ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ଠାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ଯୋଗଦେଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷ

କୋକସରା,୧୪/୭- (ମ ନି ସ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆନୁକୂଲ୍ୟରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ଙ୍କ ପରିଚାଳନାରେ ବ୍ଲକ ର ୨୨ ପଞ୍ଚାୟତରୁ ଶତାଧିକ ଭିନ୍ନକ୍ଷମ ଅଂଶଗ୍ରହଣ କରିଥିଲେ। ମୁଖ୍ୟ ଅତିଥିଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ଯୋଗଦେଇ ରାଜ୍ୟ ସରକାରଙ୍କ ଭିନ୍ନକ୍ଷମଙ୍କ ପାଇଁ ରହିଥିବା ସହାୟତା ଯୋଜନା ସମ୍ପର୍କରେ ଉପସ୍ଥିତ ହିତାଧିକାରୀଙ୍କୁ ନିଜର ବକ୍ତବ୍ୟ ରଖିଥିଲେ। ଅନ୍ୟତମ ଅତିଥି ଭାବେ କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ, ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ବିଡ଼ିଓ ମନୀଷା ଦାସ, ବିଧାୟକ ପ୍ରତିନିଧି ମାନସ ରଞ୍ଜନ ବାଗ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଉପସ୍ଥିତ ରହି ଶିବିର କୁ ଉଦଘାଟନ କରିଥିଲେ। ଶିବିରରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଅସ୍ଥି ଶୈଳ ବିଶେଷଜ୍ଞ ଡ଼. ସୁନୀଲ ପାଢ଼ୀ , ମାନସିକ ରୋଗ ବିଶେଷଜ୍ଞ ଡ଼. ପ୍ରତାପ ପଟ୍ଟନାୟକ, କର୍ଣ୍ଣ ଗଳା ନାସା ବିଶେଷଜ୍ଞ ଡ଼. ପ୍ରଦ୍ୟୁମ୍ନ କିଶୋର ପଣ୍ଡା ସମେତ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ଅଧିକାରୀ ଶୁଭାଶିଷ ମହାନ୍ତି, ବାଦଲ ପଟ୍ଟନାୟକ, ବରିଷ୍ଠ ଶ୍ରବଣ ବିଶେଷଜ୍ଞ ନିବାସ ଚନ୍ଦ୍ର ସାହୁ ଶିବିରକୁ ଆସିଥିବା ଭିନ୍ନକ୍ଷମଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଦିବ୍ୟାଙ୍ଗ ପ୍ରମାଣପତ୍ର ପ୍ରଦାନ କରିଥିଲେ।ଏହି ଭିନ୍ନକ୍ଷମ ଶିବିର ରେ ମୋଟ ୨୬୮ ରେଜିଷ୍ଟ୍ରେସନ କରିଥିବା ବେଳେ ୧୭୨ ଜଣ ଭିନ୍ନକ୍ଷମଙ୍କୁ ପ୍ରମାଣପତ୍ର ପ୍ରଦାନ, ୧୬ ଜଣଙ୍କୁ ବସ ଟ୍ରେନ ପାସ, ପେନସନ ଆବେଦନ ୧୭ ଜଣ ଓ ଡି ଆର ଆଇ ଋଣ ପାଇଁ ୭ ଜଣ ଆବେଦନ କରିଥିବା ସୂଚନା ମିଲିଛି।

Related posts

ଜିଲ୍ଲା ଭିତ୍ତିକ ନିଯୁକ୍ତି ପାଇଁ ଶିକ୍ଷିତ ବେକାର ଯୁବକ ଯୁବତୀଙ୍କ ପ୍ରସ୍ତୁତି ବୈଠକ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ହେରା ପଞ୍ଚମୀର ମାହାତ୍ମ୍ୟ

ସବୁ ବିଧାୟକ ଙ୍କ ଠାରୁ ନିଆରା ଡାବୁଗାଁ ଲୋକପ୍ରିୟ ବିଧାୟକ ମନୋହର ରନ୍ଧାରୀ

Sunil Chandra Nayak

Leave a Comment

error: Content is protected !!