ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରଞ୍ଜନ କୁମାର ପଣ୍ଡା ଙ୍କ କବିତା ଏମିତି କାହିଁକି ପ୍ରଭୁ କରୁଛ

ଏମିତି କାହିଁକି ପ୍ରଭୁ କରୁଛ

 

   ଭଙ୍ଗା ଗଢ଼ା ଦୁନିଆରେ ପ୍ରଭୁ ଭାଙ୍ଗୁଛ ଗଢୁଛ

       ଭକତର ମନ ଜାଣି ତା’ପାଇଁ ଲଢ଼ୁଛ,

            ଏମିତି କାହିଁକି ପ୍ରଭୁ କରୁଛ ?

      ଭକତକୁ ଦୁଃଖ ଦେଇ କି ଲାଭ ପାଉଛ ।

 

ମାଗିତ ନଥିଲି ପ୍ରଭୁ ମୋତେ ଯାଚି ଦେଲ ଆଣି

     ଦୁରେଇ ରଖୁଛ ପୁଣି ଶୁଭୁ ନାହିଁ ବାଣୀ

            ଏମିତି କାହିଁକି ପ୍ରଭୁ କରୁଛ ?

     ଭଙ୍ଗା ଗଢ଼ା କରି ପ୍ରଭୁ କି ଲାଭ ପାଉଛ ।

 

ଋଣୀଥିଲି ବୋଲି ପ୍ରଭୁ ଆଣିଥିଲ ମୋର ପାଶେ

   ଋଣ ସୁଝିଗଲା ପରେ ନେଇଗଲ ଶେଷେ

          ଏମିତି କାହିଁକି ପ୍ରଭୁ କରୁଛ ?

     ସୁଖ ପରେ ଦୁଃଖ ଦେଇ କନ୍ଦାଇ ମାରୁଛ ।

 

ଅଯୋଡ଼ା ସମ୍ପର୍କକୁ ପ୍ରଭୁ ହେ ନିମିଷେ ଯୋଡୁଛ

     ପରକୁ ଆପଣା କର କହି କି ଗଢୁଛ

          ଏମିତି କାହିଁକି ପ୍ରଭୁ କରୁଛ ?

   ଭକ୍ତ ମନେ ଦୁଃଖ କିମ୍ପା ହେ ପ୍ରଭୁ ଦେଉଛ ।

 

ଯାହା ଦେଲ ତାହା ନେଲ ପ୍ରଭୁ ଦୁଃଖ ମୋର ନାହିଁ

    ଆଦେଖା ଦଉଡ଼ିରେ ପ୍ରଭୁ ବାନ୍ଧୁଛ ମହି,

          ଏମିତି କାହିଁକି ପ୍ରଭୁ କରୁଛ ?

     ସ୍ୱାର୍ଥପର ଦୁନିଆରେ ଭକ୍ତଙ୍କୁ ମାରୁଛ ।

 

ଯାହା ତ ଦେଉଛ ପ୍ରଭୁ ତାକୁ ଛଡାଇ ନେଉଛ

     ହୀନ କପାଳିଆ କରି କାହିଁକି ଗଢିଛ

          ଏମିତି କାହିଁକି ପ୍ରଭୁ କରୁଛ ?

     ଭକ୍ତ ଜନେ ବଡ଼ ଦାଣ୍ଡେ ଲଜ୍ଜିତ କରୁଛ ।

 

ଜୟ ଶ୍ରୀଜଗନ୍ନାଥ……….

 

             ରଞ୍ଜନ କୁମାର ପଣ୍ଡା

                   କୋରାପୁଟ

Related posts

ଅପର୍ତ୍ତି ସେଠୀ ଙ୍କ କବିତା ଜ୍ଞାନ ଆଉ ଟଙ୍କା

Sunil Chandra Nayak

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କାଶୀପାଣି  ଠାରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ

Sunil Chandra Nayak

ଢେଙ୍କାନାଳ ଜିଲ୍ଲା ଆନ୍ତଃ ବିଦ୍ୟାଳୟ ବାଳିକା ,ବାଳକ ସପ୍ତଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ -୨୦୨୨ ସପ୍ତମ ଦିବସରେ ଉଦଯାପିତ 

Sunil Chandra Nayak

Leave a Comment

error: Content is protected !!