ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଶ୍ୱନାଥ କର ସିଡ ର କାର୍ଯ୍ୟକାରୀ ସଭାପତି ମନୋନୀତ

 ଚିଲିଗୁଡା ( ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର ବରିଷ୍ଠ ସମାଜସେବୀ ,ଆଇନଜୀବୀ ତଥା ଦାସିଗାଁ ପେକ୍ସର ସଭାପତି ବିଶ୍ୱନାଥ କର କଣ୍ଟାବାଞ୍ଜି କଲ୍ୟାଣ ମଣ୍ଡପ ଠାରେ ସୀଡ଼ ତରଫରୁ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା ।ଏଥିରେ ବିଶ୍ୱନାଥ କର କାର୍ଯ୍ୟକାରୀ ସଭାପତି ଭାବରେ ମନୋନୀତ ହେଇଛନ୍ତି । ସେହିପରି ସଭାପତି ଭାବରେ ଡାକ୍ତର ଗୁଣମଣି ସୁନାନୀ ,ଉପସଭାପତି ଜଗନ୍ନାଥ ନାଗ ,ସମ୍ପାଦକ ଭାବରେ ଭବାନୀ ଶଙ୍କର ରାଓ ,ଯୁଗ୍ମ ସମ୍ପାଦକ ଖୁସିରାମ ମହାନନ୍ଦ ,କୋଷାଧକ୍ଷ ବରୁଣ ସୁନା ଓ ଯୁଗ୍ମ କୋଷାଧକ୍ଷ ଭାବେ ବାସୁଦେବ ମୁଗ୍ରୀ ମନୋନୀତ ହୋଇଥିଲେ । ସେହିପରି ସଭ୍ୟ ଭାବରେ ଘ।ସିରାମ ବାରିକ ,ଗୋବିନ୍ଦ ତାଣ୍ଡି ,ବିନୟ ଭୂଷଣ ବିଭାର ,ବୈକୁଣ୍ଠ ମହାନନ୍ଦ ,ବଙ୍କିମ ସାଗର ଏବଂ ବସନ୍ତ ନିଆଲ ପ୍ରମୁଖ ମନୋନୀତ ହୋଇଛନ୍ତି ।ଏହି ସୀଡ଼ ଅନୁଷ୍ଠାନର ମୁଖ୍ୟ ଲକ୍ଷ୍ୟ ହେଉଛି ଅର୍ଥାଭାବରୁ ଗରିବ ଛାତ୍ର ଛାତ୍ରୀ ମାନେ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି । ସେହି ଛାତ୍ରଛାତ୍ରୀ ମାନେ ଯେପରି ଉଚ୍ଚ ଶିକ୍ଷାରୁ ବଞ୍ଚିତ ନ ହେବେ ସେଥି ପାଇଁ ଏହି ସୀଡ଼ ଅନୁଷ୍ଠାନର ମୁଖ୍ୟ ଉଦେଶ୍ୟ ।ଏହି ଅନୁଷ୍ଠାନ ଦ୍ୱାରା ଗରିବ ମେଧାବୀ ଛାତ୍ର ଛାତ୍ରୀ ମାନେ ବିଶେଷ ଭାବରେ ଉପକୃତ ହୋଇପାରିବେ ଏବଂ ଉଚ୍ଚ ଶିକ୍ଷା ଲାଭ କରିପାରିବେ ବୋଲି ଶ୍ରୀ କର ପ୍ରକାଶ କରିଛନ୍ତି ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ପ୍ରଣତି ମହାପାତ୍ର ଙ୍କ ପ୍ରବନ୍ଧ ଶୁଦ୍ରମୁନି ସାରଳା

Sunil Chandra Nayak

ଓଡିଆ ଭାଷା ବିକାଶ ମଞ୍ଚର ଗଙ୍ଗାଧର ମେହେର ଜୟନ୍ତୀ ପାଳନ

Sunil Chandra Nayak

ନନ୍ଦିନୀ ରାଉତ ଙ୍କ କବିତା କାଶତଣ୍ଡି

Sunil Chandra Nayak

Leave a Comment

error: Content is protected !!