ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତ୍ରୈଲୋକେଶ୍ୱର ଶିବ ମନ୍ଦିର ପରିସରରେ ବନମହୋତ୍ସବ

କଲମପୁର, ୭ / ୭ (ମସିହା) କଲମପୁର ବ୍ଲକ ଅନ୍ତର୍ଗତ କର୍ମେଲି ଡ଼ଙ୍ଗରୀଗୁଡା ତ୍ରୈଲୋକେଶ୍ୱର ଶିବ ମନ୍ଦିର ପରିସରରେ ବଡ଼ ଖବର ଦିବସ ଅବସରରେ ବନ ମହୋତ୍ସବ ଗୁରବାର ଅନୁଷ୍ଠିତ ହୋଇ ଯାଇଛି l ସାମ୍ୱାଦିକ  ଶୁଭେନ୍ଦୁ କୁମାର ପଣ୍ଡା ଙ୍କ ଆୟୋଜିତ କାର୍ଯ୍ୟକ୍ରମ ରେ ମିନଗୁର ସରପଞ୍ଚ ନିହାରିକା ବେହେରା, କଲମପୁର ପେକ୍ସ ସଭାପତି ଶଙ୍କର୍ଷଣ ବେହେରା, ମନ୍ଦିର ପରିଚାଳନା କମିଟି ସଦସ୍ୟ ବିଜୟ କୁମାର ପଣ୍ଡା, ସାମ୍ବାଦିକ ରବି ମିଶ୍ର, ଚକ୍ରଧର ନାଏକ, ସମାଜସେବୀ ଶିବାରlମ ସାହୁ, ଚୈତନ୍ୟ ସାହୁ, ନୀଳକଣ୍ଠ ସୁନାନୀ, ଅଭିନ୍ନ ସାହୁ, ବନପାଳ ଭୁବନେଶ୍ୱର ବେହେରା, ଫରେଷ୍ଟଗାର୍ଡ ସୁରେନ୍ଦ୍ର ଶବର, ଲଳିତ ନାଏକ, ସମେତ ଅନେକ ଅଂଚଳବାସୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l ନିକଟରେ ଥିବା ଗ୍ରୀନ ଭେଳି ସ୍କୁଲ ର କର୍ମଚାରୀ ମାନେ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ l ପୂଜାର୍ଚନା କରି ଆଣିଥିବା ଗଛ ଗୁଡିକ ଅତିଥି ମାନଙ୍କ ଦ୍ୱାରା ରୋପଣ କରାଯାଇଥିଲା l ଶେଷରେ ଶ୍ରୀ ପଣ୍ଡା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

ରମାନନ୍ଦ ଠାକୁର ମସିହା ପ୍ରତିନିଧି କଲମପୁର କଳାହାଣ୍ଡି

Related posts

ବନ୍ଧୁକ ମୂନରୁ ବିବାହ ବନ୍ଧନ, ଦୁଇ ନକ୍ସଲଙ୍କ ଅଭୂଲା ପ୍ରେମକାହାଣୀ

Sunil Chandra Nayak

ଜହ୍ନ ରାତି

Sunil Chandra Nayak

କଳାକାର ଭତ୍ତା ଅଭିବୃଦ୍ଧି ନେଇ ଦାବି କଲା ମହାସଂଘ 

Sunil Chandra Nayak

Leave a Comment

error: Content is protected !!