ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲାଜି ସେଠୀ ଙ୍କ ଗଳ୍ପ ସର୍ତ୍ତର ସମ୍ପର୍କ 

          ସର୍ତ୍ତର ସମ୍ପର୍କ 

                          ବାଲାଜି ସେଠୀ

       ବିଦି ତୁମେ କାନ୍ଦନି,,,,ମୋ ଗେହ୍ଲୀଟା,,,,ମୋ ସୁନାଟା,,,,ମୋ ଫୁଲେଇଟା,,,,ମୋ ମାନିନୀ ପ୍ରିୟା,,,, କାନ୍ଦନି ତୁମେ,,,,ମୁଁ ତୁମ ଠୁଁ ଜମା ଦୂରକୁ ଯାଉନି,,,, ସବୁବେଳେ ମୁଁ ତୁମ ସହିତ ତମ ହୃଦୟରେ ଅଛି ,,,, ତୁମେ ଆଖି ବନ୍ଦ କଲେ ମୋତେ ଅନୁଭବ କରିପାରିବ,,,, ତୁମେ ଆଖି ଖୋଲିଲେ ମୋତେ ଅନ୍ଲାଇନରେ ଦେଖି ପାରିବ,,,,ଆମ ଭିତରେ ଭୌତିକ ଦୂରତ୍ୱ ଥାଇପାରେ ହେଲେ,, ଆତ୍ମାର ,,,! ବିଲକୁଲ ନୁହେଁ,,,,।ତୁମେ ମୋ ହୃଦୟରେ ରକ୍ତ କଣିକା ହେଇ ସାରା ଶରୀରରେ ଚହରି ଯାଇଛ,,,ତୁମଠୁ ଅଲଗା ହେବା କଥା କେମିତି ଭାବି ପାରୁଛ,,,,ବିଦିତାର ଆଖି ଲୁହରେ ଭିଜି ସାରିଥିବା ଆୟୁଷ୍ମାନ୍, ବିଦିତାର ଆଖି ପୋଛି ତା ଲୁହର ବନ୍ୟାକୁ ରୋକିବାକୁ ଚେଷ୍ଟା କରୁଥିଲା,,,,ହେଲେ ସେ ନିରୀହ ଆଖି ଯୋଡିକରେ ଯେମିତି ଶ୍ରାବଣର ଝଡ଼ ଉଠିଛି,ବୋଲ ମାନିବ ବା କେମିତି ! ମୋତେ ନେଇଯାଅ ତୁମ ପାଖକୁ,,,, ତୁମ ବିନା ଗୋଟିଏ ମୁହୂର୍ତ୍ତ ବଞ୍ଚିବା ମୋ ପାଇଁ ସମ୍ଭବ ନୁହେଁ,,,, ଟଙ୍କା, ସୁନା,ଗହଣା,ଷ୍ଟାଟସ ମୋର କିଛି ଦରକାର ନାହିଁ,,,,ମୁଁ କେବେ ଅଭିମାନ କରିବିନି କି ଅଭିଯୋଗ କରିବିନି,,,,ଆଉ ପାରୁନି ଆୟୁ,,,, ଟିକିଏ ବି ଯନ୍ତ୍ରଣା ସହିବାକୁ ମୋର ଆଉ ଶକ୍ତି ନାହିଁ,,,ମୋର ବଳକା ଆୟୁଷ ତକ ତୁମକୁ ଦେଇ ମୋର ଶେଷ ନିଃଶ୍ୱାସ ତୁମ ଛାତି ଉପରେ ଶେଷ ହେଇଯାଉ,,, ମୋ ବଞ୍ଚିବା ପାଇଁ ନିଶ୍ୱାସ ନୁହେଁ,,, ତୁମେ ଦରକାର,,,, ! ଏଇ,,,ତୁମେ ବି କାନ୍ଦୁଛ ଆୟୁ,,,! ତୁମେ କାନ୍ଦନି,,,, ରାତି ସିନା ମୁହଁ ଫୁଲେଇ କାନ୍ଦିପାରେ,,,ହେଲେ ଦିନ କଣ ମୁହଁ ଲୁଚେଇ କାନ୍ଦିବା ଦେଖିଛ,,,! ନଈ ଆଖିର ଲୁହ ସିନା ସାଗରରେ ମିଶାଇପାରେ ,,,ହେଲେ ସାଗର କାନ୍ଦିଲେ,ପ୍ରଳୟ ଆସେ ଆୟୁ,,,,ପୁରୁଷ ଆଖିରେ ଲୁହ ଶୋଭା ପାଏ ନାହିଁ,,,,ତୁମେ କାନ୍ଦନି ଆୟୁ,,,,। ସେଦିନ ବସ୍ ର ଭିଡ଼ ଭିତରେ ଏମିତି ଏମିତି ପରସ୍ପରକୁ ବୁଝେଇ ବୁଝେଇ ଲୁହ ଝରେଇ ଚାଲିଥାନ୍ତି ବନ୍ଧୁତାକୁ ଏକ ନିଆରା ପ୍ରେମରେ ରୂପାୟିତ କରିଥିବା ପ୍ରେମୀ ଯୁଗଳ ବିଦିତା ଆଉ ଆୟୁଷ୍ମାନ୍ । ବସ୍ ରେ ନିଜ ନିଜ ସିଟରୁ ଠିଆ ହୋଇ ନୀରବରେ ଦେଖୁଥିବା ଯାତ୍ରୀମାନଙ୍କ ଆଖି ବି ଛଳ ଛଳ ହେଇଯାଉଥିଲା । ଏଇ ପ୍ରେମୀ ଯୁଗଳଙ୍କ ଦୁଃଖରେ ବସ୍ ଟା ବି ଯେମିତି ତାର ଗତିକୁ ଧୀର ମନ୍ଥର କରିଦେଇଛି !

