ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଟେମରା ଓ କାଶିବାହଲ କୃଷି ସମବାୟ ସମିତି ସଭାପତି ନିର୍ବାଚନ ଘୋଷଣା

କୋକସରା,୬/୭-(  ମ ନି ସ  ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ଓ କାଶିବାହଲ କୃଷି ସମବାୟ ସମିତି ନିର୍ବାଚନ ବୁଧବାର ଅନୁଷ୍ଠିତ ହୋଇଯାଇଛି। କାଶିବାହାଲ ସମବାୟ ସମିତି ସଭାପତି ରେସ ରେ ଦୁଇ ପ୍ରତିଦ୍ୱନ୍ଦୀ ରହିଥିବା ବେଳେ ନିହାର ରଞ୍ଜନ ବେହେରା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ କିଶୋର ନାଏକ ଙ୍କୁ ୩ ଭୋଟ ବ୍ୟବଧାନ ରେ ପରାଜିତ କରି କାଶିବାହଲ ପେକ୍ସ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ନିର୍ବାଚନ ଅଧିକାରୀ ଭାବେ ନିରଞ୍ଜନ ବାଗ ରହିଥିବା ବେଳେ ପ୍ରିଜାଇଡିଂ ଅଫିସର ଭାବେ କ୍ଷମାନିଧି ବାଗ ରହିଥିଲେ । ସେହିପରି ଟେମରା ସମବାୟ ସମିତି ପାଇଁ ମଧ୍ୟ ଦୁଇ ପ୍ରତିଦ୍ୱନ୍ଦୀ ଙ୍କ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ନବୀନ ଚନ୍ଦ୍ର ପୁଝାରି ତାଙ୍କ ପ୍ରତିଦ୍ୱନ୍ଦୀ ଜାତୀନ୍ଦ୍ର ମାଝୀ ଙ୍କୁ ୩ ଖଣ୍ଡ ଭୋଟ ରେ ହରାଇ ସଭାପତି ନିର୍ବାଚିତ ହୋଇଥିବା ହୋଇଥିବା ନେଇ ନିର୍ବାଚନ ଅଧିକାରୀ ରଞ୍ଜନ ପାଣିଗ୍ରାହୀ ରହିଥିବା ବେଳେ ପ୍ରଜାଇଡିଂ ଅଫିସର ଭାବେ ବିକାଶ ରଞ୍ଜନ ପଣ୍ଡା ରହିଥିଲେ । ସକାଳ ୧୦ ଘଣ୍ଟା ରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ନିର୍ବାଚିତ ପ୍ରତିନିଧି ମାନେ ନିର୍ବାଚନ ପାଇଁ ଭୋଟ ଦେଇଥିଲେ । ସମବାୟ ସମିତିର ସଭାପତି ଭାବେ ନିର୍ବାଚନ ରେ ବିଜୟୀ ପ୍ରାର୍ଥୀ ଙ୍କ ନାଁ ଘୋଷଣା ପରେ ପ୍ରାର୍ଥୀ ଙ୍କ ସମର୍ଥକ ମାନେ ବିଜୟ ଉତ୍ସବ ପାଳନ କରିଛନ୍ତି। ସୂଚନାଯୋଗ୍ୟ ଯେ କୋକସରା ବ୍ଲକ ରେ ୬ ଟି ସମବାୟ ସମିତି ମଧ୍ୟରୁ କୋକସରା, ଡହଗାଁ,ଲଡୁଗାଁ, ଆମପାଣି ୪ ସମିତି ର ସଭାପତି ପୂର୍ବରୁ ନିର୍ଦ୍ୱନ୍ଦ ରେ ନିର୍ବାଚିତ ହୋଇ ସାରିଛନ୍ତି।

Related posts

ବାଲେଶ୍ବର – ପାଳିତା ଝିଅର ବିବାହ କଲେ ହେମଲତାଙ୍କ ପରିବାର

ଚାରି ବନ୍ଧୁକ ସହ ଚାରି ଜଣଙ୍କୁ ଗିରଫ କଲା ପୋଲିସ 

Sunil Chandra Nayak

ଗାଁକୁ ମଦ ମୁକ୍ତ କରିବା ପାଇଁ ଥାନାର ଦ୍ୱାରସ୍ଥ ହେଲେ ମହିଳା ଗୋଷ୍ଟି

Sunil Chandra Nayak

Leave a Comment

error: Content is protected !!