ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗ୍ରାମରେ ପାନୀୟ ଜଳର ସମସ୍ୟା ହେତୁ ଦାବିପତ୍ର ପ୍ରଦାନ

ଢେଙ୍କାନାଳ:- ଢେଙ୍କାନାଳ ଜିଲ୍ଲା ବେଲଟିକିରି ଗ୍ରାମପଞ୍ଚାୟତର ନାଗିଆପଶି ଗ୍ରାମର ଗ୍ରାମବାସୀ l ନାଗିଆପଶି ଗ୍ରାମରେ ପ୍ରାୟ 5000 ରୁ ଅଧିକ ଲୋକ ବସବାସ କରନ୍ତି l ଏହିଗ୍ରାମରେ ପାନୀୟ ଜଳର ଅସୁବିଧା ଥିବାରୁ ଲୋକମାନେ ପୋଖରୀ, ଗାଡ଼ିଆ ଆଦିର ପାଣିକୁ ବ୍ୟବହାର କରୁଛନ୍ତି l ଏଥିନିମନ୍ତେ ସରକାରଙ୍କ ପାଖରେ ଆମ୍ଭେମାନେ ନିବେଦନ କରିବା ହେତୁ ସରକାରଙ୍କ ଦ୍ଵାରା ପାନୀୟ ଜଳ ଯୋଗାଣ ପାଇଁ ପମ୍ପ ହାଉସ ଓ ପାନୀୟ ଜଳର ଟାଙ୍କି ମଧ୍ୟ ନିର୍ମାଣ କରାଯାଇଥିଲା l ଏହି ସବୁ ନିର୍ମାଣ କରିବାର ବହୁତ ଦିନ ପରେ ମଧ୍ୟ ପାନୀୟ ଜଳ ଯୋଗାଇ ଦିଆଯିବାରେ ବିଳମ୍ବ ହେଉଛି l ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ଢେଙ୍କାନାଳକୁ ବାରମ୍ବାର ଜଣାଇବା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ l ଏଣୁ ଆମ୍ଭେମାନେ ଲିଖିତ ଅଭିଯୋଗ ଜଣାଉ ଅଛୁ ଯେ ଯଦି ଅତିଶୀଘ୍ର ଏହାକୁ କାର୍ଯ୍ୟକ୍ଷମ କରାନଯାଏ ତେବେ ଆମ୍ଭେମାନେ ଧାରଣା ଦେବୁ ଏବଂ ଧର୍ମଘଟ କରିବୁ ଏଥିପାଇଁ ସରକାର ଦାୟୀ ରହିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

ଢେଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ରାଇରଙ୍ଗପୁର ହାଇସ୍କୁଲରେ ଜାତୀୟ ହିନ୍ଦି ଦିବସ ପାଳିତ 

Sunil Chandra Nayak

ପଞ୍ଚାୟତ ସ୍ତରୀୟ ସ୍ୱେଚ୍ଛାସେବୀ ସହାୟକ ତାଲିମ ଶିବିର ଉଦଘାଟିତ

Sunil Chandra Nayak

ଉଛୁଳା ଗ୍ରାମରେ ମାଁ ଡୋକରିଙ୍କ ଦଶହରା ଉତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!