କେଇ ମିନିଟର ରାସ୍ତା ଯେମିତି ସରୁ ନଥିଲା,,,,।

        ଆୟୁଷ୍ମାନ୍ ଓ ବିଦିତା ଦୁଇ ଜଣଯାକ ଭଲ ଲେଖା ଲେଖି କରନ୍ତି। ଆୟୁଷ୍ମାନ୍ ର ସଂସ୍କାରମୂଳକ କବିତାକୁ ବିଦିତା ଖୁବ ପସନ୍ଦ କରେ,,,,ବିଦିତାର ରୋମାଣ୍ଟିକ ସାମାଜିକ କାହାଣୀ ଓ କବିତାକୁ ଆୟୁଷ୍ମାନ୍ ଉଚ୍ଚ ପ୍ରଶଂସା କରେ,,, ସାମାଜିକ ଗଣମାଧ୍ୟମରେ ଉଭୟେ ଉଭୟଙ୍କ ଲେଖାର ପ୍ରଶଂସକ । କେହି କାହାକୁ ଜାଣି ନ ଥିଲେ କି ଚିହ୍ନି ନ ଥିଲେ କେବଳ ଲେଖା ମାଧ୍ୟମରେ ଉଭୟେ ଉଭୟଙ୍କ ନିକଟତର ହେଉଥିଲେ । ଦୁହେଁ ଦୁହିଁଙ୍କ ପାଇଁ ଅଜଣା ଥିଲେ ବି ଦୁଇ ଜଣଙ୍କ ଭାବନା ଯେମିତି ଏକା ଥିଲା। ଲାଗୁଥିଲା ଦୁହେଁ ପରସ୍ପରକୁ ବହୁତ ଆଗରୁ ଜାଣିଥିଲେ,,,ଜନ୍ମ ଜନ୍ମରୁ,,,। ଆୟୁଷ୍ମାନ୍ ଖୁବ ସଞ୍ଜମୀ,,, ସ୍ୱଳ୍ପଭାଷୀ,,, ମିଷ୍ଟଭାଷୀ,,, ସୁନ୍ଦର ବ୍ୟକ୍ତିତ୍ବର ଅଧିକାରୀ,,, ସମସ୍ତଙ୍କୁ ଆକର୍ଷିତ କରିପାରୁଥିବା ଚରିତ୍ରବାନ ପରୋପକାରୀ ସହୃଦୟ ମଣିଷଟିଏ ,,, । ବିଦିତା ବି କିଛି କମ ଟାଲେନ୍ଟେଡ଼ ନୁହଁ । ସେ ବି ଦେଖିବାକୁ ଖୁବ ସୁନ୍ଦରୀ,,, କୋକିଳକଣ୍ଠୀ,,, ମଧୁରଭାଷିନୀ,,, ବାକ୍ ଚତୁରୀ ,,, ଅସୀମ ଧୈର୍ଯ୍ୟର ଅଧିକାରିଣୀ,,, ସଞ୍ଜମୀ,,, ତା ଆଖିର ଆକର୍ଷଣ ଯେକୌଣସି ଧୈର୍ଯ୍ୟବାନ ପୁରୁଷର ଚରିତ୍ରସ୍ଖଳନ କରେଇବାକୁ ସମର୍ଥ,,, ଆକର୍ଷଣୀୟ ଶାରିରୀକ ଗଢଣ,,, ବିଚକ୍ଷଣା ବୁଦ୍ଧିମତୀ,,, । ତାର ଆଖି ଦୁଇଟି ଆଖି ନୁହେଁ ତ ଯେମିତି ଏକ ଉଚ୍ଚଗୁଣବତ୍ତା ସମ୍ପନ୍ନ କ୍ୟାମେରା । ଥରେ ଯାହା ଦେଖେ ତାହା ବିଦିତାର ମସ୍ତିଷ୍କରେ ଦୀର୍ଘ ଦିନ ଧରି ରହିଯାଏ । ଭୁଲି ପାରେନି ସହଜରେ। ରୂପ,ଗୁଣ ତାର କିଏ ଖୁଣିବ ଯେ,,,!

