ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିପଦ ସଙ୍କୁଳ ଅବସ୍ଥାରେ ଭଟ୍ଟାଗୁଡା ପ୍ରାଥମିକ ବିଦ୍ୟାଳୟ ଗୂହ

ଥୁଆମୂଳ ରାମପୁର/କର୍ଲାପାଟ :୬/୭- ମ.ନୀ.ସ:- ସରକାରଙ୍କ ତରଫରୁ ଶିକ୍ଷାକୁ ପ୍ରାଥମିକ ସ୍ତରରେ ଅଧିକ ଗୁରୁତ୍ଵ ଦେଉଥିବା ଓ ଗୁଣାତ୍ମକ ଶିକ୍ଷା ଦାନ ବ୍ଯବସ୍ଥା କରିଛନ୍ତି। ବିଦ୍ଯାଳୟର ଭିର୍ତ୍ତିଭୂମି ଉପରେ ଉନ୍ନତି ଆଣିବା ପାଇଁ କୋଟିକୋଟି ଟଙ୍କା ବ୍ଯୟବରାଦ କରୁଛନ୍ତି। କିନ୍ତୁ ସେଅନୁସାରେ ଆଜି ମଧ୍ଯ ସେଭଳିଆ ଆଖିଦୃଶିଆ କାର୍ଯ୍ଯ ବିଦ୍ଯାଳୟ ଗୁଡିକର ପ୍ରାୟ ହୋଇପାରିଲା ନାହିଁ। କେଉଁଠି ବିଦ୍ୟାଳୟ ଗୃହ ଅଛି ସେଠି ଶିକ୍ଷକ ଅଭାବ, କେଉଁଠି ବିଦ୍ୟାଳୟ କୋଠା ବିପଦ ସଙ୍କୁଳ ଅବସ୍ଥାରେ ରହିଛି, ସୁରକ୍ଷା ପାଇଁ ପାଚେରୀ ବ୍ଯବସ୍ଥା ଭଲି ଅନେକ ସମସ୍ୟା ଘେରରେ ଗତି କରୁଅଛି ବିଦ୍ୟାଳୟ ଗୁଡିକ। ଏଦିଗରେ ବିଭାଗୀୟ ଅଧିକାରୀ କାହିଁକି ଅନୁଧ୍ୟାନ କରୁନାହାନ୍ତି। ପ୍ରହସନ ପାଲଟିଯାଇଛି ଗରିବ ଛାତ୍ରଛାତ୍ରୀ ଙ୍କ ଶିକ୍ଷା ବ୍ଯବସ୍ଥାରେ। କୋମଳମତୀ ଗରିବ ଘରର ପୁଅଝିଅ ଙ୍କ ପାଠ ପଢିବା ପାଇଁ ସରକାର ଛତୁଫୁଟିଲା ଭଳି ସ୍କୁଲ ଖୋଲିଦେଲେ ହେଲେ ଶିକ୍ଷକ ନିଯୁକ୍ତି ଅବହେଳା ସାଙ୍ଗକୁ ବିଦ୍ୟାଳୟ ଗୃହ ଗୁଡିକର ଉନ୍ନତି ଆଣିପାରିଲେ ନାହିଁ।ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କର ପୁଅଝିଅ ଅର୍ଥାଭାବରୁ ନିଜ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟରେ ପାଠ ପଢାଉଛନ୍ତି। ଲୋକେ କେତେ ଆଗ୍ରହ ଥିବାବେଳେ ସେଠିକାର ବିଦ୍ୟାଳୟ ଗୁଡିକର ଅବସ୍ଥା ଶୋଚନୀୟ ଓ ବିପଦ ସଙ୍କୁଳ ଅବସ୍ଥାରେ ରହିଅଛି। ପାହାଡ ପର୍ବତ ଅଞ୍ଚଳର ଛାତ୍ରଛାତ୍ରୀ ସେହି ବିଦ୍ୟାଳୟ ଉପରେ ହିଁ ନିର୍ଭରଶୀଳ ସେମାଙ୍କର ଅନ୍ଯ ରାସ୍ତା ଆଉ ନାହିଁ। ବିଦ୍ୟାଳୟ କୋଠା ଗୁଡିକ ବିପଦ ସଙ୍କୁଳ ଅବସ୍ଥା ଯୋଗୁଁ ଛାତ୍ରଛାତ୍ରୀ ସ୍କୁଲରେ ପାଠ ପଢିବା ପାଇଁ ଭୟ କରୁଛନ୍ତି। ଏଭଳି ଅନେକ ସମସ୍ୟା ଦେଇ ଗତିକରୁଅଛି ଶିକ୍ଷା ବ୍ଯବସ୍ଥା, ଏହି ଭଳି ଏକ ଦୃଶ୍ଯ ଦେଖିବାକୁ ମିଳିଛି ତାହା ହେଲା କଳାହାଣ୍ଡି ଜିଲ୍ଲା ଦୁର୍ଗମ ଅଧ୍ଯୁଷିତ ଆଦିବାସୀ ଅଞ୍ଚଳ ଭାବରେ ପରିଚିତ ଥୁଆମୂଳ ରାମପୁର ବ୍ଳକର କର୍ଲାପାଟ ଗ୍ରାମପଞ୍ଚାୟତ ଅଧିନରେ ରହିଅଛି ଭଟ୍ଟାଗୁଡା ଗ୍ରାମ ଏହି ଗ୍ରାମରେ ଥିବା ପ୍ରାଥମିକ ବିଦ୍ଯାଳୟ ଏବେ ବିପଦ ସଙ୍କୁଳ ଅବସ୍ଥାରେ ରହିଅଛି। ଏହି ବିଦ୍ୟାଳୟରେ ସର୍ବମୋଟ ୩୪ ଜଣ ଛାତ୍ରଛାତ୍ରୀ ପାଠ ପଡୁଛନ୍ତି। ଏମାନଙ୍କ ପାଇଁ ଭଲ ବିଦ୍ୟାଳୟ ଗୃହ ଟିଏ ନାହିଁ। ବର୍ଷା ଦିନ ଆଗତ କେତେ ବେଳେ କଣ ହେବ ସେକଥା କେହି କହିପାରିବେ ନାହିଁ। ବିଦ୍ୟାଳୟ ଭାଙ୍ଗି ଯିବା ଭୟ ରହିଛି। ଅସୁରକ୍ଷିତ ମଣୁଛନ୍ତି ଛାତ୍ରଛାତ୍ରୀ। ତେଣୁ ତୂରନ୍ତ ଏହାର ମରାମତି କାର୍ଯ୍ଯ ବିଭାଗୀୟ ପକ୍ଷରୁ ସମ୍ପାଦନ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

କର୍ଲାପାଟ ରୁ ରବି ନାୟଣ ସିଂହ ଙ୍କ ରିପୋର୍ଟ

Related posts

କବିବର ରାଧାନାଥ ରାୟ ଜୟନ୍ତୀ ପାଳିତ

Sunil Chandra Nayak

ବିଶୋଇ ପ୍ରେସ କ୍ଳବ ତରଫରୁ ନୂତନ ଓ ବଦଳି ଥାନା ଅଧିକାରୀଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

ସତ୍ୟ ନାରାୟଣ ମହାପାତ୍ର ଙ୍କ ଉପସ୍ଥାପନା ଜଗନ୍ମାତାଙ୍କ ନବମସ୍ବରୂପ ମାତା ସିଦ୍ଧିଦାତ୍ରୀ

Sunil Chandra Nayak

Leave a Comment

error: Content is protected !!