ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା ସାହୁ   ଙ୍କ କବିତା ଫେରିଆ ସମୟ 

   ଫେରିଆ ସମୟ 

         

         କବିତା ସାହୁ   

ଫେରିଆ ତୁ ସମୟ ପଛକୁ ପଛକୁ 
ମୁଁ ପାଇଯିବି ମୋର ପିଲା ଦିନକୁ
ମନେ ଭରି ଯିବ ମୋର କେତେ 
ଅତୀତର ଅପାସୋରା ସପନ 
ଯାହା ଦେଖି ଥିଲି ଦିନେ  ନ ବୁଝି ମୁଁ ଜୀବନ । 
୨- ସମୟ ତ ଏକ ଅଫେରା ବାଟୋଇ 
ଯେତେ ଯାହା କଲେ ଫେରେନା ସେହି
ଫଗୁଣ ଫେରଇ ବରଷକେ ଥରେ
ଫେରେନା ସମୟ କାହାରି ପାଇଁ। 
୩- ପ୍ରତିଟି କ୍ଷଣ ଅଟେ ମୁଲ୍ୟବାନ 
ବୃଥାରେ ନ ଯାଉ ଚାଲି 
ସମୟର ମୁଲ୍ଯ ବୁଝି କାମ କଲେ 
ଲଭିବ ବିଭୁ କଲ୍ଯାଣ। 
ଥରେ ଚାଲିଗଲେ ସମୟ ହାତରୁ 
ମନସ୍ତାପ ହୁଏ ଯାଣ
ସମୟର ସଦୁପଯୋଗ କର ଜୀବନେ 
ଫେରିଆ ସମୟ ମନେ ନ ଭାବେ।
୪- ମଣିଷ ଭାବଇ ଧନ ଦଉଲତ 
   ଶକ୍ତିରେ ସେ ବଳବାନ 
   ସମୟ ଅଟଇ ବଡ ବଳବାନ 
     ଘଡିକେ ସବୁ ତ ଶୂନ୍ଯ 
    ସୁଖ ଦୁଃଖ ପରା ପରସ୍ପର ବନ୍ଧା 
    ସମୟ ଖେଳଇ ଚକାଭଉରୀ 
   ସମୟ ଫେରିବ ଦୁଃଖ ଦୂର ହେବ 
    ହେଲେ କାଳିଆ ଭରସା।

          ଜୟପୁର

Related posts

ବେଣୁ ଧର ସୁତାର ଙ୍କ କବିତା ମାଆ

ମଟର ଭେହିକିଲ୍ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ

ନୂତନ ପାଣି ଟାଙ୍କି ନିର୍ମାଣ ଦାବି ,କନିଷ୍ଠ ଯନ୍ତ୍ରୀଙ୍କ ଦ୍ୱାରସ୍ଥ ହେଲେ ଗମ୍ଭାରୀଗୁଡା ବାସୀ

Sunil Chandra Nayak

Leave a Comment

error: Content is protected !!