ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଣା ଅଜଣା… ହଜାରେ ବର୍ଷ ବଞ୍ଚୁଥିବା ଉଦ୍ଭିଦ

ପୃଥିବୀ ପୃଷ୍ଟରେ ରହିଥିବା ଯେ କୌଣସି ପ୍ରାଣୀ ହେଉ ବା ଉଦ୍ଭିଦ ହେଉ, ସମସ୍ତଙ୍କର ନିର୍ଦ୍ଦିଷ୍ଟ ଆୟୁଷ ରହିଛି। ସ୍ଥଳ ବିଶେଷରେ କେହି କେହି ଶହ ଶହ ବର୍ଷ ଧରି ଜୀବନ ଧାରଣ କରୁଥିବା ମଧ୍ୟ ନଜିର ରହିଛି। ତେବେ ଦକ୍ଷିଣ ଆଫ୍ରିକାର ଆଙ୍ଗୋଲା ଅନ୍ତର୍ଗତ ନାମିବ୍‌ ମରୁଭୂମିରେ ଦେଖାଯାଉଥିବା ୱେଲଵିଶ୍ଚିଆ ମିରାବିଲିସ ନାମକ ଏକ ପ୍ରକାର ଉଦ୍ଭିଦ ହଜାରେରୁ ଅଧିକ ବର୍ଷ ଧରି ବଞ୍ଚୁଥିବା ଉଦ୍ଭିଦ ବିଜ୍ଞାନୀମାନେ ସ୍ପଷ୍ଟ କରିଛନ୍ତି। ମୂଳ ସହିତ କାଣ୍ଡ ଓ ଦୁଇଟି ପତ୍ର ଧାରଣ କରୁଥିବା ଏହି ପ୍ରଜାତି ଗଛର ହାରାହାରି ବୟସ ୬୦୦ ବର୍ଷ ବୋଲି କାର୍ବନ ଡେଟିଂ ପ୍ରକ୍ରିୟାରେ ଜଣାପଡ଼ିଥିବା ବେଳେ କିଛି ପ୍ରଜାତିର ବୟସ ମଧ୍ୟ ୧୫୦୦ରୁ ୨୦୦୦ ବର୍ଷ ଯାଏ ହୋଇଥିବା ମଧ୍ୟ ଜଣାଯାଇଛି। ବର୍ଷର କେବଳ ଗ୍ରୀଷ୍ମ ଦିନେ ବୃଦ୍ଧି ପାଉଥିବା ଏହି ଉଦ୍ଭିଦର କାଣ୍ଡର ହାରାହାରି ଉଚ୍ଚତା ୫୦ ସେଣ୍ଟିମିଟର୍‌ ହୋଇଥିବା ବେଳେ ତାହାର ପତ୍ର ଦୁଇଟି ନିରନ୍ତର ବୃଦ୍ଧି ପାଇ ପାତ ଭଳି ବଙ୍କେଇ ବଙ୍କେଇ ଭୂଇଁରେ ଲୋଟୁଥାଏ। ୱେଲଵିଶ୍ଚିଆ ଗଛ ମଧ୍ୟ ମାଈ ଓ ଅଣ୍ଡିରା ପରି ଦୁଇ ପ୍ରକାରର ରହିଛି। ତଦନୁସାରେ ତାହାର ଦୁଇ ପ୍ରକାର ଫୁଲ ମଧ୍ୟ ରହିଛି। ଈଷତ୍‌ ଗୋଲାପି ରଙ୍ଗର ଏବଂ କୋନ୍‌ ଆକାରର ହୋଇଥିବା ଅଣ୍ଡିରା ଫୁଲଟିରୁ ଅନବରତ ମହୁ ଝରୁଥାଏ।

ଅପରପକ୍ଷେ, ମାଈ ଫୁଲଟି ନୀଳ-ସବୁଜ ରଙ୍ଗର ଅପେକ୍ଷାକୃତ ବଡ଼ ଧରଣର ହେବା ସହ ଅଧିକ ଗୋଜିଆ ହୋଇଥାଏ। ସାଧାରଣତଃ ଏପରି କୋନ୍‌ ଆକାରର ଫୁଲ ଥିବା ବୃକ୍ଷମାନଙ୍କର ପରାଗଣ ପବନ ଦ୍ବାରା ହୋଇଥିବା ବେଳେ ୱେଲଵିଶ୍ଚିଆ କ୍ଷେତ୍ରରେ ତାହା ହୋଇନଥାଏ। ଉଭୟ ଫୁଲରୁ ଝରୁଥିବା ମହୁ ବିଭିନ୍ନ କୀଟଙ୍କୁ ଆକୃଷ୍ଟ କରି ସେମାନଙ୍କ ମାଧ୍ୟମରେ ପରାଗଣ ସଂପନ୍ନ କରିଥା’ନ୍ତି। ତାହାର ୩୬x୨୫ ମିଲିମିଟର୍‌ ଆକାରର ମଞ୍ଜିକୁ କାଗଜ ପରି ସଂଖ୍ୟାଧିକ ପତଳା ଆସ୍ତରଣ ଆବୃତ୍ତ କରି ରଖିଥାଏ। ଦୀର୍ଘ ଦିନ ଯାଏ ବର୍ଷା ଲାଗିରହିଲେ ହିଁ ଏହାର ମଞ୍ଜିରୁ ଅଙ୍କୁରୋଗ୍‌ଦମ ହୋଇଥାଏ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ସାମ୍ବାଦିକ ଗିରିଶ ନନ୍ଦ ଙ୍କ ଦ୍ୱିତୀୟ ଶ୍ରlଦ୍ଧ ବାର୍ଷିକୀ ପାଳନ 

Sunil Chandra Nayak

ତେଲିବନ୍ଧ କ୍ଲଷ୍ଟରରେ ଶିଶୁ ମହୋତ୍ସବ ସୁରଭି

Sunil Chandra Nayak

ଆଲୋକର ପର୍ବ ଦୀପାବଳି: ଡାବୁଗାଁ କନ୍ୟାଶ୍ରମରେ ପାଳିଲେ ଅନ୍ତେବାସୀ ଛାତ୍ରୀ ଦୀପାବଳି

Sunil Chandra Nayak

Leave a Comment

error: Content is protected !!