ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜେଇଇ-ମେନ୍‌ରେ ଶତ ପ୍ରତିଶତ ମାର୍କ ରଖିଲେ ୧୪ ଛାତ୍ରଛାତ୍ରୀ

ସୋମବାର ଇଂଜିନିୟରିଂ ଏଣ୍ଟ୍ରାନ୍ସ ପରୀକ୍ଷା ଜେଇଇ-ମେନ୍ (ସେସନ ୧) ଫଳ ପ୍ରକାଶ ପାଇଛି। ଏଥିରେ ୧୪ ଜଣ ପିଲା ଶତକଡ଼ା ୧୦୦ ସ୍କୋର କରିଥିବା ଜଣାପଡ଼ିଛି। ତେଲେଙ୍ଗାନାରେ ସବୁଠାରୁ ଅଧିକ ପିଲା ଏହି କୃତୀତ୍ବ ଅର୍ଜନ କରିଛନ୍ତି।

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିର ସୂଚନା ଅନୁସାରେ ଜେଇଇ-ମେନ୍‌ (୨୦୨୨)ର ପ୍ରଥମ ସଂସ୍କରଣରେ ତେଲେଙ୍ଗାନାର ୪ ଜଣ ଓ ଆନ୍ଧ୍ରପ୍ରଦେଶର ୩ ଜଣ ପୂରା ମାର୍କ ରଖିଛନ୍ତି। ତେଲେଙ୍ଗାନାର ସେହି କୃତୀ ପିଲାମାନେ ହେଉଛନ୍ତି: ଜଷ୍ଟି ୟଶୱନ୍ତ ଭିଭିଏସ୍, ରୂପେଶ ବିୟାନି, ଅନିକେତ ଚଟ୍ଟୋପାଧ୍ୟାୟ ଓ ଧୀରଜ କୁରୁକୁଣ୍ଡା। ଆନ୍ଧ୍ରରୁ କୃତୀ ପିଲାମାନେ ହେଉଛନ୍ତି: କୋୟାନା ସୁହାସ, ପେନିକାଲପତି ରବି କିଶୋର ଏବଂ ପୋଲିସେଟ୍ଟି କାର୍ତ୍ତିକେୟ। ଅନ୍ୟମାନେ ହେଉଛନ୍ତି: ସାର୍ଥକ ମାହେଶ୍ବରୀ (ହରିୟାଣା), କୁଶାଗ୍ର ଶ୍ରୀବାସ୍ତବ (ଝାଡ଼ଖଣ୍ଡ), ମୃଣାଳ ଗର୍ଗ (ପଞ୍ଜାବ), ସ୍ନେହା ପାରିକ (ଆସାମ), ନବ୍ୟା (ରାଜସ୍ଥାନ), ବୋୟା ହାର୍ସେନ ସାତ୍ତ୍ବିକ (କର୍ଣ୍ଣାଟକ) ଏବଂ ସୌମିତ୍ର ଗର୍ଗ (ଉତ୍ତରପ୍ରଦେଶ)। ଏମାନଙ୍କ ମଧ୍ୟରେ କେବଳ ଜଣେ ବାଳିକା ଅଛନ୍ତି ଏବଂ ସେ ହେଉଛନ୍ତି ଆସାମର ସ୍ନେହା ପାରିକ। ଅଧିକାଂଶ ଟପର ହେଉଛନ୍ତି ସାଧାରଣ ବର୍ଗର, ଦୁଇଜଣ ଆର୍ଥିକ ଅନଗ୍ରସର ବର୍ଗର ଏବଂ ଦୁଇଜଣ ଓବିସି ବର୍ଗର।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଶୁଖିଲା ପଡିଛି କୁରୁଲୁମୁଡ଼ା ଜଳ ପ୍ରକଳ୍ପ , ଆନୁସାଙ୍ଗିକ ବିକାଶ ପାଇଁ ଦାବି

ଏକ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ସରଗୁଲ ଚମ୍ପିୟାନ

Sunil Chandra Nayak

ନରସିଂହପୁର ଲକ୍ଷ୍ମୀ ପୂଜା ଉଦଯାପିତ

Sunil Chandra Nayak

Leave a Comment

error: Content is protected !!