ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡ଼.ଗୋପୀନାଥ ବାଗ ଙ୍କ ଓଡ଼ିଆ କବିତା ଇଂରାଜୀ ରେ ଉନ୍ମୋଚିତ, ବିଭିନ୍ନ ମହଲ ରୁ ଶୁଭେଚ୍ଛା

କୋକସରା,୧୦/୦୭- ( ମ ନି ସ ) କଳାହାଣ୍ଡି ଜିଲ୍ଲା କୋକସରା ଗ୍ରାମରେ ଜନ୍ମିତ ଡକ୍ଟର ଗୋପୀନାଥ ବାଗ ବର୍ତ୍ତମାନ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଓଡ଼ିଆ ବିଭାଗର ପ୍ରଫେସର ଭାବେ ଅବସ୍ଥାପିତ ଅଛନ୍ତି। ତାଙ୍କ ଦ୍ୱାରା ଲିଖିତ ଓଡ଼ିଆ କବିତା ସଙ୍କଳନ “କକ ରେ କଁ ” କୁ ଇଂରାଜୀ ଅନୁବାଦ କବିତା ସଂକଳନ “ଡ଼ନ ରାପସୋଡିସ” ଶୁକ୍ରବାର ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ ଉନ୍ମୋଚିତ ହୋଇଯାଇଛି। ଡ଼.ଅଜିତ କୁମାର କୁଲ୍ଲୁ ଏହି କବିତା ସଙ୍କଳନ କୁ ଇଂରାଜୀ ରେ ଅନୁବାଦ କରିଛନ୍ତି। ଇଂରାଜୀ କବିତା ସଂକଳନ ଉନ୍ମୋଚିତ ଅବସରରେ ଇଂରାଜୀ ସ୍ନାତକୋତ୍ତର ବିଭାଗର ମୁଖ୍ୟ ପ୍ରଫେସର ସବିତା ତ୍ରିପାଠୀଙ୍କ ପୋୖରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ବିଭାଗ ସମୁହର ଅଧ୍ୟକ୍ଷା ପ୍ରଫେସର ସଂଯୁକ୍ତା ଦାସ, କୁଳସଚିବ ଡ଼.ନୃପରାଜ ସାହୁ, ପ୍ରଫେସର ବିଜୟକୃଷ୍ଣ ତ୍ରିପାଠୀ, ପ୍ରଫେସର ରାମଶଙ୍କର ନନ୍ଦ, ପ୍ରଫେସର କାଳିଦାସ ମିଶ୍ର, ପ୍ରଫେସର ଅଶୋକ ମହାପାତ୍ର, ପ୍ରଫେସର କାମଦେବ ସାହୁ, ଡ଼.ଆଲୋକ ପଟେଲ, ଡ଼.ନାକୁ ହାସଦା, ଡ଼.ସୁମନ କେର୍କେଟା ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ଇଂରାଜୀ ରେ ଅନୁବାଦିତ କବିତା “ଡ଼ନ ରାପସୋଡିସ” କବିତା ର ପ୍ରସଂଶା କରିବାକୁ ଯାଇ ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହ ଆଗକୁ ଏହି ଅନୁବାଦିତ କବିତା ଏକ ବୃହତ୍ତର ପାଠକ ବର୍ଗରେ ପହଞ୍ଚି ଆଦୃତ ହେବ ବୋଲି ନିଜର ମତ ପ୍ରକାଶ କରିଥିଲେ। ଡ଼. ଗୋପୀନାଥ ବାଗ ଲିଖିତ ୮ ଖଣ୍ଡ ଓଡ଼ିଆ ପୁସ୍ତକ ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ ରେ ପାଠ୍ୟପୁସ୍ତକରେ ସ୍ଥାନିତ ହୋଇଛି । ତାଙ୍କ ଲିଖିତ ଅନେକ ଓଡ଼ିଆ କବିତା ବଙ୍ଗଳା, ହିନ୍ଦି, ଗୁଜୁରାଟି, ଓ ଇଂରାଜୀ ଭାଷା ରେ ପୂର୍ବରୁ ମଧ୍ୟ ଅନୁବାଦ ହୋଇସାରିଛି। ତାଙ୍କ କବିତାରେ ମୁଖ୍ୟତଃ ଗ୍ରାମାଞ୍ଚଳର ଚାଲି ଚଳଣୀ, ଗ୍ରାମ୍ୟ ପ୍ରୀତି, ମାଟିର ମୋହ, ବଞ୍ଚିତ ମଣିଷ ର ଜୀବନ ଚିତ୍ର କୁ ଅତି ନିଖୁଣ ଭାବେ ସରଳ ଓ ସହଜ ଭାଷାରେ ପ୍ରତିଫଳିତ ସହ ଅତ୍ୟନ୍ତ ମର୍ମସ୍ପର୍ଶୀ ଭାବ ପଢିବାକୁ ମିଳିଥାଏ। ଡ଼. ଗୋପୀନାଥ ବାଗ ଙ୍କ ଲିଖିତ କବିତା ଇଂରାଜୀରେ ପ୍ରକାଶିତ ହୋଇ ଉନ୍ମୋଚିତ ଅବସରରେ ବିଭିନ୍ନ ପାଠକ ଓ ଶୁଭେଚ୍ଛୁ ଙ୍କ ମହଲରୁ ଡ଼. ଶ୍ରୀ ବାଗ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Related posts

ବେହେରା ଲଖିରାମ ଅଗ୍ରଓ୍ୱାଲ ଉଚ୍ଚ ମାଧ୍ଯମିକ ବିଦ୍ଯାଳୟ ରେ ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ

Sunil Chandra Nayak

ମୂର୍ଚ୍ଛନାସାହିତ୍ୟ ସଂସଦ ଶୀତ କବିତା ଆସର

Sunil Chandra Nayak

ମହାଭାରତ କଥା……..୮

Leave a Comment

error: Content is protected !!