ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚନ୍ଦ୍ରକଳା ଙ୍କ କବିତା ହେରା ପଞ୍ଚମୀ

ହେରା ପଞ୍ଚମୀ

ଚନ୍ଦ୍ରକଳା

 

ଅଭିମାନିନୀ ସେ ବରୁଣ ଦୁଲଣୀ

ଜଗତର ପଡିଦାତ୍ରୀ,

ପ୍ରଭୁଙ୍କୁ ନଦେଖି ସାଗର ଦୁଲଣୀ

କୋପଭର ହୋଇଛନ୍ତି ||

 

କପଟୀ କାଳିଆ କପଟ କରିଲେ

ମୋତେ କିଛି ନଜଣାଇ,

ଭାଇଭଗ୍ନୀ ମିଶି ମୋତେ ଏକାକରି

ଚଲିଗଲେ ଜନ୍ମଭୂଇଁ ||

 

ଗରଗର ହୋଇ ସେ ଚଞ୍ଚଳମନା

ସଖୀ ସଂଗତରେ ଯାଇ,

ପ୍ରଭୁ ବସିଥିଲେ ଆଡପ ମଣ୍ଡପେ

ଲୁଚି ଦେଖିବାର ପାଇଁ ||

 

ଭାତୃ ଦ୍ବୟ ମଧ୍ୟେ ଭଦ୍ରାକୁ ଦେଖିଣ

ମନେ ମନେ ଜଳିଜାଇ,

ରଥ ଯାତରାରେ ମାତିଛନ୍ତି ପ୍ରଭୁ

ଲକ୍ଷ୍ମୀ ମନେ ନ ପଡଇ ||

 

ରାଗେ ତମତମ ହୋଇ ସିନ୍ଧୁସୁତା

ସେଠାରୁ ବାହୁଡ଼ି ଆସି,

ହେରା ପଞ୍ଚମୀରେ ରଥଚକ ଭାଙ୍ଗି

ପ୍ରଭୁଙ୍କୁ କରନ୍ତି ଦୋଷୀ ||

Related posts

ଭୁବନ ମହିଳା ମହାବିଦ୍ୟାଳୟରେ ଭୋଟ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ନର୍ମଦା ନାୟକ ଙ୍କ କବିତା ରକ୍ଷାବନ୍ଧନ

Sunil Chandra Nayak

ଉତ୍କେଲା ରେ ଶାରଦୀୟ ନବରାତ୍ରୀ ପୂଜା ସହ ଭଷାଣି ଯାତ୍ରା ସମାପନ

Sunil Chandra Nayak

Leave a Comment

error: Content is protected !!