ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୃତ୍ୟୁ କୁ ନିମନ୍ତ୍ରଣ କରୁଛି ଖୋଲା ବୋର ଓ୍ବେଲ

ଚନ୍ଦାହାଣ୍ଡି– ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ର ବିଭିନ୍ନ ସ୍ଥାନରେ ଲୋକେ ବୋର ଓ୍ବେଲ ଖୋଳି ଖୋଲା ଛାଡ଼ି ଦେଉଥିବା ଦେଖିବାକୁ ମିଳିଛି । ଯାହା ମୃତ୍ୟୁ କୁ ନିମନ୍ତ୍ରଣ କରୁଥିବା ଆଲୋଚନା ହେଉଛି। ପ୍ରକାଶ ଥାଉକି ଗତ ସପ୍ତାହ ରେ ଛତିଶଗଡ଼ ରାଜ୍ୟ ଚମ୍ପା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିଲା । ଖୋଲା ବୋର ଓ୍ବେଲ ରେ ଖସି ପଡି ଛତିଶଗଡ଼ ରାଜ୍ୟ ଚାମ୍ପା ଅଞ୍ଚଳର ରାହୁଲ ନାମକ ଏକ ଦିବ୍ୟାଙ୍ଗ ଶିଶୁ ପାଞ୍ଚ ଦିନ ବୋର ଓ୍ବେଲ ଭିତରେ ରହି ଜୀବନ ସହ ସଂଗ୍ରାମ କରିଥିଲା। ଏହି ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଥିଲା। ବିଭିନ୍ନ ରାଜ୍ୟରେ ମଧ୍ୟ ଏପରି ଘଟଣା ଘଟିଥିବା ସୂଚନା ମିଳିଛି lଦୀର୍ଘ ପାଞ୍ଚ ଦିନପରେ ବହୁ ପରିଶ୍ରମ କରି ସେନା ବାହିନୀ ରାହୁଲ କୁ ଉଦ୍ଧାର କରିଥିଲେ। ଏହି ଘଟଣା ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେସ ବଘେଲ ରାଜ୍ୟର ସମସ୍ତ ଖୋଲାରେ ଥିବା ବୋର ଓ୍ବେଲ କୁ ଯୁଦ୍ଧକାଳିନ ଭିତ୍ତିରେ ବନ୍ଦ କରିବା କୁ ନିର୍ଦ୍ଦେଶ ଦେଇଥିଲେ। ଚନ୍ଦାହାଣ୍ଡି ବ୍ଲକ ମହରା ପଞ୍ଚାୟତ ଅଧିନସ୍ଥ ପୁଜାରୀଗୁଡା ରାସ୍ତା ପାର୍ଶ୍ବରେ ପ୍ରଶାସନ ତରଫରୁ ଏଭଳି ଏକ ବୋର ଓ୍ବେଲ ଖୋଳି ଖୋଲା ଛାଡି ଦେଇଥିବା ଦେଖି ବାକୁ ମିଳିଛି । ଯାହା ମୃତ୍ୟୁ କୁ ନିମନ୍ତ୍ରଣ କରୁଥିବା ଆଲୋଚନା ହେଉଛି। ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ  ଶହ ଶହ ଶିଶୁ ବିଦ୍ୟାଳୟ ଯାଇଥାନ୍ତି । କୌଣସି ଅଘଟଣ ଘଟିବା ପୂର୍ବରୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହୋଇଛି l ବ୍ଲକ ର ବିଭିନ୍ନ ଗ୍ରାମର ଶତାଧିକ ବୋରୱେଲ ସେମିତି ଖୋଲାମେଲା ରେ ଥିବା ଅଭିଯୋଗ ହୋଇଛି l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ସାହିତ୍ୟ ଅଗଣା

Sunil Chandra Nayak

ଧର୍ମଗଡ ଠାରେ ୭୬ ତମ ଉପଖଣ୍ଡ ସ୍ତରୀୟ ସ୍ବାଧୀନତା ଦିବସ

Sunil Chandra Nayak

ଶିକ୍ଷକ ନିଯୁକ୍ତି ଦାବିରେ ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀ ଙ୍କ ଧାରଣା

Sunil Chandra Nayak

Leave a Comment

error: Content is protected !!