ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲଲାଟେନ୍ଦୁ ବାରିକ ଙ୍କ କବିତା ଆହେ ଦୟାମୟ

    ଆହେ ଦୟାମୟ

 

ତୋ ଭାବ ଡୋରି ରେ ବନ୍ଧା

 ସୂକ୍ଷ୍ମ ଏହି ଜୀବନ ମୋର

ତୁ ମୋର ଅଟୁ ସୁଖ ଦୁଃଖ

ଦଣ୍ଡେ ନ ଦେଖିଲେ ତୋତେ

ଏହି ନୟନ ଯୁଗଳ ମୋର

 ଲୋତକେ ଯାଏ ରେ ଭରି

ମୋ ଜୀବନ ରଥର ତୁମେ

 ସାରଥି ସାଜି ଛ ହେ ପ୍ରଭୁ

 ଅଟେ ତୁମର ଦୁଃଖୀଦାସୀ

 ତୁମ ବିନା ଏହି ସଂସାରରେ

  ଅନ୍ୟ ଗତି ନାହିଁ ହେ ମୋର

  ଚଉଦିଗ ଦିଶେ ମୋ ଅନ୍ଧାର

  ମୋର ବାର୍ଦ୍ଧକ୍ୟ ସମୟ ରେ

 ମୋ ଆଶା ର ଲଉଡି ତୁମେ 

 ସାହା ତୁମ ଅଟେ ଚଉବାହା

 ଏହି ଜୀଵ ଜୀବନ ମୋର

 ଛାଡ଼ି ଗଲା ବେଳେ ପରାଣ

  ଭଜୁ ପ୍ରଭୁ ତୁମର ଏ ନାମ

 ସଂସାର ଟା ଲାଗଇ ମୋତେ

 ବିତୃଷ୍ନା ,ମାୟା ମୋହ ଅସାର

 ତୁମ ନାମ ଅଟେ ମୂଖ୍ୟ ସାର

 ଵଇକୁଣ୍ଠେ ଧାମ ପ୍ରାପ୍ତି ପାଇଁ

 ତୁମ ସାକ୍ଷାତ ପାଇବା ପାଇଁ

  ନିତି ଜପେ ମୁଁ ହରି ନାମ

ଲଲାଟେନ୍ଦୁ ବାରିକ

ବାସୁଦେବପୁର ,ଭଦ୍ରକ

Related posts

ଭବାନୀପାଟଣା ରେ ଅମୃତ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା

Sunil Chandra Nayak

ସାଂସଦ ଏବଂ ବିଧାୟକ ଙ୍କ ଝରିଗାଁ ବ୍ଲକ ରେ ତୋଫାନୀ ଗସ୍ତ

Sunil Chandra Nayak

ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ଯାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ 

Sunil Chandra Nayak

Leave a Comment

error: Content is protected !!