ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରୁଚିକା ଆତ୍ମହତ୍ୟା ପ୍ରତିବାଦ ରେ କନ୍ଧମାଳ ଏ ବି ଭି ପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ଫୁଲବାଣୀ -:  ବହୁ ଚର୍ଚ୍ଚିତ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ରେ ଛାତ୍ରୀ ରୁଚିକା ମହାନ୍ତି ଙ୍କୁ ରାଗିଂ ହେବାରୁ ଆତ୍ମହତ୍ୟା କରିଥିବା ଘଟଣା କୁ ନେଇ ରୁଚିକା ନ୍ୟାୟ ମିଳିବା ଏବଂ ଦୋଷୀ ଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ଦାବୀ ରେ ଆଜି କନ୍ଧମାଳ ଜିଲ୍ଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଏ ବି ଭି ପି ପକ୍ଷରୁ ଫୁଲବାଣୀ ସଂଜୟ ସ୍ମୃତି ମହିଳା ମହାବିଦ୍ୟାଳୟ ଓ ଟିକାବାଲି ଏ ଏମ ସି ଏସ କଲେଜ ସମ୍ମୁଖରେ ଆନ୍ଦୋଳନ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଉକ୍ତ ବିକ୍ଷୋଭ ପ୍ରଦର୍ଶନ ବେଳେ କନ୍ଧମାଳ ଜିଲ୍ଲା ପ୍ରମୁଖ ଶୁଭାଶିଶ ପଣ୍ଡା ,ଜିଲ୍ଲା ସଂଯୋଜିକା ରାଜ ନନ୍ଦିନୀ ସାହାଣୀ,ଜିଲ୍ଲା ସଂଯୋଜକ ରୁଦ୍ରପ୍ରସାଦ ସେଠୀ, ଅମିତି ବେହେରା,ଜ୍ୟୋତି କଁହର, ରଜତ ବେହେରା, ଏବଂ ବହୁ କର୍ମକର୍ତ୍ତା, ବିକ୍ଷୋଭ ପ୍ରଦର୍ଶନ ରେ ଯୋଗ ଦେଇଥିଲେ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ

Related posts

ପ୍ରସନ୍ନ ମଣ୍ଡଳ ଙ୍କ କବିତା ଦୁଇଟି ମିଶିଲେ ଏକ

Sunil Chandra Nayak

ପୌର ନିର୍ବାଚନ – ସାଂସଦ ଏନ୍ ଭାସ୍କର ରାଓ କଲେ ଡୋର ଟୁ ଡୋର ପ୍ରଚାର

Sunil Chandra Nayak

ଜନଜାଗରଣ ମଞ୍ଚର ମାସିକ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!