ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲଲାଟେନ୍ଦୁ ବାରିକ ଙ୍କ କବିତା ଆହେ ଦୟାମୟ

    ଆହେ ଦୟାମୟ

 

ତୋ ଭାବ ଡୋରି ରେ ବନ୍ଧା

 ସୂକ୍ଷ୍ମ ଏହି ଜୀବନ ମୋର

ତୁ ମୋର ଅଟୁ ସୁଖ ଦୁଃଖ

ଦଣ୍ଡେ ନ ଦେଖିଲେ ତୋତେ

ଏହି ନୟନ ଯୁଗଳ ମୋର

 ଲୋତକେ ଯାଏ ରେ ଭରି

ମୋ ଜୀବନ ରଥର ତୁମେ

 ସାରଥି ସାଜି ଛ ହେ ପ୍ରଭୁ

 ଅଟେ ତୁମର ଦୁଃଖୀଦାସୀ

 ତୁମ ବିନା ଏହି ସଂସାରରେ

  ଅନ୍ୟ ଗତି ନାହିଁ ହେ ମୋର

  ଚଉଦିଗ ଦିଶେ ମୋ ଅନ୍ଧାର

  ମୋର ବାର୍ଦ୍ଧକ୍ୟ ସମୟ ରେ

 ମୋ ଆଶା ର ଲଉଡି ତୁମେ 

 ସାହା ତୁମ ଅଟେ ଚଉବାହା

 ଏହି ଜୀଵ ଜୀବନ ମୋର

 ଛାଡ଼ି ଗଲା ବେଳେ ପରାଣ

  ଭଜୁ ପ୍ରଭୁ ତୁମର ଏ ନାମ

 ସଂସାର ଟା ଲାଗଇ ମୋତେ

 ବିତୃଷ୍ନା ,ମାୟା ମୋହ ଅସାର

 ତୁମ ନାମ ଅଟେ ମୂଖ୍ୟ ସାର

 ଵଇକୁଣ୍ଠେ ଧାମ ପ୍ରାପ୍ତି ପାଇଁ

 ତୁମ ସାକ୍ଷାତ ପାଇବା ପାଇଁ

  ନିତି ଜପେ ମୁଁ ହରି ନାମ

ଲଲାଟେନ୍ଦୁ ବାରିକ

ବାସୁଦେବପୁର ,ଭଦ୍ରକ

Related posts

ମୈତ୍ରୀ ଇନଫ୍ରାଷ୍ଟ୍ରୋର ପକ୍ଷରୁ ହଇଜା ପ୍ରଭାବିତ ଅଞ୍ଚଳରେ ରାସନ ସାମଗ୍ରୀ ବିତରଣ କାର୍ଯ୍ଯକ୍ରମ 

Sunil Chandra Nayak

ପ୍ରତିମା ଶତପଥି ଙ୍କ କବିତା ମିତ ପାଇଁ ଗୀତ

Sunil Chandra Nayak

ଗଣେଷ ପଣ୍ତା ବଡକୁଟୁରୁ ଗ୍ରାମପଞ୍ଚାୟତର ସରପଞ୍ଚ ଆସନ ଅଳଙ୍କୃତ କଲେ

Sunil Chandra Nayak

Leave a Comment

error: Content is protected !!