        ଏ ଦୁନିଆ ବଡ଼ ବିଚିତ୍ର । ଯାର କାନ ଅଛି ତାର ନୋଳି ନାହିଁ,,, ଯାର ନୋଳି ଅଛି ତାର କାନ ନାହିଁ,,,। ଯିଏ ଯେତେ ବଡ଼ ଧନୀ ହେଉ କି ମାନୀ ହେଉ ତାର କିଛି ନା କିଛି ଅଭାବ ବୋଧ ରହିଯାଏ,,, ଏଇଠି ମୁଁ କୋଉ ନିଷ୍ଠାପର ସାଧୁ ସନ୍ଥ କଥା କହୁନି,,, ମୁଁ କହୁଛି ବିଦିତାର କଥା,,, । ବିଦିତା ବିବାହିତା। କଣ ନାହିଁ ତାର,,, !ସ୍ୱାମୀ,ଶାଶୁ,ଶ୍ୱଶୁର,ପୁଅ,,, ଘର, ଜମି ,,,। ବାପ ଘରେ ଅତି ଅଲିଅଳିରେ ବଢିଥିଲା,,, ବାପାଙ୍କ ପ୍ରତିଷ୍ଠା,,, ସମ୍ମାନ ,,, ପ୍ରତିପତି,,, ଭାଇମାନଙ୍କ ସ୍ନେହ, ଆଦର, ଦାୟିତ୍ୱ,,, ସବୁ ଯେମିତି ତା ପାଇଁ ସ୍ୱର୍ଗର ଅଳକାପୁରି ଥିଲା,,, । ମାଆ କହୁଥିଲେ,,, ତୁ ଲେଖାଲେଖି କରୁଛୁ,,, ତୁ ବାହା ହେଇଗଲେ ତୋ ଶାଶୁଘର ଲୋକ କେମିତି ଗ୍ରହଣ କରିବେ କେଜାଣି,,,! ତୋତେ ଭୁଲ ବୁଝି ପାରନ୍ତି,,, କେବେ ଯଦି ଦରକାର ପଡେ ତାହେଲେ ତୁ ଲେଖାଲେଖି ଛାଡ଼ିଦେବୁ,,, । ସେଦିନ ବିଦିତା ମାଆକୁ ବୁଝେଇ ଦେଇଥିଲା,,, ବୋଉ,,! ଆଜିକା ଦିନରେ କିଏ ମୁର୍ଖ ହେଇଛି କହିଲୁ,,,,ମୁଁ ଯାହାକୁ ବାହା ହେବି,,ସେ ମୋତେ ବୁଝି ପାରୁଥିବ,,, ମୋ ଲେଖାକୁ ସମ୍ମାନ କରୁଥିବ,,, ମୋତେ ବହୁତ ଭଲ ପାଉଥିବ,,, ।ବାପାଙ୍କୁ ଦେଖିଲୁ,,, ବାପା କବିତା ଭଲ ଲେଖାଲେଖି କରନ୍ତି ଆଉ ଗୀତ ଗାଆନ୍ତି ବୋଲି କେତେ ସମ୍ମାନ ପାଉଛନ୍ତି,,, କେତେ ଲୋକ ତାଙ୍କ ପାଖକୁ ଆସୁଛନ୍ତି,,, ପରାମର୍ଶ ନେଉଛନ୍ତି,,, କେତେ ପ୍ରତିଭାକୁ ଠିକ୍ ରୂପରେଖ ଦେଇ ଜାଜ୍ଜୁଲ୍ୟମାନ କରି ସମାଜରେ ପ୍ରତିଷ୍ଠିତ କରେଇଛନ୍ତି,,, ବାପା ତ ମୋର ପ୍ରେରଣାର ଉତ୍ସ ,,, ତାଙ୍କ ଝିଅ ମୁଁ,,, ହାରିବା ଶିଖିନି,,, ଯିଏ ମୋ ରୂପକୁ ନୁହେଁ ମୋ ଗୁଣ ଓ ପ୍ରତିଭାକୁ ଭଲ ପାଇବ,,ମୁଁ ତାର ହେବି,ତାକୁ ବାହା ହେବି,,,। ସବୁ ପରିସ୍ଥିତିକୁ ଅତି ସହଜରେ ସରଳ, ସାବଲୀଳ, ହାଲକା ଓ ସ୍ୱାଭାବିକ କରିପାରିବାର କଳା ବିଦିତାକୁ ବେସ୍ ଭଲ ଭାବରେ ଜଣା,,,। ତଥାପି ତା ଶାଶୁଘରେ ତା ଭାଗ୍ୟ ଭବିଷ୍ୟତ ଯେମିତି ଅନିଶ୍ଚିତ ଅନ୍ଧାରୀ ବଳୟ ଭିତରକୁ ଠେଲି ହୋଇ ଯାଇଛି,,,,। ସେ ପରିବାରରେ ଜଣେ ବି କେହି ଏମିତି ବ୍ୟକ୍ତି ନାହିଁ ଯିଏ କି ତାକୁ ବୁଝି ପାରିବ,,,। ଯାହାକୁ ସିଏ ଇହ ପର କାଳର ଦେବତା ମାନି ମଥାରେ ସୁନ୍ଦର କରି ପିନ୍ଧିଲା,ସିଏ ଗୋଟେ ପୋଡା ଅଙ୍ଗାର ଠୁଁ ବଳିଗଲା,,, ମଦ୍ୟପ, ଲମ୍ପଟ ସ୍ୱାମୀର ନିର୍ଯ୍ୟାତନାରେ ଅତିଷ୍ଠ ହେଇ ଗଲାଣି ବିଦିତା,,, ଆଉ ରହିଲେ,, ଶାଶୁ,ଶଶୁର, ନଣନ୍ଦ, ଦିଅର,,, ଏଇମାନେ ହେଲେ ଜଣେ ଜଣେ ଖଜୁରୀ ଗଛର ଗଣ୍ଡି ପାହଚ,,, ।ଧୂଳିସାତ ହେଇଗଲା ବିଦିତାର ସ୍ୱପ୍ନ,,, ପାଉଁଶ ହୋଇଗଲା ବର୍ଷ ବର୍ଷ ର ତପସ୍ୟାର ଫଳ,,, ଉଆଁସୀ ରାତିର କବର ତଳେ ଚାପି ହୋଇଗଲା ସାରସ୍ୱତ ସାଧନାର ଝୁଙ୍କ,,, ।

