ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେସିଙ୍ଗା ନିକଟ ମଶାଣିମୁଣ୍ଡା  ମଦଭାଟି ନିକଟରୁ ଏକ ଗଳିତ ଶବ ଉଦ୍ଧାର , ହତ୍ୟା ସନ୍ଦେହ ରେ ବଡ ଭାଇ ଓ ଦୁଇ ପୁତୁରା ଙ୍କୁ ଅଟକ

କେସିଙ୍ଗା,୧୫.୭୨୨(ମ ନି ସ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ମଶାଣିମୁଣ୍ଡା ମଦଭାଟି ନିକଟରୁ ଆଜି ଜଣେ ବ୍ୟକ୍ତି ଙ୍କ ଗଳିତ ମୃତ ଦେହ ଉଦ୍ଧାର ହୋଇଛି ।  ମୃତ ବ୍ୟକ୍ତି ଜଣକ ହେଲେ କେସିଙ୍ଗା ସହରର ଭୂଷଣ ପ୍ରସାଦ କଶ୍ୟପ (୫୭) ବୋଲି ଜଣା ପଡ଼ିଛି । ସେ ଗତ ୧୨ ତାରିଖ ରୁ ନିଖୋଜ ଥିଲେ ବୋଲି ତାଙ୍କ ପରିବାର ତରଫରୁ ସ୍ଥାନୀୟ ଥାନାରେ ଏକ ଏତଲା ଦିଆଯାଇଥିଲା । ଆଜି ତାଙ୍କର ଶବ ମିଳିବା ପରେ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଥାନା ରେ ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି । ସନ୍ଦେହ ରେ କେସିଙ୍ଗା ପୁଲିସ ଭୂଷଣ କଶ୍ୟପ ଙ୍କ ବଡ ଭାଇ ଓ ୨ ପୁତୁରା ଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଥିବା ଜଣାପଡିଛି। ସୂଚନା ରୁ ପ୍ରକାଶ ଯେ ଗତ ୧୨ ତାରିଖ ସନ୍ଧ୍ୟାରେ ପ୍ରତିଦିନ ଭଳି ଭୂଷଣ ପ୍ରସାଦ କଶ୍ୟପ ସନ୍ଧ୍ୟା ଭ୍ରମଣ ରେ ବାହାରିଥିଲେ ହେଲେ ସେ ରାତିରେ ଆଉ ଘରକୁ ଫେରିନଥିଲେ ଉକ୍ତ ଦିନ କେସିଙ୍ଗା ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ ମଶାଣୀମୁଣ୍ଡା ଦେଶୀ ମଦଭାଟି ନିକଟରୁ ଏକ ମୋଟର ସାଇକେଲ କୁ ବିଳମ୍ବିତ ରାତିରେ ଉଦ୍ଧାର କରିଥିଲେ। ୧୩ ତାରିଖ ସକାଳେ ପରିବାର ଲୋକେ ଶ୍ରୀ କଶ୍ୟପ ନିଖୋଜ ଥିବା ଥାନା ରେ ଜଣାଇଥିଲେ।କିନ୍ତୁ ଲଗାଣବର୍ଷା ହେଉଥିବା ରୁ ମଦଭାଟି ନିକଟ ନାଳରୁ ମୃତ ଦେହକୁ କୋୖଣସି ଲୋକ ଦେଖିପାରିନଥିଲେ କିନ୍ତୁ ଆଜି ବର୍ଷା ଛାଡିଯିବାରୁ ଉକ୍ତ ନାଳରୁ ପ୍ରବଳ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକେ ପୁଲିସ କୁ ଖବର ଦେଇଥିଲେ ଫଳରେ କେସିଙ୍ଗା ପୁଲିସ ଏସ ଡ଼ି ପି ଓ ଅଭିନବ ସୋନକର ,ଆଇ ଆଇ ସି ସତ୍ୟକୁମାର ନନ୍ଦ ଅତିରିକ୍ତ ଆଇ ଆଇ ସି ମମତା ହେମ୍ବ୍ରମ ଓ ଅନ୍ୟ ପୁଲିସ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଗଳିତ ଶବଟିକୁ ଜବତ କରିବା ସହ  ବ୍ୟବଛେଦ ପାଇଁ କେସିଙ୍ଗା ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣି ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକ ଙ୍କୁ ଶବ ହସ୍ତାନ୍ତର କରିଥିବା ବେଳେ କେଶ ନଂ ୨୮୩/୧୫ ରୁଜୁକରି ତଦନ୍ତ ଜାରି ରଖିଥିବା ଜଣାପଡିଛି ।

Related posts

ଓପିଏସସି ପରୀକ୍ଷାରେ ଉତୀର୍ଣ୍ଣ ହେଲେ ପାପଡାହାଣ୍ଡିର ଚନ୍ଦନ

Sunil Chandra Nayak

କବିତା – ହେ ମହାବାହୁ

Sunil Chandra Nayak

ପ୍ରକାଶ ପାଇଲା ଅଘୋଷିତ କବିତା ପ୍ରତିଯୋଗିତା ଫଳାଫଳ, ପ୍ରଥମ ସ୍ଥାନରେ ନବରଙ୍ଗପୁର ଜିଲ୍ଲା

Leave a Comment

error: Content is protected !!