ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଗପୁର ଗାଁ ନିକଟରେ କୋଇଲା ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ

ନର୍ଲା (ମନିସ) ନର୍ଲା ବ୍ଳକ ଅନ୍ତର୍ଗତ ବାଗପୁର ଗାଁ ନିକଟ ମୁଖ୍ୟ ରାଜ୍ୟ ରାଜପଥରେ ଏକ କୋଇଲା ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗତକାଲି ରାତି ପ୍ରାୟ ଆଠଟା ତିରିଶି ମି. ସମୟରେ ଏକ କୋଇଲା ବୋଝେଇ ଟ୍ରକ ନଂ ସିଜି୦୪ଏମଜେଡ ୬୫୮୩ ଭବାନୀପାଟଣାରୁ ମ. ରାମପୁରକୁ ସଂଯୋଗ କରୁଥିବା ରାସ୍ତା ଦେଇ ବିଶାଖାପାଟଣାରୁ ରାୟପୁର ଅଭିମୁଖେ ଯାଉଥିବା ବେଳେ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା। ଫଳରେ ଘଟଣାସ୍ଥଳରେ ଡ୍ରାଇଭର ଜଣକ ଗାଡ଼ି ଭିତରେ ଚାପି ହୋଇଯାଇଥିଲେ। ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ଗାଡ଼ିର ଝରକା ଭାଙ୍ଗି ଡ଼୍ରାଇଭରଙ୍କୁ ଉଦ୍ଧାର କରାଯାଇଥିଲା। ପରେ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି। ସୂଚନା ମତେ ଡ୍ରାଇଭରଙ୍କ ଅଣ୍ଟା ଓ ହାତରେ ଆଘାତ ଲାଗିଥିବା ଜଣାପଡିଛି।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ୧୩ ଦଫା ଦାବୀ ଦାବୀପତ୍ର ପ୍ରଦାନ 

Sunil Chandra Nayak

ଚକ୍ରାନ୍ତକାରୀଙ୍କ ବଲୟରେ ପ୍ରସିଦ୍ଧ ହାବସପୁରୀ ଶାଢୀର ଏନ୍ତୁଡିଶାଳ ଆଜି ବିପର୍ଯ୍ୟସ୍ତ

Sunil Chandra Nayak

ତମ୍ବାଛଡା ଜ୍ଞାନ ମନ୍ଦିର ଛାତ୍ରଛାତ୍ରୀ ଙ୍କୁ ସ୍କୁଲ ବ୍ୟାଗ ବଣ୍ଟନ

Sunil Chandra Nayak

Leave a Comment

error: Content is protected !!