ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶିଶୁ ଯୌନ ନିର୍ଯ୍ୟାତନା ଓ ଶିକ୍ଷା ଅଧିକାର ଆଇନ ସମ୍ପର୍କିତ କର୍ମଶାଳା

ଚନ୍ଦାହାଣ୍ଡି(ମନିସ ) ଚନ୍ଦାହାଣ୍ଡି ତାଲୁକ ଲିଗାଲ ଏଡ କମିଟି ଆନୁକୂଲ୍ୟରେ ଦଣ୍ଡାମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ଠାରେ  ଶିଶୁ ଯୋୖନ ନିର୍ଯାତନା ଓ ଶିକ୍ଷା ଅଧିକାର ଆଇନ ସମ୍ପର୍କିତ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ନାୟକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ଆଇନ ସଚେତନତା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ତାଲୁକ ଲିଗାଲ ଏଡ କମିଟି ର ଅଧ୍ୟକ୍ଷ ତଥା ଚନ୍ଦାହାଣ୍ଡି ପ୍ରଥମ ଶ୍ରେଣୀ ବିଚାରପତି ହିମାଂଶୁ ଶେଖର ଆଚାର୍ଯ୍ୟ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ନୀଳକଣ୍ଠ ଦାଶ, ଏଏସ ଆଇ ଲଳିତ ମୋହନ ପଣ୍ଡା, ଆଇନଜୀବୀ ଜୟଦେବ ଖମାରୀ,ସୀମାଞ୍ଚଳ ଗଣ୍ଡା ପ୍ରମୁଖ ଯୋଗଦେଇ ଥିଲେ ।  ଏହି ଅବସରରେ ଜେଏମଏଫସି ଶ୍ରୀ ଆଚାର୍ଯ୍ୟ  ଶିଶୁ ଯୌନ ନିର୍ଯ୍ୟାତନା ଆଇନ , ଶିକ୍ଷା ଅଧିକାର ଆଇନ ଓ ସାଇବର କ୍ରାଇମ ସମ୍ପର୍କରେ ବୁଝାଇବା ସହ ମୋବାଇଲ ,ଇଣ୍ଟରନେଟ ଓ କମ୍ପ୍ୟୁଟର ର ଦୁରୁପଯୋଗ ନକରିବାକୁ ଛାତ୍ରଛାତ୍ରୀ ଙ୍କୁ ଉପଦେଶ ଦେଇ ଥିଲେ । ଦିନକୁ ଦିନ ଶିଶୁ ଯୌନ ନିର୍ଯ୍ୟାତନା ବଢୁଥିବା ବେଳେ ନାବାଳିକା ମାନଙ୍କ ପାଇଁ କିଭଳି ଆଇନ ର ବ୍ୟବସ୍ଥା ରହିଛି ଓ ଶିକ୍ଷା ଅଧିକାର ଆଇନ ସମ୍ପର୍କରେ ସଚେତନ କରାଇଥିଲେ ।  ଏଥିସହ ଆଇଟି ଆଇନ ସମ୍ପର୍କରେ ସମ୍ୟକ ଆଲୋଚନା କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ରେ ଶିକ୍ଷକ ସୌରୀରଞ୍ଜନ ସାହୁ,ସରୋଜ ମାଝୀ, କିଶାନ ଖମାରୀ, ଗିରିଧାରୀ ମାଝୀ, ସୁଷମା ଦାଶ, ଧର୍ମେନ୍ଦ୍ର ସା, ସର୍ବେଶ୍ୱର ପୂଜାରୀ, ରେଣୁ ପଟ୍ଟନାୟକ, ଶରତ ଚନ୍ଦ୍ର ମାଝୀ, ଲକ୍ଷ୍ମୀଧର ନାୟକ,ପ୍ରସାଦ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

କୁପାରୀରେ ଫୁଟିଲା ବ୍ରହ୍ମକମଳ ଫୁଲ, ମହାପ୍ରଭୁଙ୍କ ଆଶୀର୍ବାଦ ବୋଲି ହେଉଛି ଆଲୋଚନା

Sunil Chandra Nayak

ଗୋବିନ୍ଦ ବନଛୋର ହେଲେ କଳାହାଣ୍ଡି ଲୋକସଭା ସାଂସଦଙ୍କ କେସିଙ୍ଗା ଏନଏସି ପ୍ରତିନିଧି

Sunil Chandra Nayak

ଜଣା ଅଜଣା-: ୧୯୭୮ ମସିହା ତାଲିକା ଅନୁଯାୟୀ, ଶ୍ରୀମନ୍ଦିର ରତ୍ନଭଣ୍ଡାର ରେ ଥିଲା ଦେଢ଼ ଟନ ଓଜନର ସୁନା ଓ ରୂପା ଥିଲା ଅଢେ଼ଇ ଟନ

Sunil Chandra Nayak

Leave a Comment

error: Content is protected !!