        ଗଡି ଚାଲିଛି ସମୟ,,,ବଦଳିଯାଇଛି ପରିସ୍ଥିତି,,,,। ନିଜେ ଅକଥନୀୟ ଜୀବନ ଯନ୍ତ୍ରଣାକୁ ଅଧରପଣା ଭାବି ପିଇ ପିଇ ପୁଅ ସମ୍ବିତକୁ ପାଠ ପଢ଼ାଉଛି,,, ସେ ଏବେ ସ୍ପୋର୍ଟସ କୋଟାରେ ହଷ୍ଟେଲରେ ରହି କଲେଜରେ ପଢୁଛି,,, । ସମସ୍ୟାକୁ ନିଜ ଆୟତକୁ ଆଣି ସେହି ଜଟିଳ ପରିସ୍ଥିତିରୁ ନିଜ ପାଇଁ ସୁଯୋଗ ସୃଷ୍ଟି କରିବା ବୁଦ୍ଧିମାନର କାମ,,,। ବିଦିତା ଚାହିଁଥିଲେ ନିଜକୁ ସୁରଭିତ ପୁଷ୍ପ କରି ବଜାରରେ ବିକ୍ରି କରି ଢେର ରୋଜଗାର କରି ପରିଥାନ୍ତା,,, ସେଥିପାଇଁ ତା ପାଖରେ ପ୍ରଚୁର ସୁଯୋଗ ବି ଥିଲା,,, କାରଣ ତା ସ୍ୱାମୀ ଜଣେ ପଳାତକ,,, ତା ଫେରିବାର ସବୁ ରାସ୍ତା ବନ୍ଦ କରି ନିଜେ ପଳାୟନପନ୍ଥୀ ସାଜିଛି,,, । ଶାଶୁ, ଶଶୁର ଦୁଇଜଣ ନିଜ କଲା କର୍ମର ଫଳ ଭୋଗୁଛନ୍ତି,,, ବାରଦ୍ୱାର ହେଇ ବୁଲୁଛନ୍ତି,,, ଦିଅର ,ନିଜ ପରିବାର ସହିତ ନିଜ ବାଟ ବାଛି ସାରିଛି,,, । ତଥାପି ବିଦିତା ନିଜ ଚରିତ୍ରରେ ଧୂଳି ଲାଗିବାକୁ ଦେଇନି,,,।

