ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଥୁଆମୂଳ ରାମପୁର ବ୍ଳକ ଠାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ଥୁଆମୂଳ ରାମପୁର:୮/୭- ମ.ନୀ.ସ:- ସରକାରଙ୍କ ପକ୍ଷରୁ ଦିବ୍ଯାଙ୍କ (ଭିନ୍ନକ୍ଷମ) ମାନଙ୍କୁ ସମାଜର ମୂଖ୍ଯ ସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟରେ ପ୍ରୟାସ ଜାରି ରଖିଛନ୍ତି। ସମାଜରେ କିଭଳି ଭାବରେ ସ୍ଵାବଲମ୍ବୀ ହୋଇ ଜୀବନକୁ ସରସ ସୁନ୍ଦର କରି ଗଢିବେ ଓ ଜୀବନକୁ ଅତିବାହିତ କରିବା ସହିତ ସୁବିଧା ସୁଯୋଗ ରୋଜଗାର କ୍ଷମ ଭଳି ଅନେକ ସୁଯୋଗ ସରକାର ଏମାଙ୍କୁ ଯୋଗାଇଦେବା ବ୍ଯବସ୍ଥା କରିଛନ୍ତି। ଏନେଇ ଦିବ୍ଯାଙ୍ଗ ମାନଙ୍କ ପାଇଁ ଓଡିଶାର ପ୍ରତ୍ୟେକ ପଞ୍ଚାୟତ ସମିତି ତରଫରୁ ଆୟୋଜନ କରାଯାଏ। ସେହିଭଳି ଥୁଆମୂଳ ରାମପୁର ପଞ୍ଚାୟତ ସମିତି ପ୍ରାଙ୍ଗଣରେ ଆଜି ୮/୭/୨୦୨୨ ଦିନ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଭରତ ମେହେରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ମୁଖ୍ୟ ଅତିଥି ଭାବରେ ପଞ୍ଚାୟତ ସମିତି ଅଧ୍ଯକ୍ଷ ଶ୍ରୀ ଦୟାନିଧି ମାଝୀ ସମ୍ମାନିତ ଅତିଥି ଭାବେ ଥୁଆମୂଳ ରାମପୁର ସମିତି ସଭ୍ଯା ଶ୍ରୀମତୀ ପୁଷ୍ପାଞ୍ଜଳି ନାଏକ ସମେତ ଅନ୍ୟାନ୍ୟ ସମିତି ସଭ୍ଯ ସଭ୍ଯା ସରପଞ୍ଚ ଉପସ୍ଥିତ ରହି ଭୀମଭୋଇଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପୂଜାର୍ଚ୍ଚନା କରାଯାଇ ଶିବିରକୁ ଶୁଭାରମ୍ଭ କରାଯାଇଥିଲା। ଏହି ଶିବିରରେ ୧୯୬ ଜଣ ଦିବ୍ଯାଙ୍ଗ ସାମିଲ ହୋଇଥିଲେ। ଦିବ୍ଯାଙ୍ଗ ମାନଙ୍କ ମଧ୍ୟରେ ନୃତନ ଭାବରେ ୬୫ ଜଣଙ୍କୁ ସାର୍ଟିଫିକେଟ ପ୍ରଦନ, ୟୁଡିଆଇଡି ସାର୍ଟିଫିକେଟ, ୨୬ ଜଣଙ୍କୁ ବସ,ଟ୍ରେନ ପାସ, ବୃର୍ତ୍ତି ଗତ ତାଲିମ, ଦିବ୍ଯାଙ୍ଗ ସହାୟକ ଉପକରଣ,ଡିଆରଆଇ ଋଣ ୧୪ଜଣଙ୍କୁ ,ବିଜୁ ପକ୍କା ଘର ଇତ୍ୟାଦି ଯୋଗାଇ ଦେବା ବ୍ଯବସ୍ଥା କରାଗଲା। ଶିବିରରେ ଡାକ୍ତର ସୁନୀଲ ପାଢ଼ୀ Orthopaedic specialist, (ଅସ୍ଥି ସଲ୍ଯ ବିଶେଷଜ୍ଞ) ଡାକ୍ତର ପ୍ରତାପ ପର୍ଟ୍ଟନାୟକ, Srpsychiatrist (ମାନସିକ ବିଶେଷଜ୍ଞ) ଡାକ୍ତର ନିବେଦିତା ସାହୁ (ଚକ୍ଷୁ ବିଶେଷଜ୍ଞ) ଡାକ୍ତର ପ୍ରଦ୍ଯୁମ୍ଯ କିଶୋର ପଣ୍ତା (କର୍ଣ୍ଣ ଗଳା ନାଶା ବିଶେଷଜ୍ଞ) ଭବାନୀପାଟଣା ମୁଖ୍ଯ ଚିକିତ୍ସାଳୟ ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର କଳାହାଣ୍ଡି ର ଶ୍ରୀ ବାଦଲ କୁମାର ପର୍ଟ୍ଟନାୟକ ଙ୍କ ବରିଷ୍ଠ ଶ୍ରବଣବିତ୍ ଶ୍ରୀ ନିବାସ ଚନ୍ଦ୍ର ସାହୁ ଚଳନ ପ୍ରଶିକ୍ଷକ ରହିଥିଲେ। ଶିବିରକୁ ପରିଚାଳନା କରିଥିଲେ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଦୀପକ କୁମାର ବେହେରା। ସହଯୋଗ କରିଥିଲେ ପିଇଓ ଶ୍ରୀ ବିନୋଦ ବିହାରୀ ସାହୁ, ପିଇଓ ଶ୍ରୀ ରମାକାନ୍ତ ସାହୁ, ସାମାଜିକ ସୁରକ୍ଷା ବିଭାଗର କିରାଣୀ ଶ୍ରୀ ପରମେଶ୍ବର ଶବର ପ୍ରମୁଖ ସହଯୋଗ କରିଥିଲେ

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ମାଷ୍ଟର ସେଣ୍ଟର ଉଦଘାଟ

Sunil Chandra Nayak

ବନ ବିଭାଗ ପକ୍ଷରୁ କେଲାପଡା ସରଂକ୍ଷିତ ଜଙ୍ଗଲ ରେ ବାଉଁଶ ଚାରା ରୋପଣ କାର୍ଯ୍ୟକ୍ରମ ଶୁଭାରମ୍ଭ

Sunil Chandra Nayak

ତଲାଗାଁ ଠାରେ ନୂତନ ଧାନ ମଣ୍ଡି ଉଦଘାଟନ କଲେ ଜନ ପ୍ରତିନିଧି ଓ ଅଧିକାରୀ

Sunil Chandra Nayak

Leave a Comment

error: Content is protected !!