ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଙ୍କ ଜନ୍ମପୀଠ ଉପରବେଡା ଜାହେରା ଗାଳରୃ ପୂଜାର୍ଚ୍ଚନା

ରାଇରଙ୍ଗପୁର – ୧୨/୭/୨୨( ମସିହା) ଆଉ ଅଳ୍ପ ଦିନ ରାଷ୍ଟ୍ରପତି ନିର୍ବାଚନ ହେବ । ଆମ ଅଂଚଳର ବିଶିଷ୍ଟା ନାରୀନେତ୍ରୀ ଦ୍ରୌପଦୀ ମୁର୍ମୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥିନୀ ପାଇଁ ମନୋନୀତ ହୋଇ ନିର୍ବାଚନ ଲଢ଼ୁଛନ୍ତି ।ତାଙ୍କରି ସୁନିଶ୍ଚିତ ବିଜୟ‌ ନେଇ ତାଙ୍କ ଜନ୍ମମାଟି ଉପବେଡା ଗ୍ରାମରେ ଆଦିବାସୀ ସାନ୍ତାଳ ସମାଜ ପକ୍ଷରୁ ସ୍ଥାନୀୟ ଜାହେରଗାଳଠାରେ ଆଦିବାସୀ ସାନ୍ତାଳ ସମାଜ ଲୋକ ପାରଂପାରିକ ବେଶଭୂଷା ନେଇ ସେଠାରେ ଜାହାରାୟେ,ମାରାଂବୁରୁ ଏବଂ ଲିଟେ ଗୋସାଇଁଙ୍କ ପୂଜାର୍ଚ୍ଚନା କରିଥିଲେ । ସେମାନଙ୍କର ବିଶ୍ବାସ ଏହି ୩ ଠାକୁରଙ୍କୁ ପୂଜାର୍ଚ୍ଚନା କଲେ ନିଶ୍ଚିତ ଭାବେ ଶୁଭଫଳ ମିଳିଥାଏ।ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ଆଦିବାସୀ ମୋର୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରାଜ୍ଯ ପେଶା କୋଅର୍ଡିନେଟର ଖେଲାରାମ ହାଁସଦା ଗ୍ରାମ୍ୟ ମୁଖିଆ ଦୁଖୀଶ୍ଯାମ ଟୁଡୁ,ବାଗୁନ ସୋରେନ, ସିଦ୍ଧେଶ୍ୱର ମୁର୍ମୁଙ୍କ ସମେତ ଉପରବେଡାର ସାନ୍ତାଳ ସମାଜ ଲୋକେ ଏବଂ ଆଖପାଖ ଅଂଚଳର ସାନ୍ତାଳ ସଂପ୍ରଦାୟର ଲୋକେ ଉପସ୍ଥିତ ରହି ନାଚ,ଗୀତ,ଢୋଲ,ମାଦଳ ବଜାଇ ଉତ୍ସବ ମୁଖର କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ ।

Related posts

ଗଅଁଲିଆ କବି ସୁଧୀର୍‌ ପଁଡ଼ା ଙ୍କ କବିତା ସମ୍‌ଧି ସମ୍‌ଧେନ୍‌ ହୋ

ରାଇପୁର ଦିବାରାତ୍ର ଭଲିବଲ୍ ଟୁର୍ଣ୍ଣାମେଣ୍ଟ୍ ଉଦଯାପିତ

Sunil Chandra Nayak

ମହିଳା ଙ୍କ ଆତ୍ମହତ୍ୟା, ହତ୍ୟା ସନ୍ଧେହ

Sunil Chandra Nayak

Leave a Comment

error: Content is protected !!