        ଆୟୁଷ୍ମାନ୍,,, ସେ ଜଣେ ସ୍ନେହ କାଙ୍ଗାଳ ମଣିଷ।ସ୍ନେହରେ ଆହା ପଦେ ଶୁଣିବା ପାଇଁ ସେ ଦୀର୍ଘ ଚାଳିଶି ବର୍ଷ ହେଲା ଅପେକ୍ଷା କରିଛି । ରାସ୍ତା କଡରୁ ତା ଜୀବନର ଉନ୍ମେଷ ହେଇଥିଲା,,,, ସେଥିପାଇଁ ରାସ୍ତା କଡର ମଣିଷ ମାନଙ୍କ ପାଇଁ ତା ପ୍ରାଣ ସବୁବେଳେ କାନ୍ଦିଉଠେ,,,। ଆୟୁଷ୍ମାନ୍ ଜଣେ ଅନାଥ । ଅନଥାଶ୍ରମରେ ସେ ଅନ୍ୟର ହାତ ଟେକାରେ ପ୍ରତିପାଳିତ ହେଇ ବଡ଼ ହେଇଛି,,,। ନିଜ ଅଧ୍ୟୟନ ଓ ଅଧ୍ୟବସାୟ ବଳରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଦପ୍ତରରେ ସେ ଜଣେ ପଦସ୍ଥ କର୍ମଚାରୀ,,,। ଅଫିସ କାମରେ ନିଜକୁ ବ୍ୟସ୍ତ ରଖେ ଆୟୁଷ୍ମାନ୍,,, ସମୟ ପାଇଲେ ନିଜକୁ ସାହିତ୍ୟ ଭିତରେ ହଜେଇ ଦିଏ,,,ତାର ଆଖି ସାମ୍ନାରେ ଆସୁଥିବା ଚରିତ୍ରମାନଙ୍କୁ ନେଇ ତାର ଲେଖନୀ ଚଳଚଞ୍ଚଳ ହୋଇପଡେ,,, ତାଙ୍କ ଜୀବନୀ ଉପରେ ସମାଜ ସଂସ୍କାରଧର୍ମୀ କବିତା ଓ ପ୍ରବନ୍ଧ ବିଭିନ୍ନ ପତ୍ରପତ୍ରିକା, ମାଗାଜିନ, ଖବରକାଗଜ ଏବଂ ସାମାଜିକ ଗଣମାଧ୍ୟମରେ ଆଦୃତ ହୋଇ ଆସୁଛି,,, ଯାହା ପାଇଁ ସେ ଆଜି ଅନେକ ଗୁଡିଏ ସାହିତ୍ୟ ଅନୁଷ୍ଠାନରେ ସଫଳ ସ୍ରଷ୍ଟା ଭାବରେ ନିଜର ପରିଚୟ ସୃଷ୍ଟି କରି ପାରିଛି,,, ପ୍ରତି ମାସର ଶେଷ ରବିବାର ଦିନ ସେ କୌଣସି ଅନାଥାଶ୍ରମ କିମ୍ବା କୋଉ ଜରାଶ୍ରମ ଯାଇ ଅନାଥ ଶିଶୁ ବା ଅସହାୟ ବୃଦ୍ଧ ମଣିଷ ମାନଙ୍କୁ ସାକ୍ଷାତ କରେ ,,, ସୁଖ ଦୁଃଖ ବାଣ୍ଟେ ,,, ଯଥାସାଧ୍ୟ ସାହାଯ୍ୟ କରେ,,, ସେଇମାନଙ୍କ ଭିତରେ ନିଜକୁ ହଜେଇ ଦେଇ ପୁଣି ସେଇମାନଙ୍କ ଭିତରେ ନିଜକୁ ଖୋଜେ,,, । ଯୌବନର ଅପରାହ୍ନରେ ପଦାର୍ପଣ କରିଥିବା ଆୟୁଷ୍ମାନ୍ ବିବାହ ବନ୍ଧନ ଠାରୁ ନିଜକୁ ମୁକ୍ତ ରଖିବାକୁ ଚାହିଁ ଆସିଛି,,,। ଥରେ ସେ କାହାକୁ ମନ ଦେଇଥିଲା ,,,ପ୍ରେମ କରିଥିଲା,,, ତା ପାଇଁ ତ୍ୟାଗ ବି କରିଥିଲା,,,କିନ୍ତୁ,,, ତାର ପରିଚୟ କଣ ଏ ସମାଜରେ,,,?? କାହିଁକି ତାକୁ କିଏ ଆପଣାର କରିନେବ,,,?? କୋଉ ବାପା କାହିଁକି ଗୋଟିଏ ଜାତି-ଗୋତ୍ରହୀନ ଅନାଥ ହାତରେ ତା କନ୍ୟାକୁ ଟେକିଦେବ,,,??? ତଥାପି ସେ ଭଲପାଏ ଏ ସମାଜକୁ,,, ବିଶ୍ୱାସ କରେ ସମସ୍ତଙ୍କୁ,,, ସିଏ ସେହି ମାନଙ୍କୁ ଘୃଣା କରେ ଯେଉଁମାନେ ପବିତ୍ର ପ୍ରେମ ରୁ ପାପ ସୃଷ୍ଟି କରନ୍ତି,,, କିନ୍ତୁ ପ୍ରେମକୁ ନୁହେଁ,,, ।

