ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗଣମାଧ୍ୟମ ପଞ୍ଜିକରଣ ଆଇନ ପରିସରଭୂକ୍ତ ହେଲା ଡିଜିଟାଲ ମିଡିଆ

ଗଣମାଧ୍ୟମ ନିୟାମକ ଆଇନରେ ପ୍ରଥମଥର ପାଇଁ ସାମିଲ ହେଲା ଡିଜିଟାଲ ମିଡିଆ । ଏହା ପୂର୍ବରୁ ଡିଜିଟାଲ ମିଡିଆଗୁଡିକ ସରକାରଙ୍କର କୌଣସି ନିୟମ ପରିସରଭୂକ୍ତ ହୋଇ ନଥିଲା । ଏହି ବିଧେୟକକୁ ମଞ୍ଜୁରୀ ମିଳିବା ପରେ ଯଦି କୌଣସି ଡିଜିଟାଲ ମିଡିଆ ଗଣମାଧ୍ୟମ ଆଇନର ଉଲଙ୍ଘନ କରନ୍ତି ତେବେ ତାଙ୍କ ପଞ୍ଜିକରଣ ରଦ୍ଦ କିମ୍ବା ସଂପୃକ୍ତ ଡିଜିଟାଲ ମିଡିଆ ଉପରେ ଜରିମାନା ଲଗାଯାଇପାରେ ।ଏନେଇ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ Press and Periodicals Bil ର ପଞ୍ଜିକରଣରେ ସଂଶୋଧନ ପ୍ରକ୍ରିୟା ଆରମ୍ଭ କରିଦେଇଛି । ଏଥିରେ କୌଣସି ପ୍ରଯୁକ୍ତି ବିଦ୍ୟା ବିଦ୍ୟା ମାଧ୍ୟମରେ ଡିଜିଟାଲ ମିଡିଆ ଦ୍ୱାରା ଯଦି ସମାଚାର ପ୍ରସାର କରାଯାଉଥାଏ ତେବେ ସେହିଭଳି ଅନୁଷ୍ଠାନ ବି ଏହି ଆଇନ ପରିସରଭୂକ୍ତ ହେବ ।

ସେପଟେ ଯେଉଁମାନେ ଡିଜିଟାଲ ମିଡିଆ ଚଳାଉଛନ୍ତି ସେମାନଙ୍କୁ ଏନେଇ ପଞ୍ଜିକରଣ କରିବା ପାଇଁ ଆବେଦନ କରିବାକୁ ପଡିବ । ଏହି ଆବେଦନ ଆଇନ ଲାଗୁ ହେବାର ୯୦ ଦିନ ମଧ୍ୟରେ କରିବାକୁ ପଡିବ ।

ଏହାପରେ ସେମାନେ ଯଦି କୌଣସି ପ୍ରକାର ଆଇନର ଉଲଙ୍ଘନ କରିନ୍ତି ତେବେ ସେମାନଙ୍କ ଉପରେ ମୁଖ୍ୟ ଗଣମାଧ୍ୟମ ଭଳି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ । ଅନ୍ୟପଟେ ଏହି ବିଧେୟକକୁ ଏପର୍ୟ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ କିମ୍ବା ଅନ୍ୟ କୌଣସି ମନ୍ତ୍ରଣାଳୟ ପକ୍ଷରୁ ଗ୍ରହଣ କରାଯାଇ ନାହିଁ । ୨୦୧୯ ରେ କେନ୍ଦ୍ର ସରକାର ମିଡିଆରେ ଖବରକୁ ଏକ ଡିଜିଟାଲ ଆଧାରରେ ଖବର ଭାବେ ବାଖ୍ୟା କରୁଥିବା ଏକ ଡ୍ରାଫ୍ଟ ବିଲ ଉପସ୍ଥାପନ କରାଯାଇଥିଲା । ଯାହା ଇଣ୍ଟରନେଟ, କମ୍ପ୍ୟୁଟର କିମ୍ବା ମୋବାଇଲ ନେଟୱାର୍କରେ ପ୍ରସାରିତ ହୋଇପାରିବ । ଏଥିରେ ଭିଡିଓ କୌଶଳ, ଅଡିଓ ଏବଂ ଗ୍ରାଫିକ୍ସ ଅର୍ନ୍ତଭୂକ୍ତ ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ତୃପ୍ତି ରାଣୀ ପାତ୍ର ଙ୍କ କବିତା ଅଭୁଲା ସ୍ମୃତି

Sunil Chandra Nayak

ଆରମ୍ଭ ହେଲା ଭୋଟର ତାଲିକାରେ ଆଧାର ସଂଯୋଗୀକରଣ

Sunil Chandra Nayak

ମଦଭାଟିକୁ ପଶି ଦୁର୍ବୃତ୍ତ ଟଙ୍କା, ବାଇକ ଛଡ଼ାଇ ଫେରାର

Leave a Comment

error: Content is protected !!