ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାସ୍ତା ଉପରେ ରେ ଆଣ୍ଠୁଏ ପାଣି 

କୋଷାଗୁମୁଡା ୧୫|୦୭| ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଳକ ଅନ୍ତର୍ଗତ ବାମୁଣୀ ପଞ୍ଚାୟତ ର କେରଲା ଗ୍ରାମ ରେ ଅଳ୍ପ ବର୍ଷା ରେ ରାସ୍ତା ରେ ଆଣ୍ଠୁଏ ପାଣି ଜମୁଛି I ସେ ବର୍ଷା ପାଣି ଘର ଭିତରକୁ ପ୍ରବେଶ କରିଛି l ଫଳରେ ଗ୍ରାମର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ବର୍ଷା ରେ ଖ୍ରୀଷ୍ଟିୟାନ ସାହି ର ରାସ୍ତା ଉପରେ ଆଣ୍ଠୁଏ ପାଣି ବୋହି ଯାଉଛି l ସେହି ରାସ୍ତା ରେ ଡ୍ରେନ୍ ର କୌଣସି ବ୍ୟବସ୍ଥା କରାଯାଉନାହିଁ I ରାସ୍ତା ଉଚ୍ଚତା କରିଥିଲେ ଏହିପରି ଅବସ୍ଥା ହେଇ ନ ଥାନ୍ତl ବୋଲି ଖ୍ରୀଷ୍ଟିୟାନ ସାହି ର ଲୁଲୁ, ଆଲୋକ, ମଙ୍ଗଲ ଦାନ,ଲଳିତ ଓ ସାହି ବାସିନ୍ଦା ଅଭିଯୋଗ କରିଛନ୍ତି I ଏଣୁ ବର୍ଷl ପାଣି ଯିବା ପାଇଁ କୌଣସି ବ୍ୟବସ୍ଥା କରାଯାଉନାହିଁ I ବର୍ତ୍ତମାନ ବର୍ଷl ଆରମ୍ଭ ହୋଇଛି l ଆଗକୁ ଅଧିକ ବର୍ଷl ହେଲେ କଣ କରିବେ ସେ ନେଇ ଚିନ୍ତାରେ ଅଛନ୍ତି ଖ୍ରୀଷ୍ଟିୟାନ ସାହି ବାସିନ୍ଦା I ତୁରନ୍ତ ସମସ୍ୟା ର ସମାଧାନ କରିବା ପାଇଁ ଦାବି ଜଣାଇଛନ୍ତି l

କୋଷାଗୁମୁଡା ରୁ ମହେନ୍ଦ୍ର ବିଶୋଇ ଙ୍କ ରିପୋର୍ଟ

Related posts

କେତେବେଳେ ହନୁମାନ ତୁଳସୀ ଦାସଙ୍କ ସମ୍ମୁଖରେ ପ୍ରକଟ ହେଲେ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଶ୍ରାବଣୀ

Sunil Chandra Nayak

ବିଜେପି ରୁପ୍ରା ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!