ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାସ୍ତା ନ ଥିବାରୁ ବର କନିଆ ଟ୍ରାକ୍ଟର ରେ ଗଲେ

ବାଲେଶ୍ଵର– ଗାଁ କୁ ନିତିଦିନିଆ ପକ୍କା ରାସ୍ତା ନାହିଁ । କାଦୁଅ ପଚପଚ ରାସ୍ତା ଯେଉଁଥିରେ ବହୁ ଅସୁବିଧାରେ ଯିବା ଆସିବା କରନ୍ତି ଲୋକମାନେ । ତେଣୁ ରାସ୍ତା ନ ଥିବାରୁ ଟ୍ରାକ୍ଟରର ଗଲେ ଗଲେ ବର କନିଆ, ଏଭଳି ଅଭାବନୀୟ ଗଟଣା ଦେଖିବାକୁ ମିଳିଛି ଜଳେଶ୍ୱର ବ୍ଲକ ନେତୁଆ ପଂଚାୟତ ସାହାପୁର ଗ୍ରାମରେ । ଉକ୍ତ ଗ୍ରାମକୁ ଗ୍ରାମ୍ୟ ଉନ୍ନୟନ ବିଭଗ ପକ୍ଷରୁ ଅର୍ଥ ମଂଜୁର ହୋଇ ଥିଲେ ମଧ୍ୟ ଠିକାଦାର କାମ କରୁ ନାହାନ୍ତି, ଫଳରେ ବର୍ଷା ଦିନରେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସାହାପୁର ଗ୍ରାମର କନିଆ ଏବଂ ଗଡ଼ ସାହି ବାଲିଆପାଳ ଗ୍ରାମର ବର ସହିତ ବାହାଘର ଅନୁଷ୍ଠିତ ହୋଇ ଥିଲା । କନିଆ ଘରକୁ କାଦୁଅରେ ବରଗଡି ନ ଯିବାରୁ ଲୋକେ ଟ୍ରାକ୍ଟରରେ ବର କନିଆ ନେଉଛନ୍ତି । ଏଠାରେ ପ୍ରଶ୍ନ ଉଠେ ରାସ୍ତା ନିର୍ମାଣ ପାଇଁ ସରକାର ଖର୍ଚ୍ଚ କରୁଛନ୍ତି, ତାହା ସୂଚାରୁ ରୂପେ କାର୍ଯ୍ୟକାରୀ ହେଉ ନ ଥିବାରୁ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡିଛି । ଯଦି ଠିକ୍ ସମୟରେ କାର୍ଯ୍ୟ ହୋଇଥାନ୍ତା ତା’ ହେଲେ ବରକନ୍ଯାକୁ ଟ୍ରାକ୍ଟର ଯଶା ଭୋଗିଵାକୁ ପଡି ନ ଥାନ୍ତା ପ୍ରାୟ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଆକାଶବାଣୀ ରାଉରକେଲା କେନ୍ଦ୍ରର ଦୁର୍ଗାପୁର ପାହାଡ଼ ସ୍ଥିତ ଟ୍ରାନ୍ସମିଟରଠାରେ ଜାତୀୟ ପତାକା ଉତ୍ତୋଳିତ

Sunil Chandra Nayak

ଓବିସି ଏସ୍ସି,ଏସ୍ଟି ମିଳିତ ମଞ୍ଚ ବୈଠକ

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ସବୁଠୁ ସୁନ୍ଦର

Sunil Chandra Nayak

Leave a Comment

error: Content is protected !!