        ବିଦିତା ଭଲ ଲାଗିଛି ଆୟୁଷ୍ମାନ୍ କୁ,,, ଦୁଇଜଣଙ୍କ ବନ୍ଧୁତା ଗାଢ଼ ରୁ ଗାଢତର ହୋଇଛି,,, ମୋବାଇଲ ଫୋନରେ ପ୍ରତିଦିନ ପରସ୍ପର କଥା ହୁଅନ୍ତି,,, ପ୍ରତିଥର କଥାବାର୍ତ୍ତାରେ କିଛି ନୂତନତା ଥିଲା,,ଯାହା ଏକ ଅଦୃଶ୍ୟ ଶକ୍ତି ଦ୍ୱାରା ଦୁହେଁ ପରସ୍ପର ପ୍ରତି ଆକର୍ଷିତ ହେଇ ଯାଉଥିଲେ,,, କିନ୍ତୁ କେହି କାହାରିକୁ ପ୍ରୀତି ସମ୍ଭାଷଣ କରୁବାକୁ ସାହସ କରି ପାରୁ ନଥିଲେ,,, ଯେ କୌଣସି ସମ୍ପର୍କର ଡୋରିରେ ବାନ୍ଧି ହେଇ ଯିବାକୁ ଚାହୁଁଥିଲେ,,, କିନ୍ତୁ, କାଳେ ଏ ବୟସରେ କିଛି ଭୁଲ ହେଇଯିବ,,, ବନ୍ଧୁତ୍ବର ସମ୍ପର୍କରେ କାଳେ ଗ୍ରହଣ ଲାଗିଯିବ,,, ଅଭଦ୍ରାମି ହେଇଯିବ,,, ଦୁହିଁଙ୍କ ମନରେ ଏକା ଭୟ ଥିଲା ଯେ କେହି କାହାରିକୁ ହରେଇବାକୁ ଚାହୁଁ ନଥିଲେ,,,।

       ରାଜଧାନୀର ଉପକଣ୍ଠରେ ଏକ ତିନି ଦିନିଆ ରାଜ୍ୟ ସ୍ତରୀୟ ସାରସ୍ୱତ ସମାରୋହରେ ଆୟୁଷ୍ମାନ୍ ର ଅନୁରୋଧ ରକ୍ଷାକରି ନିଜର ଅନାଲୋଚିତ ଅସୁସ୍ଥତାକୁ ଲୁଚାଇ ବିଦିତା ଆସିଥିଲା ପ୍ରଥମ ଥର,,ନିଜର ପ୍ରତିଭାକୁ ପ୍ରଦର୍ଶନ କରିବାକୁ ।ବାସ୍ତବରେ,,, ଆୟୁଷ୍ମାନ୍ କୁ ଭେଟିବାର ନାହିଁନଥିବା ଆକର୍ଷଣରେ ସେଦିନ ଧାଇଁ ଆସିଥିଲା ବିଦିତା,,, ତା ଛାତି ତଳେ ଉଙ୍କି ମାରୁଥିବା ମନ ଗହନର ଅକୁହା କଥା ଆୟୁଷ୍ମାନ୍ ର କାନରେ ଚୁପ୍ ଚାପ୍ କହିଦେବାକୁ,,,ହୁଏତ ଆଉ ଏମିତିକା ସୁଯୋଗ କେବେ ମିଳି ନପାରେ,,,। ବିଦିତା ଆଉ ଅୟୁଷ୍ମାନ୍ ପରସ୍ପର ପ୍ରଥମଥରର ସାକ୍ଷାତ,,, ବିଦିତା ଚାହୁଁଥିଲା ସାହାରା,,, ଅୟୁଷ୍ମାନ୍ ଖୋଜୁଥିଲା ଟିକିଏ ସ୍ନେହ,,, ବାସ୍,,,,

