ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂତନ ଜିଲ୍ଲାପାଳଙ୍କ ପ୍ରଥମ ଥର ଥୁଆମୂଳ ରାମପୁର ବ୍ଳକ ଗ୍ରସ୍ତ

ଥୁଆମୂଳ ରାମପୁର:୫/୭ – ମ.ନୀ.ସ:- କଳାହାଣ୍ଡି ଜିଲ୍ଲା ଅଧ୍ଯୁଷିତ ପାହାଡ ପର୍ବତ ବେଣ୍ଟିତ ଆଦିବାସୀ ବହୁଳ ଅଞ୍ଚଳ ଭାବରେ ଜଣାଶୁଣା ଥିବା ଥୁଆମୂଳ ରାମପୁର ବ୍ଳକକୁ କଳାହାଣ୍ଡି ଜିଲ୍ଲାରେ ନୂତନ ଭାବେ ଯୋଗଦାନ କରିଥିବା ଜିଲ୍ଲାପାଳ ଅନ୍ବେଷା ରେଡ୍ଡୀ ଆଜି ପ୍ରଥମ ଥର ପାଇଁ ଗ୍ରସ୍ତରେ ଆସିଥିଲେ। ଥୁଆମୂଳ ରାମପୁର ବ୍ଳକର ଅନେକ ପ୍ରକାର ଉନ୍ନୟନ ମୂଳକ କାର୍ଯ୍ଯଗୁଡିର ଅନୁଧ୍ୟାନ କରିଥିଲେ। ଅଞ୍ଚଳର ବିକାଶ ମୂଳକ କାର୍ଯ୍ଯ ଗୁଡିକ କୁ ତ୍ବରାନ୍ବିତ କରିବା ଦିଗରେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏହା ବ୍ଯତିତ ସେ ନିଜ ପକ୍ଷରୁ ବିକାଶ ପାଇଁ ପ୍ରୟାସ ଜାରି ରଖିବେ ବୋଲି କହିଥିଲେ। ଏହା ସହିତ ଲୋକଙ୍କ ଆପର୍ତ୍ତି ଅଭିଯୋଗ ମଧ୍ୟ ଶୁଣିଥିଲେ। ଜିଲ୍ଲାପାଳ ଡିଏମଏଫ୍ କାର୍ଯ୍ଯର ୫ ଗୋଟି ବିଦ୍ୟାଳୟକୁ ପରିଦର୍ଶନ କରିବା ସହ ତଦାରଖ କରିଥିଲେ। ଏହି ଗ୍ରସ୍ତ ସମୟରେ ଜିଲ୍ଲାର ପଦାଧିକାରୀ ଓ ଥୁଆମୂଳ ରାମପୁର ପଞ୍ଚାୟତ ସମିତି ଅଧ୍ଯକ୍ଷ ଶ୍ରୀ ଦୟାନିଧି ମାଝୀ, ଏବିଡିଓ (ଆଇସି) ଶ୍ରୀ ଭରତ କୁମାର ମେହେର, ଏଇଇ ଶ୍ରୀ ସାଲୁକା ହେମ୍ର୍ବ, ଏଇ ଶ୍ରୀ ବାଞ୍ଛାବଟ ପାଣ୍ତେ, ଜେଇ ଶ୍ରୀ ମଳୟ ଶତପଥୀ, ସମେତ ଅନ୍ଯାନ୍ଯ ବ୍ଳକ କର୍ମଚାରୀ ଉପସ୍ଥିତ ମାନେ ଉପସ୍ଥିତ ରହିଥିଲେ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଲଙ୍ଗଳେଶ୍ଵର ମିଡିଆ ହାଉସ୍ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

Sunil Chandra Nayak

ଜାମଦା ଥାନା ଅନ୍ତର୍ଗତ ବଡକୁଲେଇବିରା ମୌଜାକୁ ବିଭକ୍ତ ନ କରିବା ନେଇ ଉପଜିଲ୍ଲାପାଳଙ୍କ ଠାରେ ଦ୍ବାରସ୍ଥ

Sunil Chandra Nayak

କୋକସରା ବ୍ଲକ ଗସ୍ତ କଲେ ଜିଲ୍ଲାପାଳ, ବିଭିନ୍ନ ଉନ୍ନୟନ କାର୍ଯ୍ୟ ର ସମୀକ୍ଷା

Sunil Chandra Nayak

Leave a Comment

error: Content is protected !!