ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବନ୍ଧଗଡ଼ ଜଙ୍ଗଲ ବିଭାଗ ପକ୍ଷରୁ ୭୩ ତମ ବନ ମହୋତ୍ସବ ପାଳିତ

ଫୁଲବାଣୀ -:  କନ୍ଧମାଳ ଜିଲ୍ଲା ଫୁଲବାଣୀ ବନଖଣ୍ଡ ଅଧିନସ୍ଥ ଫିରିଙ୍ଗିଆ ବନ ବିଭାଗ ରେଞ୍ଜ ଅନ୍ତର୍ଗତ ବନ୍ଧଗଡ଼ ଏମ ଇ ସ୍କୁଲ ପରିସର ମଧ୍ୟରେ ୭୩ ତମ ବନ ମହୋତ୍ସବ ପାଳିତ ହୋଇଥିଲା। ଏହି ବନ ମହୋତ୍ସବ କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅଶୋକ ମଲ୍ଲିକ ଯୋଗ ଦେଇ ଥିବା ବେଳେ ବରିଷ୍ଠ ବନପାଳ ସରୋଜ ମିଶ୍ର ଯୋଗ ଦେଇ ଜଙ୍ଗଲ ସୁରକ୍ଷା କରିବା ସହ ଅଧିକରୁ ଅଧିକ ବୃକ୍ଷ ରୋପଣ କରିବା ଲାଗି ପରାମର୍ଶ ଦେଇଥିବା ବେଳେ ଜଙ୍ଗଲ ରେ ନିଆଁ ନ ଲଗାଇବା,ବନ୍ୟଜନ୍ତୁ ର ସୁରକ୍ଷା କରିବା ନେଇ ସଚେତନ କରିଥିଲେ।ତା ସହିତ ପ୍ରତ୍ୟେକ ମଣିଷ ନିଜ ଜୀବନ କାଳରେ ପ୍ରତ୍ୟେକ ଦିନ ଗୋଟିଏ କିମ୍ବା ଦୁଇଟି ଗଛ ଲଗାଇ ତାକୁ ବଞ୍ଚାଇ ରଖିଲେ ଭବିଷ୍ୟତ ପିଢ଼ି ପରିବେଶ ପ୍ରଦୂଷଣ ରୁ ରକ୍ଷା ପାଇବେ ଜଙ୍ଗଲ ବିନା ଜୀଵ ଜଗତ ବଞ୍ଚି ପାରିବ ନାହିଁ ବୋଲି ବନପାଳ ଶ୍ରୀ ମିଶ୍ର କହିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଇକୋକ୍ଳବ ଛାତ୍ରଛାତ୍ରୀ ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ,ବନ ବିଭାଗ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଵୃକ୍ଷ ରୋପଣ କରିଥିଲେ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ

Related posts

ଅବାଧ ବୃକ୍ଷ କଟା ରେ ରୋକ ଲାଗୁନି ,ଓ ସି ସି ବ୍ରିଜ ନିକଟସ୍ଥ ଟିକ ବୃକ୍ଷ ଚୋରୀ

Sunil Chandra Nayak

ନଗେନ୍ଦ୍ର କୁମାର ରାଉତ ଙ୍କ କବିତା ଲୀଳାମୟୀ ମା ମହାମାୟୀ

Sunil Chandra Nayak

ଶହ ଶହ ଏକର ଜମି ଜଳମଗ୍ନ, ବ୍ଳକ ରେ ନାହିଁ ବନ୍ୟା ଆଶ୍ରୟ ସ୍ଥଳୀ

Sunil Chandra Nayak

Leave a Comment

error: Content is protected !!