କଣ୍ଟାବାଞ୍ଜି -: ଆଜି କଣ୍ଟାବାଞ୍ଜି ଓଁକାରମଲ ଭବନଠାରେ ସିନ୍ଧେକେଲା ନିବାସୀ ଶ୍ରୀ ଯୁକ୍ତ ସୁଦର୍ଶନ ଜୈନଙ୍କ ସହିତ ଶ୍ରୀମତି ପୁଷ୍ପାଦେବୀ ଜୈନଙ୍କ ପଚିଶତମ ବିବାହ ମହୋତ୍ସବ ପାଳିତ ହୋଇ ଯାଇଛି l ଗତ 1997ମସିହା ଜୁଲାଇ 14 ତାରିଖରେ ସିନ୍ଧେକେଲା ନିବାସୀ ଶ୍ରୀ ଯୁକ୍ତ ହେମରାଜ ଜୈନଙ୍କ ଜ୍ୟେଷ୍ଠପୁତ୍ର ଶ୍ରୀ ଯୁକ୍ତ ସୁଦର୍ଶନ ଜୈନଙ୍କ ସହ ନୂଆପଡା ବୋଡେନ ଜୟକିସାନ ଦାସଙ୍କ ତୃତୀୟ ପୁତ୍ରୀ ଶ୍ରୀମତି ପୁଷ୍ପାଦେବୀଙ୍କ ସହିତ ପାରମ୍ପରିକ ରୀତି ନୀତି ଅନୁଯାୟୀ ଭଗବାନ ମହାବୀର ଜୈନଙ୍କୁ ସାକ୍ଷୀ ରଖି ବିବାହ ହୋଇଥିଲା l ଆଜିକୁ ପ୍ରାୟ ପଚିଶ ବର୍ଷ ସମ୍ପୂର୍ଣ୍ଣ ହୋଇଯାଇ ଥିବାବେଳେ ତାଙ୍କ ଔରସରୁ ଆୟୁଷ ଜୈନ ନାମରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇ ଭଗବାନଙ୍କ କୃପାରୁ ସୁଖ ଶାନ୍ତିରେ ଜୀବନ ଅତିବାହିତ କରିଆସୁଛନ୍ତି l ଏହି ମହୋତ୍ସବରେ ତାଙ୍କ ପିତା ଶ୍ରୀଯୁକ୍ତ ହେମରାଜ ଜୈନଙ୍କ ସହିତ ତାଙ୍କ ସମସ୍ତ ଭାଇ, ବଧୂ ତଥା ଶ୍ରୀ ମତିଙ୍କ ଭାଇ, ଭଉଣୀ ଓ ପରିବାର ସମସ୍ତ ସଦସ୍ୟ ଏବଂ କଳାହାଣ୍ଡି, ବଲାଙ୍ଗୀର, ନୂଆପଡା ଜିଲ୍ଲାର ବନ୍ଧୁବାନ୍ଧବ, ମାନ୍ୟଗଣ୍ୟ ବ୍ୟକ୍ତି ଓ ମହିଳା ଉପସ୍ଥିତ ଥିଲେ l ଏହି ମହୋତ୍ସବରେ ବାଜା, ରସୋଣୀ, ସାଜସଜା ସହ ପୂର୍ବ ପାରମ୍ପରିକ ଅନୁଯାୟୀ ଫୁଲ ମାଲ ଅର୍ପଣ କରି ପଚିଶତମ ବିବାହ ମହୋତ୍ସବ ବା ସିଲ୍ ଭର ଯୁଗଲି ନିରାଡ଼ମ୍ବର ଭାବରେ ପାଳିତ ହୋଇ ଯାଇଛି l