ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋଳାମୁଣ୍ଡା ପୋଲିସ ଦ୍ୱାରା ୬କେଜି ୫୦୦ଗ୍ରାମ ଗଞ୍ଜେଇ ଜବତ 

ଗୋଳାମୁଣ୍ଡା ତା ୧୨/୭ /ମସିହା/ କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ପୋଲିସ ଦ୍ୱାରା ଉଦେଶୃଙ୍ଗ ଠାରେ ୬କିଗ୍ରା ୫୦୦ ଗ୍ରାମ ଗଞ୍ଜେଇ ଜବତ କରିଥିବା ଜଣାପଡ଼ିଛି । ସୂଚନାରୁ ପ୍ରକାଶ ଯେ ନାଲି ରଙ୍ଗର ହୋଣ୍ଡା ବାଇକ ନଂ ଓ ଡ଼ି ୦୩ କ୍ୟୁ ୫୮୯୮ ଗାଡ଼ିରେ ଦୁଇ ଜଣ ବ୍ୟକ୍ତି ଗଞ୍ଜେଇ ରପ୍ତାନି କରୁଥିବା ସମୟରେ ଗୋଳାମୁଣ୍ଡା ପୋଲିସ ଆଇ ଆଇସି ଯୁଗଳ ଶବର ଙ୍କ ଦ୍ଵାରା ଦୁଇ ବ୍ୟକ୍ତିଙ୍କୁ ଅଟକ ରଖି ଗଞ୍ଜେଇ ଜବତ କରିବା ସହ ଗୋଟିଏ ମୋବାଇଲ ଓ ଗୋଟିଏ ଓଜନିଆ ବ୍ୟାଗ ଜବତ କରିଥିଲେ । ସେହି ଦୁଇ ବ୍ୟକ୍ତି ଜଣକ ହେଲେ କୋରାପୁଟ ଜିଲ୍ଲା ମଚକୁଣ୍ଡ ଥାନାର ଘାସିରାମ ଦଳେଇ ୩୦ ଓ କାମୁ ଖେମୁଡୁ ୨୨ ବୋଲି ଜଣାପଡିଛି । ଗୋଳାମୁଣ୍ଡା ପୋଲିସ କେଶ ନଂ ୧୨୧/୨୨/ରେ ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଆଜି ଅପରାହ୍ନ୫ଟା ସମୟରେ ଧର୍ମଗଡ଼ କୋର୍ଟ ଚାଲାଣ କରିଥିବା ପୋଲିସ ସୂତ୍ରରୁ ପ୍ରକାଶ ପାଇଛି ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ,ମସିହା ପ୍ରତିନିଧି

Related posts

ଘରଧରା ଗ୍ରାମରେ ୧୬ ପ୍ରହରୀ ନାମଯଜ୍ଞ

ବେଣୁଧର ସୂତାର ଙ୍କ କବିତା ପୂଜାରିଣୀ

Sunil Chandra Nayak

ବିଜେପିର ୪୨ତମ ପ୍ରତିଷ୍ଠା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!