ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁରରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି

ମୟୂରଭଞ୍ଜ ତା-୧୨/୦୭/୨୦୨୨ (ମସିହା) ଜୁଲାଇ ମାସ ଦ୍ଵିତୀୟ ସୋମବାର ଦିନ ମୟୂରଭଞ୍ଜ ଜିଲ୍ଲାର ବାମନଘାଟି ସଦର ମହକୁମା ରାଇରଙ୍ଗପୁରର ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷରେ ଉପଖଣ୍ଡ ସ୍ତରୀୟ ଏକ ମିଳିତ ଜନ ଅଭିଯାଗ ଶୁଣାଣି ଶିଵିର ଅନୁଷ୍ଠିତ ହୋଇଯାଇଛି।ବାମନଘାଟି ଉପଜିଲ୍ଲାପାଳ ଶ୍ରୀ ସରୋଜ କୁମାର ଦାସ ,ଓ ପ୍ର ସେ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ତଥା ମୟୁରଭଞ୍ଜ ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜ ଅଧ୍ଯକ୍ଷତାରେ ଅନୁଷ୍ଠିତ ଉକ୍ତ ଶିବିରରେ ରାଇରଙ୍ଗପୁର ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷକ ଶ୍ରୀ ମନୋରଞ୍ଜନ ବିଶ୍ୱାଳ ଯୋଗ ଦେଇଥିଲେ।ପ୍ରାରମ୍ଭରେ ଜିଲ୍ଲାପାଳ ଶିଵିରକୁ ଆସୁଥିବା ଅଭିଯୋଗକାରୀଙ୍କ ସମସ୍ୟା ଗୁଡିକର ସମାଧାନ ତ୍ୱରାନ୍ୱିତ ପ୍ରକ୍ରିୟାରେ ସମ୍ପାଦନ କରି ଜନସାଧାରଣ ଯେମିତି ଏହି ଜନ ଶୁଣାଣି ଶିବିରର ସୁଫଳ ପାଇପାରିବେ।ସେଥିପ୍ରତି ଧ୍ୟାନଦେବା ପାଇଁ ଉପରିସ୍ତ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ।ଉକ୍ତ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଉପଖଣ୍ଡ ଚିକିତ୍ସା ଅଧିକାରୀ, ବାମନ ଘାଟି ଉପଖଣ୍ଡ ଅଧୀନସ୍ତ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ ,ତହସିଲଦାର, ରାଇରଙ୍ଗପୁର ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଉପଖଣ୍ଡ ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ତଥା ବିଭିନ୍ନ ଲାଇନ ବିଭାଗର ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।ଉକ୍ତ ଶିବିରରେ ଅଭିଯୋଗକାରୀ ମାନଙ୍କ ବିଭିନ୍ନ ଅଭିଯୋଗ ମୁଖ୍ୟତଃ ଜମିଜମା ସମଧିୟ, ରେଡକ୍ରସ ପାଣ୍ଠିରୁ ସହାୟତା, ଆଭାସଯୋଜନା, ଭତ୍ତା ପ୍ରଦାନ ଓ ଚିକିତ୍ସା ସହାୟତା ଇତ୍ୟାଦି ସମ୍ପର୍କିତ ମୋଟ ୪୬ ଗୋଟି ଅଭିଯାଗ ପଞ୍ଜୀକୃତ ହୋଇଥିବାବେଳେ ତନ୍ମଧ୍ୟରୁ ୩୯ଟି ବ୍ୟକ୍ତିଗତ ଓ ୭ଟି ସାମୁହିକ ସମସ୍ୟା ଭିତିକ ଅଭିଯୋଗ ରହିଥିଲା।୨ଟି ଅଭିଯୋଗର ତତ୍କାଳୀନ ସମାଧାନ କରାଯାଇ ପରିସ୍ଥିତିକୁ ବିଚାର କରି ଜଣେ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫଫଣ୍ଡରୁ ୫୦୦୦ ଟଙ୍କା ସହାୟତା ରାଶି ଏବଂ ଅନ୍ୟ ଜଣେ ହିତାଧିକାରୀଙ୍କୁ ୫୦୦୦ ଟଙ୍କା ରେଡ଼ କ୍ରସ ସହାୟତା ରାଶି ପ୍ରଦାନ କରାଯାଇଥିଲା।ଅନ୍ୟାନ୍ୟ ଅଭିଯୋଗ ଗୁଡିକର ତୁରନ୍ତ ସମାଧାନ ନିମନ୍ତେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ସବିଶେଷ ତଦନ୍ତ କରି ତଥା ଅନୁଧ୍ୟାନ ପୂର୍ବକ ବିହିତ କାର୍ଯ ଅନୁଷ୍ଠାନ ନିମନ୍ତେ ନିର୍ଦ୍ଧେଶ ଦିଆଯାଇଥିଲା।

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ।

Related posts

ଶ୍ରୀମନ୍ଦିରେ କର୍କଟ ସଂକ୍ରାନ୍ତି ,ଦକ୍ଷିଣାୟନ ବନ୍ଦାପନା

Sunil Chandra Nayak

ଗଣମାଧ୍ୟମ ଗଣତନ୍ତ୍ରର ବଳ: ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ

Sunil Chandra Nayak

ନିର୍ମାଣଧିନ ପୋଲ ଭୁସୁଡିଲା, ପାଞ୍ଚଟି ଗାଁ ରାସ୍ତା ବିଛିନ୍ନ 

Sunil Chandra Nayak

Leave a Comment

error: Content is protected !!