ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମମତା ସାହୁ ଙ୍କ କବିତା ଚାଲିଗଲ ପ୍ରଭୁ ମାଉସୀ ଘର

ଚାଲିଗଲ ପ୍ରଭୁ ମାଉସୀ ଘର

ଚାଲିଗଲ ପ୍ରଭୁ ମାଉସୀ ଘର

ଖାଲି ପଡିଅଛି ଶ୍ରୀ ମନ୍ଦିର।।

ମଣିମା ଡାକ ପ୍ରଭୁ ଶୁଭୁନି ଆଉ

ଗହଳ ଚହଳ ଦିଶୁନି ଆଉ।।

ସେବାୟତ ଧାରି ଝୁରନ୍ତି ଆଜି

କାହାକୁ ଦୟଣା ଦେବେ ଯେ ସାଜି।।

ଅଛନ୍ତି ଯେତେ ପଣ୍ଡାପଡି ଧାରି

କା ଆଗେ କରିବେ ନିତିଗୁହାରି।।

କଳା ମାଣିକ ପ୍ରଭୁ ଠଣ ସୁନ୍ଦର

ତୁମ ପାଇଁ ଶୋଭା ବଡ ଦେଉଳ।।

ଦୁଃଖି ଟିଏ ଦୁଃଖ ଯେ ତାହାରି

ଜଗାଇବା କାହା ଆଗେ ଶ୍ରୀହରି।।

ରତ୍ନ ସିଂଘାସନ ଝୁରେ ଗୁମୁରି

କାହିଁଗଲ ମୋର ବିଶ୍ଵ ବିହାରି।।

ବାର ମାସେ ପ୍ରଭୁ ତେର ପରବ

ଶ୍ରୀ କ୍ଷେତ୍ରରେ ବେଶ ତୁମ ଆପୂର୍ବ।।

ସେ ବେଶ ଦର୍ଶନେ ଧନ୍ୟ ଜୀବନ

ସାର୍ଥକ ହୋଇବ ନର ଜୀବନ।

ତୁମ ଦର୍ଶନ କରୁ ନିତି ନୟନ

ତୁଣ୍ଡ ଭଜୁ ପ୍ରଭୁ ତୁମ ଭଜନ।।

ବେନି ପାଦମୋର ଶ୍ରଧା ବାଲିରେ

କରିଣ କିର୍ତ୍ତନ ନିତି ନାଚୁରେ।।

ଜଗନ୍ନାଥ ବୋଲି ହାତ ଟେକୁଥିବି

ଭକ୍ତି ରସ ପାନ ନିତି କରିବି।।

ତବ ପାଦ ପଦ୍ମେ ଗଲି ଶରଣ

ଦୟା ରଖିଥିବ ଚକା ନୟନ।।

   

       ମମତା ସାହୁ

      ଗାଈଗାଁ,କଳାହାଣ୍ତି

Related posts

କଳାହାଣ୍ଡି ଲେଖିକା ସଂଘର ୨୨ତମ ବାର୍ଷିକ ଉତ୍ସବ ପାଳିତ

Sunil Chandra Nayak

ଡ. ପ୍ରଶାନ୍ତ କୁମାର ଶତପଥୀ  ଙ୍କ କବିତା ରଜ ପରବ

Sunil Chandra Nayak

ମସିହା ର ପ୍ରତିନିଧି ପ୍ରହଲ୍ଲାଦ ମୁଦୁଲି ତାଳଚେର ରେ ହେଲେ ସମ୍ମାନିତ

Sunil Chandra Nayak

Leave a Comment

error: Content is protected !!