ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଇ ଟି ଆଇ ଓ ବନଦୁର୍ଗା ହାଇସ୍କୁଲ ରେ ବୃକ୍ଷ ରୋପଣ

ଚନ୍ଦାହାଣ୍ଡି –  ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଫଟକି ପଂଚାୟତ ଅନ୍ତର୍ଗତ ତିଲିମାଲ ସରକାରୀ ଆଇ ଟି ଆଇ ଓ ଦେଓବନ୍ଧ ସ୍ଥିତ ବନଦୁର୍ଗା ହାଇସ୍କୁଲ ପରିସରରେ ବନମହୋତ୍ସବ ପାଳନ ସପ୍ତାହ ଅବସରରେ ଝରୀଗାଁ ବନାଞ୍ଚଳ ସୌଜନ୍ୟରେ ଚନ୍ଦାହାଣ୍ଡି ବନବିଭାଗ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଆଇ ଟି ଆଇ ଅଧ୍ୟକ୍ଷ ରଞ୍ଜନ କୁମାର ପରିଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଝରୀଗାଁ ରେଞ୍ଜର ମକୁନ୍ଦ ଦିଶାରୀ, ସଂମାନିତ ଅତିଥି ଭାବେ ସାମାଜିକ କର୍ମୀ ଦିଲୀପ କୁମାର ଦାସ ,ସମିତି ସଭ୍ୟ ସନ୍ତୋଷ ପଟ୍ଟନାୟକ,ବନପାଳ ପ୍ରଦୀପ୍ତ କୁମାର ଦାଶ,ଟ୍ରେନିଂ ଅଫିସର ମାନଗୋବିନ୍ଦ ବାଗ, ଆମ ଜଙ୍ଗଲ ଯୋଜନା (ଡିଓ ) ଦେବିସିଂ ଖରସେଲ, କମଲସିଂ ସାନ୍ତା, ପ୍ରମୁଖ ଯୋଗ ଦେଇ ପଣସ, ଆମ୍ବ, ଶିଶୁ, ଜାମୁକୋଳି, ଅଁଳl , ବେଲ, ,ଚନ୍ଦନ ସହ ବିଭିନ୍ନ ଔଷଧୀଅ ବୃକ୍ଷ ଏକହଜାର ରୁ ଉର୍ଦ୍ଧ ରୋପଣ କରିଥିଲେ l ସଚେତନତା ସଭାରେ ଅତିଥି ମାନେ ବୃକ୍ଷ ରୋପଣ ର ଆବଶ୍ୟକତା ଓ ତାର ଯତ୍ନ ସମ୍ବନ୍ଧରେ ଆଲୋକପାତ କରିଥିଲେ l ନିଜ ଦୈନନ୍ଦିନ ଜୀବନରେ ହେଉ କିମ୍ବା ଆଗାମୀ ପିଢ଼ି ପାଇଁ ସ୍ୱଚ୍ଛ ଅମ୍ଳଜାନ ନିମନ୍ତେ ବୃକ୍ଷ ରୋପଣର ବିକଳ୍ପ ଆଉ କିଛିନାହିଁ ବୋଲି ମତ ପ୍ରକାଶ କରିଥିଲେ l ଏହାପରେ ବିଭିନ୍ନ ଖୋଲା ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମ କୁ ବିଶ୍ୱନାଥ ପାଣି, ଶିଶିର ବେଉରା ପ୍ରମୁଖ ପରିଚାଳନା କରିଥିବା ବେଳେ ଫରେଷ୍ଟ ଗାର୍ଡ ଭୀଷ୍ମ ମାଝୀ, ପାରାଗାର୍ଡ ମହମ୍ମଦ ଫାରୁକ, ସତ୍ୟନାରାୟଣ ସାହୁ, ଭକ୍ତ ଚାରଣ ମାଝୀ, ପବିତ୍ର ଗୌଡ଼, ସୁରେନ୍ଦ୍ର ଝାଙ୍କର, ଲଷ୍ମୀଧର ବିଶି, ସୁବାଷ ଦାସ ପ୍ରମୁଖ ସହଯୋଗ କରିଥିଲେ।

ଚନ୍ଦାହାଣ୍ଡି ରୁ ଦିଲ୍ଲୀପ ଦାସ ଙ୍କ ରିପୋର୍ଟ

Related posts

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ଜୟନ୍ତୀ ପଟ୍ଟନାୟକ ଙ୍କୁ ଶବ୍ଦ ଶ୍ରଦ୍ଧାଞ୍ଜଳି

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ହଜିଲା ଦିନ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!