ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭବାନୀପାଟଣା ବିଜେପି ମଣ୍ତଳ କାର୍ଯ୍ଯକାରିଣୀ ବୈଠକ

ଭବାନୀପାଟଣା:୧୫/୭- ମ.ନୀ.ସ:- ଭାରତୀୟ ଜନତା ପାର୍ଟି ପକ୍ଷରୁ ଭବାନୀପାଟଣା ନଗର ମଣ୍ତଳର କାର୍ଯ୍ଯକାରିଣୀ ବୈଠକ ଶ୍ରୀ ସନ୍ତୋଷ ବିଷିଙ୍କ ଅଧ୍ଯକ୍ଷତାରେ ଭବାନୀପାଟଣା ରେଡକ୍ରସ କଲ୍ଯାଣ ମଣ୍ତପ ଠାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଜିଲ୍ଲା ସଭାପତି ଶ୍ରୀ ଦେବେନ୍ଦ୍ର ମହାନ୍ତି, ସୋନପୁର ପ୍ରଭାରୀ ଶ୍ରୀ ଭବେନ୍ଦ୍ର ପଣ୍ଡା, ଜେନେରାଲ ସେକ୍ରେଟାରୀ ଶ୍ରୀ ଜୟ ଶଙ୍କର ନାଏକ,ବିଜେପି ବରିଷ୍ଠ ନେତା ଶ୍ରୀ ବସନ୍ତ ପୁରୋହିତ, ବିଜେପି କୃଷକ ମୋର୍ଚ୍ଛା ସଭାପତି ଶ୍ରୀ ଦୀପଜ୍ଯୋତି ମୁଣ୍ଡ, ଶ୍ରୀ ବିଜୟ ଦେବ ସାହୁ,ବିଜେପି ଯୁବ ମୋର୍ଚ୍ଛା ଜେନେରାଲ ସେକ୍ରେଟାରୀ ଶ୍ରୀ ନରହରି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।ଏହି ବୈଠକରେ ଦଳକୁ ମଜଭୁତ କରି ଆଗକୁ ଆସୁଥିବା ବିଧାନସଭା ନିର୍ବାଚନରେ ଦଳ କେଉଁ ଭଳି ଭାବରେ ମୁକାବିଳା କରି ନିଜର ଆସନ ହାସଲ କରିବ ଓ ଦଳକୁ ସଂଘଠିତ କରି ଗଢିତୋଳିବ ଏହାକୁୁ  ନେଇ ଉପସ୍ଥିତ କର୍ମକର୍ତ୍ତା ବୈଠକରେ ଆଲୋଚନା କରିଥିଲେ।

ଭବାନୀପାଟଣା ରୁ କିଷନ କୁମାର ଶର୍ମାଙ୍କ ରିପୋର୍ଟ

Related posts

ଖାଉଟି ଅଧିକାର ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଲକ୍ଷ୍ମୀନୃସିଂହ ୨୨ ତମ ଯାତ୍ରା ପାଇଁ ନୂତନ ପରିଚାଳନା କମିଟି କର୍ମକର୍ତ୍ତା ନିର୍ବାଚନ , ସଭାପତି ପାର୍ଥ ସମ୍ପାଦକ ମିଲନ                          

Sunil Chandra Nayak

କୋକସରା ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!