       ପୁରୁଷ ଓ ମହିଳା ମାନଙ୍କ ପାଇଁ ରହିବା, ଖାଇବାର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଇଚ୍ଛା ନଥିଲେ ବି ଦୁଇ ଜଣ ନିଜ ପାଇଁ ଉଦ୍ଧିଷ୍ଟ କକ୍ଷରେ ରାତିରେ ଶୋଇଥିଲେ,,, ହେଲେ ପ୍ରେମକୁ ପାଖରେ ପାଇ ବି ପାଇ ନ ପାରିବାର ଦୁଃଖ ଓ ଗ୍ଲାନିରେ ରାତିସାରା ଉଭୟେ ସନ୍ତୁଳି ହେଉଥିଲେ,,,। ସମାରୋହର ଅନ୍ତିମ ଦିନର ସୁନ୍ଦର ସକାଳରେ ବଗିଚାର ରମଣୀୟ ପରିବେଶରେ ଦୁହେଁ ନିରୋଳାରେ ବସି ଅନେକ ସମୟ ଯାଏଁ ଗପିଲେ,,, ବିଦିତା ନିଜ ମନ କଥା ସେଦିନ କହିଥିଲା ଆୟୁଷ୍ମାନ୍ ଆଗରେ,,, ଅୟୁଷ୍ମାନ୍ ଯେମିତି ଏ ପଦେ କଥା ବିଦିତା ମୁହଁରୁ ଶୁଣିବ ବୋଲି ଅନେକ ସମୟରୁ ଅପେକ୍ଷା କରିଥଲା,,, ଦୁହିଁଙ୍କ ତନ ମନରେ ନୂଆ ଉନ୍ମାଦନା ଖେଳିଗଲା,,, ବନ୍ଧୁତ୍ବର ସମ୍ପର୍କ ରୂପାନ୍ତରିତ ହେଇଗଲା ପ୍ରେମରେ,,, ଦୁଇ ଜଣଙ୍କ ଆଖିରେ ଆନନ୍ଦର ଅଶ୍ରୁ,,, ବିଦିତା ଅୟୁଷ୍ମାନ୍ ର କାନ୍ଧରେ ମୁଣ୍ଡ ରଖି ତାର ଯନ୍ତ୍ରଣାସିକ୍ତ ମୂର୍ଦାର ଅତୀତକୁ କବର ଦେଉଥିଲା,,, ଅୟୁଷ୍ମାନ୍, ବିଦିତାକୁ ନିଜ ଆଡକୁ ଟାଣି ନେଇ ଶାଶ୍ୱତ ପ୍ରେମର ମହାମନ୍ତ୍ରରେ ଅଭିମନ୍ତ୍ରିତ କରି ବିଦିତାର ପ୍ରତ୍ୟେକ ପ୍ରାଣ କୋଶିକାରେ ଅୟୁଷ୍ମାନ୍ ନିଜ ନାଁକୁ ଅଭିଷିକ୍ତ କରୁଥିଲା,,, । ନା,, ନା,, ଦୈହିକ ଆକର୍ଷଣରେ ନୁହେଁ କି ସ୍ପର୍ଶର ଶିହରଣରେ ନୁହେଁ,,, ଥିଲା ସ୍ନେହ ଶ୍ରଦ୍ଧା ଭଲପାଇବାର ସର୍ତ୍ତମୂଳକ ଅନୁଶୀଳନ । ସବୁ ଥାଇ ବି ବିଦିତା ଆଜି ଶୂନ୍ୟ ହସ୍ତା,,, ଅୟୁଷ୍ମାନ୍ ଅନାଥ ହୋଇ ବି ବିଦିତାର ସ୍ନେହ,ପ୍ରେମ ଓ ଅନ୍ତରିକତା ରେ ପୂର୍ଣ୍ଣତା ପ୍ରାପ୍ତି କରିଛି,,, ସେ ମମତାମାୟୀ ପ୍ରେମିକା ଭାବରେ ବିଦିତା ଭଳି ଅନନ୍ୟା ପ୍ରେମିକାକୁ ପାଇଛି,,, ବିଦିତା ବି ଅୟୁଷ୍ମାନ୍ କୁ ତା ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଦେଇଛି,,,ସବୁଠାରୁ ଉଚ୍ଚରେ,,, ସବୁ ସମ୍ପର୍କର ଉର୍ଦ୍ଧ୍ବରେ ।

