ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାସିଗଲା କଂଗ୍ର। ଓ ଦୁଖୁ ଗୁଡା ସଂଯୋଗ କାରୀ କଲଭର୍ଟ

ତେନ୍ତୁଳିଖୁଣ୍ଟି – 16/08/22 ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ରେ ଲଗାଣ ବର୍ଷା ରେ ବ୍ୟାପକ କ୍ଷୟ କ୍ଷତି ଘଟିଛି। କେଉଁଠି ରାସ୍ତା ଧୋଇ ହୋଇ ଯାଇଛି ତ କେଉଁଠି ଗରିବ ଙ୍କ ବାସ ଗୃହ ଭୁଶୁଡିଛି। କ୍ଷୟକ୍ଷତି ର ଆକଳନ ରାଜସ୍ୱ ବିଭାଗ ସର୍କଲ ବାରି ତଦନ୍ତ ଜାରି ରଖିଛି। ବର୍ଷା ର ପ୍ରକୋପ ହେଉ ଅବା ନିମ୍ନ ମାନର କାମ ଯାହା ବି ହେଉ କଂଙ୍ଗ୍ରା ଓ ଦୁଖୁ ଗୁଡା କୁ ସଂଯୋଗ କରୁଥିବା କଲଭର୍ଟ ଭାସି ଯାଇଛି। ଏହା ଦ୍ୱାରା ଦୁଖୁ ଗୁଡ଼ାବାସୀଙ୍କୁ ଅଧିକ ରାସ୍ତା ଅତିକ୍ରମ କରି ପଂଚାୟତ କୁ ଯିବାକୁ ପଡ଼ିବ। ଏହି କଲଭର୍ଟ 2018 ମସିହାରେ ନିର୍ମିତ ହୋଇଥିଲା। ବର୍ତ୍ତମାନ ଏହାର ଏହି ସ୍ଥିତିପାଇଁ ଦାୟୀ କିଏ କାହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବ ପ୍ରଶାସନ। ପାତ୍ର ପୁଟ ସମିତି ସଭ୍ୟ ତଥା ଜିଲ୍ଲା କଂଗ୍ରେସ ର ଆଦିବାସୀ ସେଲ ର ସଭାପତି ତ୍ୱରିତ ଏଠାରେ କଲଭର୍ଟ ନିର୍ମାଣ କରିବା ସହ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା କୁ ଦାବି କରିଛନ୍ତି।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

କଳାହାଣ୍ଡି ଜିଲ୍ଲାର ରାଜସ୍ବ ସମୀକ୍ଷା ବୈଠକ,ଟିଟିଲାଗଡ ଓ ବିଜୟନଗରମ ତୃତୀୟ ରେଳ ଲାଇନ, ବିଜୁ ଏକ୍ସପ୍ରେସ ୱେ ଓ ରେତ ଜଳସେଚନ ପ୍ରକଳ୍ପ ପାଇଁ ତ୍ୱରିତ ଜମି ଅଧିଗ୍ରହଣ

Sunil Chandra Nayak

ଯୁବତୀ କୁ ବଳାତ୍କାର ଅଭିଯୋଗରେ କୋର୍ଟ ଚାଲାଣ ହେଲା ଅଭିଯୁକ୍ତ ଯୁବକ

Sunil Chandra Nayak

ପ୍ରକାଶ ପରିଡ଼ା ହେଲେ ଜିଲ୍ଲା ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟ କିରାଣୀ ସଂଘର ସଭାପତି

Sunil Chandra Nayak

Leave a Comment

error: Content is protected !!