ଭାରତ ବର୍ଷରେ ପ୍ରତ୍ୟେକ ରାଜ୍ୟର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରିବା ନିମନ୍ତେ ସର୍ବ ଭାରତୀୟ ଡିଲର ଫେଡେରେସନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ଯାଣ ବିଭାଗକୁ ପୂର୍ବରୁ ପତ୍ର ମାଧ୍ୟମରେ ଅବଗତ କରାଯାଇଥିଲା । ତେଣୁ ଖଇରା ବିଡ଼ିଓ ପର୍ଶୁରାମ ପଣ୍ଡାଙ୍କୁ ଅଭିଯୋଗଦେଇ ପ୍ରତିକାର ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ ବିକ୍ଷୋଭକାରୀ ମାନେ । ଏବଂ ଉକ୍ତ ଅଭିଯୋଗ ପତ୍ରଟିକୁ ଗ୍ରହଣ କରିବା ସଙ୍ଗେ ସଙ୍ଗେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ଅନୁରୋଧ କରିଥିଲେ । ବିକ୍ଷୋଭକାରୀ ମାନେ ହାତରେ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇ ବଜାର ପରିକ୍ରମା କରି ବ୍ଲକ ହତା ମଧ୍ୟକୁ ପ୍ରବେଶ କରି ବିଡ଼ିଓ ଶ୍ରୀ ପଣ୍ଡାଙ୍କୁ ଦେଇଥିଲେ । ବିଡ଼ିଓ ଦାବିପତ୍ର ଗ୍ରହଣ କରିବା ସହିତ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତେ ପ୍ରେରଣ କରିବେ ବୋଲି ପ୍ରକାଶ କରିଥିଲେ । ଏଥିରେ ଖଇରା ବ୍ଲକର ସମସ୍ତ ଡିଲର ସହଯୋଗ କରିଥିଲେ । ଏଥିସହିତ ଜିଲ୍ଲାର ବିଭିନ୍ନ ବ୍ଲକରେ ହୋଇଥିବା ଖବର ସଂଗ୍ରହରୁ ଜଣାପଡିଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବେଣୁ ଧର ସୁତାର ଙ୍କ କବିତା ସ୍ମୃତି ର ବସନ୍ତ

Sunil Chandra Nayak

କର୍ଲାମୁଣ୍ଡାରେ ମିଶନ ଶକ୍ତିର ଋଣ ମେଳା ଅନୁଷ୍ଠିତ

Sunil Chandra Nayak

କୋଷାଗୁମୁଡ଼ା ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର

Sunil Chandra Nayak

Leave a Comment

error: Content is protected !!