ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ, ରସଗୋଲା ଓ ଲଷ୍ମୀ-ନାରାୟଣ ଭେଟ

ମାନବୀୟ ସମ୍ବନ୍ଧାନୁଭୂତି ସହିତ ଜଡିତ ନୀଳାଦ୍ରି ବିହାରୀ ଶ୍ରୀଜଗନ୍ନାଥ।।ପ୍ରଭୁ ଯେଉଁ ଶ୍ରେଷ୍ଠ ଆଉ ଧର୍ମର ଯାତ୍ରା ବଡଦାଣ୍ଡରେ ନିର୍ବାହ କରୁଛନ୍ତି, ତାହାର ଆଜି ଅନ୍ତିମ ଦିବସ । ବିଶ୍ବ ଚେତନା ପୁରୁଷୋତ୍ତମ ଚେତନା। ସେହି ଚେତନାରେ ରହି ପ୍ରଭୁଙ୍କୁ ରତ୍ନବେଦୀକୁ ସେବାୟତମାନେ ବିଜେ କରାଇବେ । ତେଣୁ ଶରଧା ବାଲିରେ ରଚିତ ଏହି ମର୍ତ୍ତ୍ୟ ବୃନ୍ଦାବନ “ରାସ” ଦେଖିବା ପାଇଁ ମର୍ତ୍ତ୍ୟ,ଅନ୍ତରୀକ୍ଷ ,ସ୍ବର୍ଗ ର ସମସ୍ତ ଦେବତା ,ନର,ଯକ୍ଷ,କିନ୍ନର ଆଶାୟୀ ।।ଲକ୍ଷ୍ମୀ ନାରାୟଣ ବଚସା ଦେଖି ପବିତ୍ର କରିବେ ଚକ୍ଷୁ ।।ମା ଲକ୍ଷ୍ମୀ ଅଭିମାନିନୀ ଜଗତବାସୀ ଙ୍କ ଆଗରେ ସାଧାରଣ ଗୃହିଣୀଟିଏ ।
ପ୍ରଥମେ ରଥ ଉପରେ ସମସ୍ତ ନୀତିକାନ୍ତି ସମାପନ ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରସଗୋଲା ଭୋଗ ହୁଏ ଏବଂ ଚାରମାଳ ଯୁକ୍ତ କରାଇ, ବିଗ୍ରହମାନଙ୍କୁ ଶ୍ରୀମନ୍ଦିର ନେବାର ବ୍ୟବସ୍ଥା କରାଯାଏ। ନନ୍ଦିଘୋଷ ରଥରୁ ମଦନମୋହନଙ୍କୁ ,ବଳଭଦ୍ରଙ୍କ ରଥରୁ ରାମକୃଷ୍ଣଙ୍କୁ ଓ ସୁଭଦ୍ରାଙ୍କ ରଥରୁ ଚକ୍ର ମହାରାଜ ସୁଦର୍ଶନଙ୍କୁ ପହଣ୍ଡି ବିଜେ କରାଯାଏ। ପରେ ବଡଠାକୁର ଓ ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ହୁଏ । ସେତେବେଳେ ଭିତରସ୍ଥ ମହାପାତ୍ର ସହିତ ଅନ୍ୟ ପତି ସେବକ ମାନେ ଲକ୍ଷ୍ମୀଙ୍କର ନୀତି ସମାପନ କରି ଚାହାଣୀ ମଣ୍ଡପ ବା ଭେଟ ମଣ୍ଡପକୁ ବିଜେ କରାଇଥାନ୍ତି। ଲକ୍ଷ୍ମୀ ନାରାୟଣଙ୍କର ଚକ୍ଷୁରେ ମିଳନ ହୁଏ। ସେ ଅପୂର୍ବ ଚାହାଣୀ ମୂହୁର୍ତ୍ତକୁ ଭାବଭକ୍ତିରେ ବାନ୍ଧିଦିଏ। ଯେଉଁଠି ବ୍ରହ୍ମାଣ୍ଡ ଠାକୁର ନିଜକୁ ଦୋଷୀ ବୋଲି ଭାବି ଭାବ ପ୍ରକଟ କରୁଥାନ୍ତି ,କେବଳ ଦୋଷ …ତାଙ୍କର ଦୁଇଦିନ ଫେରିବାର କଣ୍ଟ ଦେଇ କଥା ରଖି ପାରି ନାହାଁନ୍ତି । ସେଠି ଘରଣୀ ରାଗିବା ସ୍ବାଭାବିକ।।ପୁନଶ୍ଚ ରାଗ ଏତେ ପରିମାଣରେ ବଢି ଯାଇଥାଏ ଯେ ଦାସି ,ପରିଚାରୀ ,ଦେବଦାସୀଙ୍କୁ କହିଛନ୍ତି ବଜ୍ରକବାଟ ବନ୍ଦ କରିଦିଅ ।