ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅର୍ଧେନ୍ଦୁ ଦାସ ଙ୍କୁ ଗିରଫ ପ୍ରତିବାଦ ଓ ନିସର୍ତ ଖଲାସ ଦାବିରେ ରାଜ୍ୟପାଳ ଙ୍କୁ ଦାବିପତ୍ର

ଜୁନାଗଡ଼,୬/୭(ମ ନି ସ) ଜୁନାଗଡ଼ ର କାର୍ଯ୍ୟରତ ସାମ୍ବାଦିକ ଓ ବିଭିନ୍ନ ସଂଗଠନ ପକ୍ଷରୁ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ ଙ୍କୁ ଗିରଫ ପ୍ରତିବାଦ ଓ ନିସର୍ତ୍ତ ଖଲାସ ଦାବିରେ ସ୍ଥାନୀୟ ବିଡ଼ିଓ ଙ୍କ ଜରିଆରେ ମହାମହିମ ରାଜ୍ୟପାଳ ଙ୍କୁ ଏକ ଦାବି ପତ୍ର ଦିଆଯାଇଛି l ବିଭିନ୍ନ ସଂଗଠନ ର କର୍ମକର୍ତ୍ତା ସ୍ଥାନୀୟ ଥାନା ସମ୍ମୁଖରେ ଏକତ୍ରିତ ହୋଇ ସହର ପରିକ୍ରମା କରି ବ୍ଲକ ସମ୍ମୁଖରେ ପହଞ୍ଚିଥିଲେ l ଅର୍ଦ୍ଧେନ୍ଦୁ ଦାସ ଙ୍କୁ ଆକ୍ରୋସ ମୂଳକ ଭାବେ ଗିରଫ କରାଯାଇ ଗଣମାଧ୍ୟମ ର କଣ୍ଠ ରୋଧ କରିବା ଉଦ୍ୟମ କୁ ଉପସ୍ଥିତ କର୍ମକର୍ତ୍ତା ଦୃଢ଼ ନିନ୍ଦା ଓ ପ୍ରତିବାଦ କରିଥିଲେ ଏବଂ ରାଜପାଳ ଙ୍କ ଉଦ୍ଦେଶ୍ୟରେ ବିବିଓ ଙ୍କୁ ଏକ ଦାବିପତ୍ର ଦିଆଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ସିପିଆଇ ର ଦାମ ବେହେରା ,ନଗର କଂଗ୍ରେସ ସଭାପତି ଅମିତ ଅଗ୍ରୱାଲ ,ଓକିଲ ସଂଘର ସଭାପତି ଦିପେନ ସାହୁ ,ସିଟିଜେନ ଫରମ ର ସନ୍ତୋଷ ସିଂ ଦେଓ ,ପୂର୍ବତନ ଜିଲାପରିଷଦ ଖଗେଶ୍ବର ଧଙ୍ଗଡ଼ା ମାଝୀ ,ଜୁନାଗଡ଼ ସାମ୍ବାଦିକ ସଂଘ ସଭାପତି ହିମାଂଶୁ ବରାଡ଼ ଏବଂ ସଂପାଦକ ନରେନ୍ଦ୍ର କ୍ଷୀତି ,ରବିଶଙ୍କର ସୁନାନୀ ,ରଘୁମଣି ପୁଝରୀ,ଗୟା ପୁଝାରୀ ପ୍ରମୁଖଙ୍କ ସମେତ ଅନେକ ଲୋକ ଉପସ୍ଥିତ ଥିଲେ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଓଡ଼ିଶାର କଳା ଓ କ୍ରୀଡା ଶିକ୍ଷକ ସଂଘ ଢେଙ୍କାନାଳ ଶାଖା ତରଫରୁ ଜିଲ୍ଲା ସ୍ତରୀୟ ବୈଠକ

Sunil Chandra Nayak

ମମତା ସାହୁ ଙ୍କ କବିତା ତୁମେ ଯେବେ ମନେ ପଡ଼

Sunil Chandra Nayak

ରାଇରଙ୍ଗପୁରରୁ ରାଇସିନା, ଓଡ଼ିଶାର ଦ୍ରୌପଦୀ ମୁର୍ମୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ

Sunil Chandra Nayak

Leave a Comment

error: Content is protected !!