ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ଯୌବନର ନୀଳ ସମ୍ମୋହନ

ଯୌବନର ନୀଳ ସମ୍ମୋହନ

         ବେଣୁଧର ସୂତାର

 

  ବୟସର ଗୋଲପି ବାସରେ
କାହାର ଏ ମୃଦୁ ପାଦଚିହ୍ନ
ମୁହିଁ ମୁକ୍ତ ପ୍ରଜାପତି ଟିଏ
ମନ ତଳେ ମିଠା ଆଲୋଡନ ।।
ସପନରେ ମହୁଆ ଚମକ
ଆନନ୍ଦର ଉତ୍ ଫୁଲ ଉଲ୍ଲାସେ
ବୁକତଳେ ଖେଳେ ଉନ୍ମାଦନା
ମନ ମଲ୍ଲୀ ମହମହ ବାସେ ।।
ଏମନ ଚହଲି ଉଠେ ସତେ
ସପନର ବେଳାଭୂମି ତୀରେ
ଝୁମିଝୁମି ଗାଇଯାଏ ମନ
ମୂର୍ଛନା ର ଅପୂର୍ବ ଝଙ୍କାରେ ।।
ଅଙ୍ଗେଅଙ୍ଗେ ଶିହରଣ ଜାଗେ
ମନହୁଏ ସତେ ଆନମନା
ବୟସର ଚାରୁ ଚନ୍ଦ୍ରିକାରେ
ବିଳାସର ବହଳ ବ୍ୟଞ୍ଜନା ।।
ମିଠା ମିଠା ରୂପଚିତ୍ର ଆଙ୍କେ
ନୀଳ ନୀଳ ନିଟୋଳ ନୟନେ
ସପନ ଦୋଳାରେ ବସି
ମନଝୁମେ ପ୍ରୀତିଫୁଲବନେ ।।
ପ୍ରୀତିମୟ ଲାଗେ ଏ ସଂସାର
ବୟସରେ କୃଷ୍ଣଚୂଡା ରଙ୍ଗ
ମିଠା ତାତି ଭରିଦିଏ ଅଙ୍ଗେ
ନୟନରେ ତଡିତ୍ ତରଙ୍ଗ ।।
ଆବେଗର ମୁଗ୍ଧ ଅନୁରାଗ
ବୟସର ତନୁତୀର୍ଥେ ମୋର
ସମୟର କାଉଁରୀ କୁହୁକେ
ମନ ଗାଏ ପ୍ରୀତିର ମହ୍ଲାର ।।
ରଙ୍ଗମୟ ଛନ୍ଦମୟ ତନୁ
ଋତୁଲାଗେ ଫଗୁଣ ଫଗୁଣ
ସପନର କୋଣ ଅନୁକୋଣେ
ପୁଲକିତ ପ୍ରୀତିର ପାର୍ବଣ ।।
ରୂପ ରଙ୍ଗ ରସ ସମାହାର
ଲାବଣ୍ୟର ରମ୍ୟ ପଦ୍ମବନ
ତାରୁଣ୍ୟର ତନ୍ମୟ କୁଞ୍ଜକୁ
ରଙ୍ଗସ୍ବପ୍ନେ ଆସିଛି ଯୌବନ ।।

 

କେଶଦୁରାପାଳ , କେନ୍ଦୁଝର

Related posts

ଅବିନାଶ ମହାପାତ୍ର ଙ୍କ କବିତା ମୁଁ ଏକା ତୁମର 

Sunil Chandra Nayak

ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା 

କେସିଙ୍ଗା ନିକଟ ମଶାଣିମୁଣ୍ଡା  ମଦଭାଟି ନିକଟରୁ ଏକ ଗଳିତ ଶବ ଉଦ୍ଧାର , ହତ୍ୟା ସନ୍ଦେହ ରେ ବଡ ଭାଇ ଓ ଦୁଇ ପୁତୁରା ଙ୍କୁ ଅଟକ

Sunil Chandra Nayak

Leave a Comment

error: Content is protected !!