ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜେପି ଜିଲ୍ଲା କାର୍ଯ୍ୟକାରୀ ବୈଠକ

ଡାବୁଗାଁ, ୧୩/୭ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଠାରେ ବିଜେପି ଜିଲ୍ଲା କାର୍ଯ୍ୟକାରୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ଶ୍ରୀ ଜଗଦୀଶ ଚନ୍ଦ୍ର ବିଷୟୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ରାଜ୍ୟ ସଂଗଠନ ସାଧାରଣ ସଂପାଦକ ମାନସ ମହାନ୍ତି ଉପସ୍ଥିତ ରହି କାର୍ଯ୍ୟକର୍ତ୍ତା ମାନଙ୍କୁ ବ୍ୟାପକ ଭାବେ ମାର୍ଗଦର୍ଶନ ଦେଇଥିଲେ। ରାଜ୍ୟ ଉପ ସଭାପତି ବଳଭଦ୍ର ମାଝୀ, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ପର୍ଶୁରାମ ମାଝୀ, ଗୋବିନ୍ଦ ଜୈନ, ରମେଶ ସାହୁ, ଗୌରୀ ଶଙ୍କର ମାଝୀ ମଞ୍ଚାସିନ ଥିଲେ।ସମସ୍ତ ମଞ୍ଚାସୀନ ଅତିଥି ବ୍ରୁନ୍ଦ ବିଜେପି ଦଳ କିପରି ସୁଦ୍ରୁଢ ହେବ ଓ କେନ୍ଦ୍ର ସରକାରଙ୍କ ଜନ ହୀତକର ଜୋଜନା କିପରି ପ୍ରତ୍ୟେକ ଗ୍ରାମରେ ପହଞ୍ଚିବ ସମସ୍ତ ସକ୍ରିୟ କର୍ମୀ ମାନଙ୍କୁ ବ୍ୟାପକ ପରାମର୍ଶ ଦେଇ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ଯୁବମୋର୍ଚ୍ଚା କୋଷାଧ୍ୟକ୍ଷ ସନ୍ତୋଷ ମହାପାତ୍ର,ଜିଲ୍ଲା ସଂପାଦକ ଅରୁଣ ପ୍ରସନ୍ନ ନାୟକ, ବରିଷ୍ଠ ନେତା ଜୟନ୍ତ କୁମାର ପାତ୍ର, ଦିୱାନ ସିଂ, ଡାବୁଗାଁ ନିର୍ବାଚନ ମଣ୍ଡଳୀ ପ୍ରଭାରୀ ମାନସ ତ୍ରିପାଠୀ, ଯୁବମୋର୍ଚ୍ଚା ପ୍ରଭାରୀ କାହ୍ନୁ ଦାସ,ଜିଲ୍ଲା ଉପସଭାପତି ସନାତନ ତ୍ରିପାଠୀ, ଦିଲ୍ଲୀପ ଦାସ, ଅକାଳୁ ଜା, ମନୋହର ସେନା, ଅରୁଣ ଡାହୁକ, ସାଧାରଣ ସଂପାଦକ ମହେଶ ପାତ୍ର, ଭୀମସେନ ଜେନା, ସୁବ୍ରତ ମିଶ୍ର, ମୃତ୍ୟୁଞ୍ଜୟ ମହାରଣା, ରତନ କଲାର, ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ଯୁବମୋର୍ଚ୍ଚା ର କାର୍ଯ୍ୟକର୍ତ୍ତା ଓ ଡାବୁଗାଁ ମଣ୍ଡଳ ର ସକ୍ରିୟ ସଭ୍ୟ ମାନେ ସମସ୍ତ କାର୍ଯ୍ୟ ର ତତ୍ବାବଧାନ କରିଥିଲେ।

ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡ଼ା ଙ୍କ ରିପୋର୍ଟ 

Related posts

ଅବିନାଶ ମହାପାତ୍ର  ଙ୍କ କବିତା ରକ୍ଷା କର ଭଗବାନ

ରାଇରଙ୍ଗପୁରରେ ଶ୍ରୀ ଜଗନ୍ନାଥ ଉପାସନା,ଅଣସରନୀତି-ଏକ ତାତ୍ବିକ ଆଲୋଚନା ନେଇ ଜାତୀୟ ଆଲୋଚନା ଚକ୍ର

Sunil Chandra Nayak

ମଧୁସ୍ମିତା ସାହୁ ଙ୍କ କବିତା ବଞ୍ଚିବା

Sunil Chandra Nayak

Leave a Comment

error: Content is protected !!