ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିଖୋଜ ବାଳକ ସଂଖ୍ୟାର ପ୍ରାୟ ୫ଗୁଣା ବାଳିକା ଓ ୨୦ଗୁଣ ମହିଳା

ରାଜ୍ୟରେ ନିଖୋଜ ଓ ଦୁଷ୍କର୍ମ ମାମଲା ଆସିଥିବା ସଂଖ୍ୟାକୁ ନେଇ ଗୃହରେ ଉତ୍ତର ରଖିଲେ ରାଜ୍ୟ ସ୍ବରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା:

ରାଜ୍ୟରେ ୨୦୧୯-୨୨ ମସିହା ଭିତରେ ୧୦,୧୨୯ଟି ଦୁଷ୍କର୍ମ ମାମଲା ଆସିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଙ୍କ ସୂଚନା….

ରାଜ୍ୟ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ରାଜ୍ୟରେ ନିଖୋଜ ଘଟଣା କୁ ନେଇ ଉତ୍ତର ରଖିଛନ୍ତି । ଯେତିକି ସଂଖ୍ୟାରେ ବାଳକ ନିଖୋଜ ହେଉଛନ୍ତି ତାହାର ପ୍ରାୟ ୫ଗୁଣା ବାଳିକା ଓ ପ୍ରାୟ ୨୦ଗୁଣ ମହିଳା ରହିଥିବା କହିଛନ୍ତି ମନ୍ତ୍ରୀ ।

ବିଜେଡି ବିଧାୟକ ପ୍ରଫୁଲ ସାମଲ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି ଯେ, ୨୦୧୯ ମସିହାରେ ରାଜ୍ୟର ୫୩୮ଜଣ ବାଳକ ନିଖୋଜ ହୋଇଥିବା ବେଳେ ୨୬୯୩ ଜଣ ବାଳିକା ଓ ୯୬୮୭ଜଣ ମହିଳା ନିଖୋଜ ହୋଇଥିଲେ । ଏହି ସମୟରେ ନିଖୋଜ ବାଳକଙ୍କ ମଧ୍ୟରୁ ୪୭୭ଜଣଙ୍କୁ ଠାବ କରାଯାଇଥିବା ବେଳେ ଠାବ ହୋଇଥିବା ବାଳିକା ଓ ମହିଳାଙ୍କ ସଂଖ୍ୟା ଯଥାକ୍ରମେ ୨୨୯୮ ଓ ୪୭୯୬ ରହିଥିଲା ।

ସେହିଭଳି ୨୦୨୦ ମସିହାରେ ୩୩୯ ଜଣ ବାଳକ ନିଖୋଜ ହୋଇଥିବା ବେଳେ ୨୫୫୮ଜଣ ବାଳିକା ଓ ୮୯୭୦ଜଣ ମହିଳା ନିଖୋଜ ହୋଇଥିଲେ । ନିଖୋଜ ବାଳକଙ୍କ ମଧ୍ୟରୁ ୨୭୯ଜଣଙ୍କ ପତ୍ତା ମିଳିଥିବା ବେଳେ ଠାବ ହୋଇଥିବା ବାଳିକା ଓ ମହିଳାଙ୍କ ସଂଖ୍ୟା ଯଥାକ୍ରମେ ୨୦୬୧ ଓ ୩୬୭୦ ରହିଥିଲା ।

ଗତବର୍ଷ ଅର୍ଥାତ ୨୦୨୧ରେ ସମଗ୍ର ରାଜ୍ୟରେ ୨୧୯ଜଣ ବାଳକ ନିଖୋଜ ହୋଇଥିବା ବେଳେ ୨୪୫୨ ଜଣ ବାଳିକା ଓ ୭୩୧୬ ଜଣ ମହିଳା ନିଖୋଜ ହୋଇଥିଲେ । ନିଖୋଜ ବାଳକଙ୍କ ମଧ୍ୟରୁ ୧୫୧ଜଣ ଠାବ ହୋଇଥିବା ବେଳେ ଠାବ ହୋଇଥିବା ବାଳିକା ଓ ମହିଳାଙ୍କ ସଂଖ୍ୟା ଯଥାକ୍ରମେ ୧୫୧୨ ଓ ୧୪୫୪ ରହିଥିଲା ।

ସେହିପରି ରାଜ୍ୟରେ ୨୦୧୯-୨୨ ମସିହା ଭିତରେ ୧୦,୧୨୯ଟି ଦୁଷ୍କର୍ମ ମାମଲା ଆସିଛି । ତେବେ ଅପରାଧିକ ମାମଲା ନେଇ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା । ତେବେ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ୨୦୧୯ ମସିହାରୁ ୨୦୨୨ ମସିହା ଭିତରେ ୧୦,୧୨୯ଟି ଦୁଷ୍କର୍ମ ମାମଲା ଆସିଥିବା ବେଳେ ୫୫୮୪ଟି ନାବାଳିକା ଦୁଷ୍କର୍ମ ମାମଲା ଆସିଛି ।

୨୦୧୯ ମସିହାରେ ୨୯୫୦ଟି, ୨୦୨୦ମସିହାରେ ୨୯୮୪ଟି, ୨୦୨୧ମସିହାରେ ୩୩୨୭ଟି, ୨୦୨୨ରେ ୮୬୮ଟି ଦୁଷ୍କର୍ମ ମାମଲା ଆସିଛି । ସେହିଭଳି ୨୦୧୯ରେ ୧୬୩୫ଟି ନାବାଳିକା ଦୁଷ୍କର୍ମ ମାମଲା, ୨୦୨୦ରେ ୧୬୪୬ଟି, ୨୦୨୧ରେ ୧୮୭୧ଟି, ୨୦୨୨ରେ ୪୩୨ଟି ନାବାଳିକା ଦୁଷ୍କର୍ମ ମାମଲା ଆସିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ନୀଳଗିରିରେ ସାମ୍ବାଦିକଙ୍କୁ ନିର୍ଯ୍ୟାତନାକୁ ଜାନର ନିନ୍ଦା

Sunil Chandra Nayak

ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନା ପରିଚାଳନା ଦାୟିତ୍ବ କାହାର?

Sunil Chandra Nayak

ଇସ୍ପାତ ଖଟିରେ ବିଶ୍ବ କବିତା ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!