ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବର୍ଷା ହେଲେ ବିଦ୍ୟାଳୟ ପରିଶର ହୁଏ କୁତ୍ରିମ ପୋଖରୀ

ବ୍ଲକ ଭିତରେ ବିଦ୍ୟାଳୟ ଥାଇ ବ୍ଲକ ପ୍ରଶାସନ ନୀରବ

ଡାବୁଗାଁ, ୧୫/୭ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ମହକୁମାରେ ବ୍ଲକ କଲୋନୀ ରେ କୋମଳ ମତି ଛାତ୍ର ଓ ଛାତ୍ରୀମାନେ ବର୍ଷା ଦିନେ ବିଦ୍ୟା ଅଧ୍ୟୟନ ରେ ଘୋର ଅନ୍ତରାୟ ସ୍ରୁଷ୍ଟି ହେଉଥିବା ବେଳେ ଉକ୍ତ ବିଦ୍ୟାଳୟ ଦୁଇ ପାର୍ଶ୍ଵରେ ବ୍ଲକ କାର୍ଜ୍ୟାଳୟ ଓ ଗୋଷ୍ଟି ଶିକ୍ଷା ଅଧିକାରୀ ଙ୍କ କାର୍ଜ୍ୟାଳୟ ,ପାଖକୁ ରହିଛି ବ୍ଲକ କଲୋନୀ ରହିଛି। ହେଲେ ଉକ୍ତ ବିଦ୍ୟାଳୟ ଉପରେ ବ୍ଲକ ପ୍ରଶାସନ ର କି ଗୋଷ୍ଟି ଶିକ୍ଷା ଅଧିକାରୀ ଙ୍କ ଦ୍ରୁଷ୍ଟି ପଡୁ ନ ଥିବାରୁ ଅଭିଭାବକ ମହଲରେ ଘୋର ଅସନ୍ତୋଷ ଦେଖାଦେଇଛି।ବର୍ଷା ହେଲେ ଏହି ବିଦ୍ୟାଳୟ ପରିସରରେ ସ୍ରୁଷ୍ଟି ହୋଇଥାଏ କୁତ୍ରିମ ପୋଖରୀ।ସେହି ପାଣି ଭିତରେ ପଶି ପ୍ରଥମ ରୁ ପଞ୍ଚମ ଏପରି ମୋଟ୍ ୧୦୫ ଜଣ ଛାତ୍ର ଛାତ୍ରୀ ବିଦ୍ୟାଳୟ ଶ୍ରେଣୀ ଗ୍ରୁହକୁ ଓଦା ଗୋଡରେ ଯାଇ ବସି ବିଦ୍ୟା ଅଧ୍ୟୟନ କରି ଥାଆନ୍ତି।ଓଦା ହେଲେ ଥଣ୍ତା ଜର ସହ ଦେହ ଖରାପ ହେବାର ସମ୍ଭାବନା ରହିଛି।ହେଲେ ୧୦୫ ପିଲାଙ୍କ ପାଇଁ ୨ଜଣ ଶିକ୍ଷକ। ଜଣେ ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋତ୍ସ୍ନା ରାଣୀ ପରିଡା ଓ ଅନ୍ୟ ଜଣେ ସହକାରୀ ଶିକ୍ଷକ ଲକ୍ଷ୍ମୀକାନ୍ତ ନିହାଲ। ବିଦ୍ୟାଳୟ ପାଖରେ ଶିକ୍ଷା ବିଭାଗ ଅଧିକାରୀ ଓ ବ୍ଲକ ଅଧିକାରୀ ଥାଇ ଏପରି ଅବବ୍ୟସ୍ଥା ପାଇଁ କୋମଳମତୀ ଶିଶୁ ମାନଙ୍କ ଦେହ ଖରାପ ହେଲେ ଦାୟୀ ହେବ କିଏ ?ବୋଲି ସବୁରି ମହଲରେ ଆଲୋଚନା ହେଉଛି।ଏହି ସମସ୍ୟା ଦୀର୍ଘ ଦିନରୁ ହୋଇ ଆଶୁ ଥିଲେ ହେ ଗଣ ମାଧ୍ୟମ ରେ ପ୍ରକାଶିତ ହେବାପରେ ମଝିରେ ମାଟିପକାଇ ଥିଲେ।ଏବେ ବର୍ଷା ଜଳ ଜମିବା ସହ ବିଦ୍ୟାଳୟ ଗ୍ରୁହରେ ପାଣି ପଶୁଛି।ବର୍ଷା ଦିନ ଆଗରୁ ପରିସ୍ତିତି ଉପୁଜି ନ ଥାନ୍ତା।ବିଦ୍ୟାଳୟ ର କୋମଳମତୀ ଛାତ୍ର ଛାତ୍ରୀ ମାନଙ୍କ ଦୁଖ କେବେ ଦୁର ହେବ ଦେଖିବାକୁ ବାକି ରହିଲା।ସରକାର ଶିକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ହେ ଉକ୍ତ ବିଦ୍ୟାଳୟରେ ସରକାର ଙ୍କ ଜୋଜନା ଫେଲ୍ ମାରିଛି।ଏଣୁ ପ୍ରଶାସନ ତୁରନ୍ତ ସମସ୍ୟାର ସମାଧାନ କରନ୍ତୁ।

ଡ଼ାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡ଼ା ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରରେ ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁ ଙ୍କ ବିଜୟ ପାଇଁ ପୂଜାର୍ଚ୍ଚନା

Sunil Chandra Nayak

ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନା ର ଭିତ୍ତିଭୁମି ଓ ଅବଶ୍ୟକତା ପରଖିଲେ ଏ ଡି ଏମ ଓ

Sunil Chandra Nayak

ବିଦ୍ୟାଳୟରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ଦାବି

Sunil Chandra Nayak

Leave a Comment

error: Content is protected !!