ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିସିସି ବ୍ୟାଙ୍କ ରେ ନାହିଁ ଚେକ ବହି ,ଟଙ୍କା ଉଠାଣ ବାଧାପ୍ରାପ୍ତ, ତିବ୍ର ଅସନ୍ତୋଷ ଚାଷୀ

କଲମପୁର-୬/୭(ମସିହା) କଲମପୁର ବିସିସି ବ୍ୟାଙ୍କ ରେ ଦୀର୍ଘ ୮ ମାସ ହେବ ଚେକ ବହି ସରି ଯାଇଛି । ଫଳରେ ଚାଷୀମାନେ ଟଙ୍କା ଉଠାଣ କରି ନ ପାରି ହଇରାଣ ହରକତ ହେବାରେ ଲାଗିଛନ୍ତି । ଧାନ ବିକ୍ରୟ ପ୍ରାପ୍ୟ ପାଇବାରେ ଅସୁବିଧା ହେତୁ ଆଗାମୀ ଚାଷ କାର୍ଯ୍ୟ କରିବା ପାଇଁ ପାଖରେ ଅର୍ଥ ନ ଥିବାରୁ ଚିନ୍ତାରେ ପଡି ଯାଇଛନ୍ତି । ଚେକ ବହି ନ ଥିବାରୁ ଚାଷୀମାନେ ସେଭିଙ୍ଗ ଏକାଉଣ୍ଟ ଜରିଆରେ ଟଙ୍କା ଉଠାଣ ପାଇଁ ଚେଷ୍ଟା କଳାବେଳେ ସେଥିରେ ମଧ୍ୟ ୫୦ ହଜାର ରୁ ଉର୍ଦ୍ଧ ଟଙ୍କା ଦିଆଯାଉ ନାହିଁ ।ଏବିଷୟରେ ଶାଖା ପରିଚାଳକ ଅବଗତ ଥିବା ଓ ଅପରିସ୍ତ ଅଧିକାରୀ ଙ୍କୁ ଜଣାଇ ଥିବା ପ୍ରକାଶ କରିଛନ୍ତି । ତେବେ ଦୀର୍ଘ୮ମାସ ପରେ ବି ବ୍ୟାଙ୍କ କର୍ତ୍ତୃପକ୍ଷ ଚେକ ବହି ଯୋଗାଇ ନ ପାରିବା ତାଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନଚିହ୍ନ ଲଗାଇଛି । ପର୍ଯ୍ୟାପ୍ତ ଅର୍ଥ ନ ମିଲିବାରୁ ଧାର କରଜ ବି ପରିଶୋଧ କରା ଯାଇ ପାରୁ ନ ଥିବା ଚାଷୀମାନେ କହିଛନ୍ତି ।ଏହାରି ସୁଯୋଗରେ ଦଳାଲ ସକ୍ରିୟ ହୋଇ ଅର୍ଥ ଉପାର୍ଜନ କରି ଚାଳିଥିବା ବେଳେ ନିରିହ ଚାଷୀ କିଂ କର୍ତ୍ତବ୍ୟ ବିମୁଢ ହୋଇ ପଡିଛି ।ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ବିହିତ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ଚାଷୀଙ୍କ ମହଳରେ ଦାବି ହେଉଛି ।

ପରମାନନ୍ଦ ଠାକୁର , ମସିହା ପ୍ରତିନିଧି , କଲମପୁର, କଳାହାଣ୍ଡି

Related posts

ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜ ର ଜରୁରୀ ବୈଠକ

Sunil Chandra Nayak

ସରକାରୀ ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ରେ ଜାତୀୟ ବିଜ୍ଞାନ ଦିବସ

Sunil Chandra Nayak

ଫଟାଗୁଡା ୟୁଥ ଆସୋସିଏସନ ଦ୍ବାରା ଜିଲ୍ଲା ସ୍ତରୀୟ ଭଳିବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ

Sunil Chandra Nayak

Leave a Comment

error: Content is protected !!