       ଆଜି ତ ଫେରିଯିବେ ସମସ୍ତେ ,,, ବିଦିତା ବି ,,, ଅୟୁଷ୍ମାନ୍ ବି ,,, ହେଲେ ସ୍ମୃତି ସବୁ ରହିଯିବ ହୃଦୟରେ ସବୁଦିନ ପାଇଁ,,, ପ୍ରତିଶ୍ରୁତିରେ ବାନ୍ଧି ହେବ ଦୁଇଟି ହୃଦୟ,,, ନୂଆ ସମ୍ପର୍କରେ ଯୋଡି ହେବ ଯୋଡିଏ ନିଡ଼ହରା ମନ,,, । ଗୋଟିଏ ଆକାଶରେ ଦୁଇଟି ସୂର୍ଯ୍ୟ ତ କସ୍ମିନ୍ କାଳେ ରହି ପାରିବେ ନାହିଁ,,,। ଅୟୁଷ୍ମାନ୍, ନୀତି ଆଦର୍ଶ ଓ କର୍ତ୍ତବ୍ୟର ନିରବଚ୍ଛିନ୍ନ ଅନୁରକ୍ତ ଅନୁବନ୍ଧିତ ମହାଦୀପଟିଏ,,, ଯିଏ ନିଜକୁ ଜାଳିବାର ଅବ୍ୟାହତ ରଖି ମଙ୍ଗଳ ମନାସି ଅନ୍ୟର ଜୀବନକୁ ଆଲୋକିତ କରି ଆତ୍ମସନ୍ତୋଷ ଲାଭ କରି ଆସିଛି,,, । ଆୟୁଷ୍ମାନ୍ ଚାହୁଁଥିଲା ବିଦିତାକୁ ସବୁଦିନ ପାଇଁ ନିଜର କରିବାଜୁ,,,କିନ୍ତୁ ଅବୈଧ ଭାବରେ ନୁହେଁ,,,।ଆୟୁଷ୍ମାନ୍ ର ଶାଶ୍ୱତ,ସରଳ, ନିରାଡ଼ମ୍ବର ଓ ନିଷ୍କପଟ ପ୍ରେମର ଉପହାର ଦେବାକୁ ବିଦିତା ଅସମର୍ଥ,, ସେ ଆଜି ଶୂନ୍ୟହସ୍ତା,,, ଯାହା ଗୋଟିଏ ନାରୀର ସବୁଠାରୁ ମୂଲ୍ୟବାନ ସମ୍ପତ୍ତି ତାହା ଆଜି ତା ପାଖରେ ନାହିଁ,,, କେବଳ ଅଛି ଅଭିଶପ୍ତ ଅହଲ୍ୟା ପରି ତାର ଏଇ ପାଷାଣୀ ଦେହଟା,, ପକ୍ଷଚ୍ୟୁତ ପତଙ୍ଗ ପରି ଜଳି ଯାଉଛି ବିଦିତା,,, ଅବଦମିତ ଜ୍ୱାଳାରେ ଜଳି ଜଳି ନିଃଶେଷ ହେଇଯିବ ପଛେ,, ଏଇ ଅଇଁଠା ଫୁଲକୁ ଦେବତାଙ୍କ ପାଦ ତଳେ କଦାପି ଥୋଇ ପାରିବନି ସିଏ,,, ଏଇ ଜନ୍ମ ପାଇଁ ଏଇ ସମ୍ପର୍କ, ପୂଜା ଆଉ ଫୁଲର,,, ଚକ୍ଷୁ ଆଉ ଜ୍ୟୋତିର,,, ଧୂପ ଆଉ ବାସ୍ନାର ,,, ଏ ସମ୍ପର୍କ ଏମିତି ଏକ ସମ୍ପର୍କ ଯାହା ନିଜଠୁ ବି ଆହୁରି ନିଜର,,, ହାତ ପାଆନ୍ତାରେ ପାଇ ବି ଧରି ନ ପରିବାର,,,ଅତି ନିକଟରୁ ଛୁଇଁକି ବି ଛୁଇଁ ନପାରିବାର,,, ଏ ସମ୍ପର୍କର ଶିକୁଳି ଏତେ ମଜବୁତ ହେଇ ସାରିଛି ଯେ ପ୍ରେମପକ୍ଷୀ ଦୁଇଟି ଆଉ ମୁକ୍ତ ହେବାକୁ ଚାହୁଁନାହାନ୍ତି । ଏହି “ସର୍ତ୍ତର ସମ୍ପର୍କ” ନିକଟରେ ବିଦିତା ଆଉ ଅୟୁଷ୍ମାନ୍ ନିଜକୁ ଆତ୍ମସମର୍ପଣ କରି ଦେଇଛନ୍ତି,,, ପ୍ରତୀକ୍ଷା,,, ଆଉ ଗୋଟିଏ….

ଚିତ୍ରକୋଣ୍ଡା, ମାଲକାନଗିରି

Related posts

ଇମାନୁଏଲ ପବ୍ଲିକ ରାସ୍ତା ଶୋଚନୀୟ ମରାମତି ଦାବି

Sunil Chandra Nayak

ରେଙ୍ଗାଳି କଲୋନୀ ଅଙ୍ଗନୱାଡି କେନ୍ଦ୍ର ରେ ମନମୁଖୀ ଶାସନ 

Sunil Chandra Nayak

ଦୁଇ ଟ୍ରକ ମଧ୍ୟରେ ଧକ୍କା, ଜଣେ ଗୁରୁତର

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort