ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲୁଟିନେଲା ଏଟିମ ଗାଡିର ଡ୍ରାଇଭର ୫୭ ଲକ୍ଷ

ନୂଆପଡା ଜିଲ୍ଲା ଖଡ଼ିଆଳ ଷ୍ଟେଟ ବ୍ୟାଙ୍କରେ ଲାଗିଥିବା ସି ଏମ ଏଫ କମ୍ପାନୀର (ଏ ଟି ଏମ) ବିଭିନ୍ନ ଏଟିଏମରେ ଟଙ୍କା ଭରିବା ଗାଡିର ଡ୍ରାଇଭର ୫୭ ଲକ୍ଷ ଟଙ୍କା ଧରି ଫେରାର ପୁଲିସର ତଦନ୍ତ ଆରମ୍ଭ । ମିଳିଥିବା ସୂଚନା ରୁ ପ୍ରକାଶ ଯେ ବୁଧବର ଦିବା ୧ ଘଣ୍ଟା ସମୟରେ ଖଡ଼ିଆଳ ମୁଖ୍ୟ ଷ୍ଟେଟ ବ୍ୟାଙ୍କ ଶାଖାରୁ ୫୭ ଲକ୍ଷ ଟଙ୍କା ବାହାର କରି ବୋଡେ଼ନ ବ୍ଲକ ଓ ସିନାପାଲି ବ୍ଲକର ବିଭିନ୍ନ ଏ ଟିଏମ ଟଙ୍କା ଭରିବାର ଥିବାବେଳେ । ଏଟିଏମରେ ଟଙ୍କା ଭରିବା ପାଇଁ ଖଡ଼ିଆଳ ଷ୍ଟେଟ ବ୍ୟାଙ୍କରେ ଲାଗିଥିବା ସି ଏମ ଏଫ କମ୍ପାନୀର ଗାଡି ଓଆର ବି କ୍ୟୁ ୬୧୯୦ ଗାଡିକୁ ଚଳାଉଥିବା ଡ୍ରାଇଭର ଗାଡ଼ିରେ ଟଙ୍କା ଭରିବା ପରେ ଦୁଇଜଣ କର୍ମଚାରୀ ବ୍ୟାଙ୍କ ଭିତରକୁ କୌଣସି କାର୍ଯ୍ୟ ପାଇଁ ଯାଇଥିବା ବେଳେ ଟଙ୍କା ଏ ଟିଏମ ଗାଡିର ଗାର୍ଡ ପରିଶ୍ରା କରି ଯିବା ବେଳେ ଡ୍ରାଇଭର ଟଙ୍କା ଭର୍ତି ଥିବା ଏ ଟି ଏମ ଗାଡିକୁ ନେଇ ଫେରାର ହୋଇ ଯାଇଥିଲା । ବ୍ୟାଙ୍କ ସାମନାରେ ଗାଡି ନଥିବା ଦେଖି ଦୁଇ କର୍ମଚାରୀ ଓ ଗାର୍ଡ ତିନିଜଣ ଆସି ଖଡ଼ିଆଳ ଥାନାରେ ଅଭିଯୋଗ କଲା ପରେ ନୂଆପଡା ପୁଲିସ ଓ ବଲାଙ୍ଗୀର ପୁଲିସ ଘଟଣାର ତଦନ୍ତ କରି ନୂଆପଡା ଓ ବଲାଙ୍ଗୀର ଜିଲ୍ଲା ମଝିରେ ଥିବା ସୀମାନ୍ତ ଗ୍ରାମ ସନ୍ଧିବାହାଳି ଓ ଭରୁଆକାନି ମଝିରେ ଛାଡ଼ିଦେଇ ଡ୍ରାଇଭର ୫୭ ଲକ୍ଷ ଟଙ୍କା ଧରି ଫେରାର ହୋଇ ଯାଇଛି । ଘଟଣା ସ୍ଥଳରେ ଉଭୟ ପୁଲିସ ଓ ବୈଜ୍ଞାନିକ ଦଳ ଓ ସନ୍ଧାନୀ କୁକୁର ଘଟଣାର ତଦନ୍ତ କରୁଥିବା ଜଣା ପଡ଼ିଛି । ଖବର ଲେଖା ହେବା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ତଥ୍ୟ ମିଳି ପାରି ନାହିଁ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ପୂର୍ବତନ୍ ମୁଖ୍ୟମନ୍ତ୍ରୀ ଡକ୍ଟର୍ ସଦାଶିବ ତ୍ରିପଠୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ

Sunil Chandra Nayak

ନକଲି ଜମି ପଟ୍ଟା ମାମଲାରେ ଯୁବକ ଗିରଫ

Sunil Chandra Nayak

କଳାହାଣ୍ଡି ଜ଼ିଲ୍ଲା କଳାକାର ସଙ୍ଘ ତରଫରୁ ଡବ୍ଲୁ ଓ ଡି ସି ଅଧ୍ୟକ୍ଷ ଓ ଜ଼ିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ

Leave a Comment

error: Content is protected !!