ଠାକୁର ବାହାରେ ଥାନ୍ତୁ। ଅବଶ୍ୟ ଦେବଦାସୀ ପ୍ରଥା ୧୯୯୩ରୁ ଉଚ୍ଛେଦ କରାଯାଇଛି ।ଅନ୍ୟ ସବୁ ନୀତି ସେବାୟତଙ୍କ ଦ୍ବାରା ନିର୍ବାହ ହୋଇଥାଏ।। ପୁଣି ମାଆ ଇନ୍ଦ୍ର ଦେବତାଙ୍କୁ ଘୋର ବର୍ଷା କରିବାକୁ ଆଦେଶ ଦେଇଛନ୍ତି ।ଜଗନ୍ନାଥ ଭିଜି ଯାଇଛନ୍ତି ନବଘନର ଛୁଆଁରେ। ହାତରେ ପ୍ରାଣପ୍ରିୟା ପତ୍ନୀପାଇଁ ରସଗୋଲା,ଅଳଙ୍କାର,ବସ୍ତ୍ର ଧରି ମନେଇବାର ପ୍ରୟାସ କରିଛନ୍ତି ।ଦ୍ବାର ସେପଟେ ମା ଲକ୍ଷ୍ମୀ ।ଦ୍ବାର ଏପଟେ ପ୍ରଭୁ ନଟବର ନାଗର। ଭିତରସ୍ଥ ମହାପାତ୍ର ଲକ୍ଷ୍ମୀ ଙ୍କ ତରଫରୁ ….ଦୁହିଁଙ୍କ ମଧ୍ୟରେ କଳି। ଯାହାକୁ ଲକ୍ଷ୍ମୀ ନାରାୟଣ ବଚନିକା ବୋଲି କୁହନ୍ତି ।ଏସବୁ ବଚନିକା ସଂସ୍କୃତ ଭାଷାରେ ହୁଏ ।ସେହି ସମୟରେ ମୃଦଙ୍ଗ ଘଣ୍ଟା ,ଘଣ୍ଟି ଶବ୍ଦର ନାଦ ପ୍ରକମ୍ପିତ ହୋଇଥାଏ ।ପ୍ରଭୁଙ୍କ ବଚନିକା ସାଧାରଣ ଲୋକଟି ଶୁଣିବା କଣ ଠିକ୍ ??।ସେତ ସର୍ବ ଶକ୍ତିମାନ। ଦୁହିଁଙ୍କ ବଚସା ଅନ୍ତେ ,,ପରସ୍ପରଙ୍କ ମନୋମାଳିନ ବରଫ ପରି ତରଳି ଯାଇଛି ପ୍ରଭୁ ହଲି ଝୁଲି ଟାହିୟା ଦୋହଲାଇ ଭିତରକୁ ପ୍ରବେଶ କରିଛନ୍ତି। ଦୁହିଁଙ୍କ ଭିତରେ ଥିବା ଭବ୍ୟଲୀଳା ଜନମାନସରେ ହରିବୋଲ ,ହୁଳହୁଳି ଶବ୍ଦ ରେ ଜୟଜୟାକାର ହୋଇ ଉଠିଛି।। ଏ ସମୟର ଲୀଳା ଦୃଶ୍ୟ କରି ଦେହରେ ଶିହରଣ ସୃଷ୍ଟି ହୁଏ,, ନୟନରୁ ଭକ୍ତିଲୁହ ବୋହିଚାଲେ । ପ୍ରକୃତ ଅର୍ଥରେ କହିବାକୁ ଗଲେ “ନୀଳାଦ୍ରି ବିଜେ” ପ୍ରଭୁଙ୍କର ଔଦାର୍ଯ୍ୟଲୀଳା ମାଧୁର୍ଯ୍ୟ ଲୀଳା ,ଐଶ୍ୱର୍ଯ୍ୟ ଲୀଳା ଠାରୁ ବଳି ଉଚ୍ଚତର ଚେତନାର ଲୀଳା..
ଵିଦ୍ୟାଧର ସାହୁଙ୍କ ସଂଗୃହୀତ ତଥ୍ୟ….

Related posts

ଚୋର ସନ୍ଦେହ ରେ ଉଚ୍ଚ ଶିକ୍ଷିତ ଯୁବକକୁ ମାଡ ମାରିବା ସହ ଉଲଗ୍ନ ଘଟଣା, ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ

Sunil Chandra Nayak

ଟେମରା ଗାଁ ଦାଣ୍ଡ ରେ ଲହଡି ମାରୁଛି ବର୍ଷା ପାଣି, ନିଷ୍କାସନ ପାଇଁ ଦାବି କଲେ ଗ୍ରାମବାସୀ

Sunil Chandra Nayak

ଢେଙ୍କାନାଳ ଥିଙ୍କର୍ସ ଫୋରମ ର କାର୍ଯ୍ୟକାରିଣୀ ବୈଠକ ଏବଂ ଢେଙ୍କା ପୀଢ଼ ରେ ପୂଜା ଅର୍ଚ୍ଚନା

Leave a Comment

error: Content is protected !!